ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ଥାନା ରାଇସିଙ୍ଗ ଘାଟିରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଘାଟି ତଳକୁ ଓଲଟି ପଡ଼ିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨୩ ଯାତ୍ରୀ।
ସୂଚନା ଅନୁଯାୟୀ, ଗତ ରାତିରେ କନ୍ଧମାଳ ଜିଲ୍ଲା କୋଠଗଡ଼ରୁ ମୁନିଗୁଡ଼ା ହୋଇ ବ୍ରହ୍ମପୁର ଅଭିମୁଖେ ‘କାମଧେନୁ’ ନାମକ ଘରୋଇ ବସ୍ଟି ଯାଉଥିଲା । ବସ୍ରେ ପ୍ରାୟ ୨୦ରୁ ଅଧିକ ଯାତ୍ରୀ ଥିଲେ। ରାତି ପ୍ରାୟ ୩ଟା ପରେ ଗାଡ଼ିଟି ରାଇସିଙ୍ଗ ଘାଟି ଅତିକ୍ରମ କରୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଡାହାଣ ପାର୍ଶ୍ୱକୁ ଓଲଟି ପଡ଼ିଥିଲା।
ଖବର ପାଇ ସଙ୍ଗେସଙ୍ଗେ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ବସ୍ରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ବେଳେ କେହି ଆହତ ହୋଇ ନ ଥିବା ଜଣାଯାଇଛି। ସମସ୍ତ ଯାତ୍ରୀ ବ୍ରହ୍ମପୁର ଓ ଦିଗପହଣ୍ଡି ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ ଅନ୍ୟ ଗାଡ଼ି ଯୋଗେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଯାଇଛି।
ପୁଲିସ୍ ଗାଡ଼ିଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।