ସୁନ୍ଦରଗଡ଼(ବିଜୟ ବରୁଆ): ଆଜି ଅପରାହ୍ନ ପ୍ରାୟ ୪ଟାରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏକମା ନିକଟରେ ଥିବା ଜଙ୍ଗଲିଆ ଘାଟି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।
ରାଜା ଡାଇମଣ୍ଡ ନାମକ ବସ୍ଟି ସବଡ଼େଗାରୁ ରାଉରକେଲା ଅଭିମୁଖେ ଯାଉଥିଲା। ବସ୍ରେ ପ୍ରାୟ ୨୦ରୁ ୨୫ ଜଣ ଯାତ୍ରୀ ଥିଲେ। ବସ୍ଟି ଘାଟି ରାସ୍ତାର ଏକମା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପ୍ରବାସୀ ଭାରତୀୟ ଦିବସ: ୯ରେ ପ୍ରଧାନମନ୍ତ୍ରୀ, ୧୦ରେ ଆସିବେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଭୁବନେଶ୍ୱରକୁ ସୁନ୍ଦର କରିବାକୁ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
Miscellaneous
ରଘୁବର ଦାସ ହଟିଲେ, ଓଡ଼ିଶାର ନୂଆ ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତି
ମିଜେରାମର ରାଜ୍ୟପାଳ ଭାବେ କାର୍ଯ୍ୟରତ ଡଃ କମ୍ଭାମପତିଙ୍କୁ ଆଜି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।
Weather
ଆହୁରି ୪୮ ଘଣ୍ଟା ବର୍ଷା! ତା'ପରେ ବଢ଼ିବ ଶୀତ
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସକ୍ରିୟ ରହିଛି ଲଘୁଚାପ। ୪୮ ଘଣ୍ଟା ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏଁ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Politics
‘ପାପ’ ଧୋଇବା ଷ୍ଟ୍ରାଟେଜୀ ମାରିଲା ଫେଲ୍: ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ରହିଛି ଜବାବ, ତଥାପି ପ୍ରଶ୍ନ କରିଛି ବିଜେଡି
ନିର୍ବାଚନ କମିଶନଙ୍କୁ ବିଜେଡି ପଚାରିଥିବା ପ୍ରଶ୍ନର ଉତ୍ତର ପୂର୍ବରୁ ଦେଇ ସାରିଛନ୍ତି କମିଶନ। ପ୍ରତିଷ୍ଠା ଦିବସ ଓ ସାଂଗଠନିକ ନିର୍ବାଚନ ପ୍ରକ୍ରିୟାରେ ଆନୁଷ୍ଠାନିକ ଭାବେ ପୁଣିଥରେ ପାଣ୍ଡିଆନଙ୍କ ଗୁରୁତ୍ୱ ବଢ଼ାଇବାକୁ ଆରମ୍ଭ ହୋଇଛି ଉଦ୍ୟମ।
Politics
ନୂଆବର୍ଷରେ ନୂଆ ପିସିସି ସଭାପତି! ଲବି କାମ ଦେବନି କହିଲେ ମୋକିମ
ବର୍ଷ ଆରମ୍ଭରୁ ନୂଆ ମଙ୍ଗୁଆଳଙ୍କୁ ଧରି ମଇଦାନକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ। ହେଲେ ଲବି ନୁହେଁ, ବରଂ କୋରାପୁଟରୁ ପୁରୀ ଯାଏଁ ଯେଉଁ ନେତାଙ୍କୁ ଲୋକ ଭଲ ପାଉଥିବେ, ତାଙ୍କୁ ହିଁ ଏଆଇସିସି ଦାୟିତ୍ୱ ଦେବ ବୋଲି କହିଛନ୍ତି ମହମ୍ମଦ ମୋକିମ୍।