ବସ୍ ଭଡ଼ା ଅପରିବର୍ତ୍ତିତ, ବିଭିନ୍ନ ସହରକୁ ଭଡ଼ା ତାଲିକା ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍ ନିୟମକୁ ରାଜ୍ୟ ସରକାର କୋହଳ କରିବା ସହ ଘରୋଇ ବସ୍ ମାଲିକମାନଙ୍କୁ ସହାୟତା ଦେବାକୁ ରାଜି ହେବାପରେ ଆସନ୍ତାକାଲିଠୁ ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହେବ। ତେବେ ବସ୍ ଭଡ଼ା ଅପରିବର୍ତ୍ତିତ ରହିଛି ବୋଲି ରାଜ୍ୟ ପରିବହନ କତ୍ତୃପକ୍ଷ ସୂଚନା ଦେବା ସହ ଭୁବନେଶ୍ୱରରରୁ ରାଜ୍ୟର ସମସ୍ତ ପ୍ରମୁଖ ସହରକୁ ବସଭଡ଼ାର ତାଲିକା ମଧ୍ୟ ଜାରି ହୋଇଛି। ରାଜ୍ୟ ପରିବହନ ପ୍ରାଧିକରଣ ଟ୍ୱିଟର ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ବସ୍ […]

privat-bus

Tapas Behera
  • Published: Wednesday, 27 May 2020
  • , Updated: 29 May 2020, 07:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍ ନିୟମକୁ ରାଜ୍ୟ ସରକାର କୋହଳ କରିବା ସହ ଘରୋଇ ବସ୍ ମାଲିକମାନଙ୍କୁ ସହାୟତା ଦେବାକୁ ରାଜି ହେବାପରେ ଆସନ୍ତାକାଲିଠୁ ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହେବ। ତେବେ ବସ୍ ଭଡ଼ା ଅପରିବର୍ତ୍ତିତ ରହିଛି ବୋଲି ରାଜ୍ୟ ପରିବହନ କତ୍ତୃପକ୍ଷ ସୂଚନା ଦେବା ସହ ଭୁବନେଶ୍ୱରରରୁ ରାଜ୍ୟର ସମସ୍ତ ପ୍ରମୁଖ ସହରକୁ ବସଭଡ଼ାର ତାଲିକା ମଧ୍ୟ ଜାରି ହୋଇଛି।

ରାଜ୍ୟ ପରିବହନ ପ୍ରାଧିକରଣ ଟ୍ୱିଟର ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ବସ୍ ଭଡ଼ା ଯାହା ଥିଲା ସେୟା ରହିଛି। ବସ୍ ଭଡ଼ା ଶେଷଥର ପାଇଁ ଚଳିତବର୍ଷ ମାର୍ଚ୍ଚ ୨୧ତାରିଖରେ ସଂଶୋଧିତ ହୋଇଥିଲା। ଯାହାକି ଏବେ ବଳବତ୍ତର ରହିଛି। ଅବଶ୍ୟ ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ଭୁବନେଶ୍ୱରରୁ ବିଭିନ୍ନ ସହରକୁ ବସଭଡ଼ାର ହିସାବ ତାଲିକା ଜାରି ହୋଇଛି।

ସୂଚନାଯୋଗ୍ୟ ଅର୍ଡିନାରୀ ବସଭଡ଼ା କିମି ପିଛା ୬୭ ପଇସା, ଏକ୍ସପ୍ରେସ୍ ବସଭଡ଼ା ୭୦ ପଇସା, ଡିଲକ୍ସ ଭଡ଼ା ୯୫ ପଇସା ଓ ଏସି ଡିଲକ୍ସ ପାଇଁ ୧୧୭ ପଇସା ଭଡ଼ା ଦେବାକୁ ପଡ଼ିବ।

Related story