ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଓଲଟି ପଡ଼ିଲା ବସ୍‌

ରାୟଗଡ଼ା (ମନୋଜ ପାତ୍ର): ରାୟଗ଼ଡ଼ା ପିପିଲିଗୁଡାରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ପାଇକ ମାଣ୍ଡାଙ୍ଗି। ତାଙ୍କ ଘର ପିପିଲିଗୁଡ଼ାରେ। ଗତକାଲି ସକାଳେ ପିପିଲିଗୁଡ଼ା ଗାଁର ୪୦ରୁ ଅଧିକ ଲୋକ ଏକ ବିବାହ ଭୋଜିରେ ଯୋଗ ଦେବାକୁ ରାମନାଗୁଡ଼ା ଯାଇଥିଲେ। ସେମାନେ ଏକ ବସ୍ ଭଡ଼ା କରି ନେଇଥିଲେ। ସନ୍ଧ୍ୟାରେ ଫେରିବା ବେଳେ ପିପିଲିଗୁଡ଼ା ଠାରୁ ଅଧ କିଲୋମିଟର ଦୂରରେ […]

injured

Jitendra Garnayak
  • Published: Wednesday, 30 January 2019
  • , Updated: 30 January 2019, 08:28 AM IST

ରାୟଗଡ଼ା (ମନୋଜ ପାତ୍ର): ରାୟଗ଼ଡ଼ା ପିପିଲିଗୁଡାରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିଙ୍କ ନାଁ ପାଇକ ମାଣ୍ଡାଙ୍ଗି। ତାଙ୍କ ଘର ପିପିଲିଗୁଡ଼ାରେ।

ଗତକାଲି ସକାଳେ ପିପିଲିଗୁଡ଼ା ଗାଁର ୪୦ରୁ ଅଧିକ ଲୋକ ଏକ ବିବାହ ଭୋଜିରେ ଯୋଗ ଦେବାକୁ ରାମନାଗୁଡ଼ା ଯାଇଥିଲେ। ସେମାନେ ଏକ ବସ୍ ଭଡ଼ା କରି ନେଇଥିଲେ। ସନ୍ଧ୍ୟାରେ ଫେରିବା ବେଳେ ପିପିଲିଗୁଡ଼ା ଠାରୁ ଅଧ କିଲୋମିଟର ଦୂରରେ ବସ୍‌ଟି ଭାରସାମ୍ୟ ହରାଇ ଏକ ପଥରରେ ପିଟି ହୋଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୩ ଜଣଙ୍କୁ ବ୍ରହ୍ମପୁର ଓ କୋରାପୁଟକୁ ସ୍ଥାନାନ୍ତର କରାଯାଇଛି।

Related story