ରାଜ୍ୟରେ ପୁଣି ବଢ଼ିଲା ଯାତ୍ରୀବାହୀ ବସ୍‌ ଭଡ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ବଢ଼ିଲା ଯାତ୍ରୀବାହୀ ବସ୍‌ ଭଡ଼ା। ଅଟୋମେଟିକ ମେକାନିଜିମ ଆଧାରରେ ବସ୍‌ ଭଡ଼ା ବଢ଼ିଛି। ବସ୍‌ ଭଡ଼ା ବୃଦ୍ଧି ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସୂଚନା ଅନୁସାରେ ସାଧାରଣ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି। ଫଳରେ ସାଧାରଣ ବସ୍ ଭଡ଼ା କିମି ପିଛା ୯୦ରୁ ୯୨ […]

Bus

Manoranjan Sial
  • Published: Monday, 18 April 2022
  • , Updated: 18 April 2022, 05:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ବଢ଼ିଲା ଯାତ୍ରୀବାହୀ ବସ୍‌ ଭଡ଼ା। ଅଟୋମେଟିକ ମେକାନିଜିମ ଆଧାରରେ ବସ୍‌ ଭଡ଼ା ବଢ଼ିଛି। ବସ୍‌ ଭଡ଼ା ବୃଦ୍ଧି ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସୂଚନା ଅନୁସାରେ ସାଧାରଣ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି। ଫଳରେ ସାଧାରଣ ବସ୍ ଭଡ଼ା କିମି ପିଛା ୯୦ରୁ ୯୨ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା ୯୪ରୁ ୯୬ ପଇସାକୁ ବଢ଼ିଛି।

ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ପାଇଛି। ପୂର୍ବରୁ ଡିଲକ୍ସ ଭଡ଼ା କିମି ପିଛା ୧ ଟଙ୍କା ୩୧ ପଇସା ଥିବା ବେଳେ ଏବେ ୧ ଟଙ୍କା ୩୫ ପଇସା ହୋଇଛି। ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୫୯ରୁ ୧ ଟଙ୍କା ୬୩ ପଇସାକୁ ବୃଦ୍ଧି ପାଇଛି।

ସୁପର ପ୍ରିମିୟମ୍‌ ବସ୍‌ ଭଡ଼ା କିମି ପିଛା ୬ ପଇସା ବଢ଼ିଛି। ପୂର୍ବରୁ ପ୍ରିମିୟମ୍‌ ଭଡ଼ା କିମି ପିଛା ୨ ଟଙ୍କା ୪୭ ପଇସା ଥିବା ବେଳେ ଏବେ ଏହା ବଢ଼ି ୨ ଟଙ୍କା ୫୩ ପଇସା ହୋଇଛି।

ସୂଚନାରୁ ପ୍ରକାଶ, ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ରାଜ୍ୟରେ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ତୈଳ ଦର ବଢ଼ୁଛି।ଯେଉଁଥିପାଇଁ ଅଟୋମେଟିକ ମେକାନିଜିମ ଆଧାରରେ ଆଜି ପୁଣି ଥରେ ଭଡ଼ା ବୃଦ୍ଧି ପାଇଛି।

Related story