ତେଲ ଦରର ଇଫେକ୍ଟ: ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୈଳ ଦଳ ବୃଦ୍ଧି ଯୋଗୁଁ ବଢ଼ିଲା ବସ୍‌ ଭଡ଼ା। ସାଧାରଣ ବସ୍‌ ଭଡ଼ା କିମି ପ୍ରତି ୬୮ରୁ ୭୦ ପଇସାକୁ ବୃଦ୍ଧି କରାଯାଇଛି। ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୭୧ରୁ ୭୩ ପଇସାକୁ, ଡିଲକ୍ସ ଭଡ଼ା ୯୭ ପଇସାରୁ ୧ ଟଙ୍କା ୧ ପଇସାକୁ ଓ ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୯ ପଇସାରୁ ୧ଟଙ୍କା ୨୩ ପଇସାକୁ ବୃଦ୍ଧି କରାଯାଇଛି। ଏନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ […]

bus-fare-1

bus-fare-1

Rakesh Mallick
  • Published: Monday, 28 May 2018
  • Updated: 28 May 2018, 05:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୈଳ ଦଳ ବୃଦ୍ଧି ଯୋଗୁଁ ବଢ଼ିଲା ବସ୍‌ ଭଡ଼ା। ସାଧାରଣ ବସ୍‌ ଭଡ଼ା କିମି ପ୍ରତି ୬୮ରୁ ୭୦ ପଇସାକୁ ବୃଦ୍ଧି କରାଯାଇଛି। ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୭୧ରୁ ୭୩ ପଇସାକୁ, ଡିଲକ୍ସ ଭଡ଼ା ୯୭ ପଇସାରୁ ୧ ଟଙ୍କା ୧ ପଇସାକୁ ଓ ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୯ ପଇସାରୁ ୧ଟଙ୍କା ୨୩ ପଇସାକୁ ବୃଦ୍ଧି କରାଯାଇଛି। ଏନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ସୂଚନାରୁ ପ୍ରକାଶ, ଗତ କିଛି ଦିନ ହେବ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ୍‌ ଦର ବଢ଼ି ଚାଲିଛି। ଯାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେଲ ଦର କେମିତି ନିୟନ୍ତ୍ରଣକୁ ଆସିବ ସେନେଇ ରାଜନୈତିକ ଦଳ ଗୁଡ଼ିକ ଚିନ୍ତା କରୁଥିବା ପରି ମନେ ହେଉନି। କେମିତି ସ୍ଥିତିର ଫାଇଦା ଉଠାଯିବ ସେହି ଯୋଜନାରେ ସେମାନେ ମାତିଛନ୍ତି। ରାଜନୈତିକ ଦଳ ଗୁଡ଼ିକ ଏହାର ସମାଧାନ କରିବା ପରିବର୍ତ୍ତେ ବୟାନବାଜି ଚଲାଇଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ତେଲ ଦର ନିୟନ୍ତ୍ରଣ ପାଇଁ ଉଦ୍ୟମ ଚାଲିଛି ଓ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ। ମାତ୍ର କେବେ ତେଲ ଦର ନିୟନ୍ତ୍ରଣ କରାଯିବ ତାହା କିନ୍ତୁ ମନ୍ତ୍ରୀ ସ୍ପଷ୍ଟ କରୁନାହାନ୍ତି। ଏହା ଭିତରେ ବସ୍‌ ଭଡ଼ା ବଢ଼ିଛି। ଯାହା ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos