ପୁଣି ବଢ଼ିଲା ବସ୍‌ ଭଡ଼ା, କେତେ ହେଲା ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଦିନ ବଢ଼ି ଚାଲିଛି ତୈଳଦର। ଯେଉଁଥିପାଇଁ ଆଜି ବଢ଼ିଛି ବସ୍‌ ଭଡ଼ା। ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିମି ପିଛା ୫ ପଇସା ବୃଦ୍ଧି ପାଇଛି। ପୂର୍ବରୁ ଅର୍ଡିନାରୀ ବସ୍‌ ଭଡ଼ା ଥିଲା ୮୦ ପଇସା, ହେଲା ୮୫ ପଇସା। ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା ଥିଲା ୮୪ ପଇସା, ହେଲା ୮୯ ପଇସା। ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ ଭଡ଼ା ୧୦ ପଇସା ଲେଖାଏଁ ବୃଦ୍ଧି ପାଇଛି। ଡିଲକ୍ସ ବସ […]

privat-bus

privat-bus

Manoranjan Sial
  • Published: Thursday, 04 March 2021
  • Updated: 04 March 2021, 04:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଦିନ ବଢ଼ି ଚାଲିଛି ତୈଳଦର। ଯେଉଁଥିପାଇଁ ଆଜି ବଢ଼ିଛି ବସ୍‌ ଭଡ଼ା। ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିମି ପିଛା ୫ ପଇସା ବୃଦ୍ଧି ପାଇଛି। ପୂର୍ବରୁ ଅର୍ଡିନାରୀ ବସ୍‌ ଭଡ଼ା ଥିଲା ୮୦ ପଇସା, ହେଲା ୮୫ ପଇସା। ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା ଥିଲା ୮୪ ପଇସା, ହେଲା ୮୯ ପଇସା। ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ ଭଡ଼ା ୧୦ ପଇସା ଲେଖାଏଁ ବୃଦ୍ଧି ପାଇଛି। ଡିଲକ୍ସ ବସ ଭଡ଼ା ଥିଲା ୧. ୧୧ ପଇସା, ହେଲା ୧.୨୧ ପଇସା। ଏସି ବସ୍‌ ଭଡ଼ା ଥିଲା ୧. ୩୯ ପଇସା, ହେଲା ୧. ୪୯ ପଇସା। ସୁପର ପ୍ରିମିୟର ଭଡ଼ା ୨. ୧୭ରୁ ୨. ୩୨ ପଇସାକୁ ବଢ଼ିଛି। ଏବେ ଯାତ୍ରୀଙ୍କ ଉପରେ ଏହାର ପ୍ରଭାବ ପଡିବ।

ପୂର୍ବରୁ ଫେବ୍ରୁଆରୀ ୮ ତାରିଖରେ ବଢ଼ିଥିଲା ବସ୍‌ ଭଡ଼ା। ସେତେବେଳେ ୧୨ଟି ପାରାମିଟରକୁ ବିଚାରକୁ ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ବସ୍‌ ଭଡ଼ା ବଢ଼ାଇଥିଲା।

ସୂଚନାରୁ ପ୍ରକାଶ, ଦିନକୁ ଦିନ ତୈଳଦର ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ଓ ରାଜ୍ୟ ସରକାର ଟିକ୍‌ସ ଉପରେ ଟିକ୍‌ସ ଲଗାଇ ଚାଲିଛନ୍ତି। ଯାହାଫଳରେ ତେଲ ଦର ଆକାଶ ଛୁଆଁ ହୋଇଛି। ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos