‘ମହାଲକ୍ଷ୍ମୀ’ ବସ୍‌କୁ ପିଟିଲା ଟ୍ରକ୍; ଜଣେ ମୃତ, ୧୫ ଆହତ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ଠେଲକୋଲି ଥାନା ଅନ୍ତର୍ଗତ ଖିଣ୍ଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଏକ ଯାତ୍ରୀବାହୀ ବସ୍‌କୁ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଝାରସୁଗୁଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଯାତ୍ରୀଙ୍କର ପରିଚୟ ମିଳିନାହିଁ।  ଆଜି ସକାଳେ ‘ମହାଲକ୍ଷ୍ମୀ’ ନାମକ ଯାତ୍ରୀବାହୀ ବସ୍‌ଟି ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଆସୁଥିଲା। ଖିଣ୍ଡା ଛକ ନିକଟରେ […]

accident

  • Published: Friday, 11 November 2022
  • , Updated: 11 November 2022, 08:16 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ଠେଲକୋଲି ଥାନା ଅନ୍ତର୍ଗତ ଖିଣ୍ଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଏକ ଯାତ୍ରୀବାହୀ ବସ୍‌କୁ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଝାରସୁଗୁଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଯାତ୍ରୀଙ୍କର ପରିଚୟ ମିଳିନାହିଁ। 

ଆଜି ସକାଳେ ‘ମହାଲକ୍ଷ୍ମୀ’ ନାମକ ଯାତ୍ରୀବାହୀ ବସ୍‌ଟି ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଆସୁଥିଲା। ଖିଣ୍ଡା ଛକ ନିକଟରେ ଏକ ଟ୍ରକ୍ ଦ୍ରୁତଗତିରେ ଆସି ବସ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Related story