ସଉଦା କିଣିବାକୁ ଯିବା ବେଳେ ଧକ୍କା ଦେଲା ବସ୍, ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ) : ସଉଦା କିଣିବାକୁ ଘରୁ ଯାଉଥିବା ବେଳେ ବସ୍‌ ଧକ୍କାରେ ଜୀବନ ଗଲା। କେନ୍ଦ୍ରାପଡ଼ା ଏନ୍ଏଚ୍- ୫ (କ) ହଳଦିଆପଡ଼ା ରାଧାଭାଟି ନିକଟରେ ଆଜି ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି।  ବସ୍‌ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ହଳଦିଆପଡ଼ାର ବିକାଶ ନାୟକ। ଉତ୍ତ୍ୟକ୍ତ ଲୋକେ ବସ୍‌ ଜାଳି ଦେଇଥିବା ବେଳେ ପୁଲିସ୍‌ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି।

ସୂଚନ ଅନୁଯାୟୀ, ବିକାଶ ଆଜି ସକାଳ ପ୍ରାୟ ୮ଟାରେ ସଉଦା ଆଣିବା ପାଇଁ ବାଇକ୍‌ ଧରି ମାର୍ଶଘାଇ ଅଭିମୁଖେ ଯାଉଥିଲେ। ଉକ୍ତ ସମୟରେ କଲିକତାରୁ ପାରାଦୀପ ଅଭିମୁଖେ ‘ଲୋକନାଥ’ ନାମକ ବସ୍‌ ଦ୍ରୁତ ଗତିରେ ଯାଉଥିଲା। ହଳଦିଆପଡ଼ା ରାଧାଭାଟି ନିକଟରେ ମୁହାଁମୁହିଁ ଧକ୍କା ହେବାରୁ ବସ୍‌ଟି ବିକାଶଙ୍କୁ ବହୁତ ବାଟ ଟାଣି ନେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇ ବସ୍‌‌ଟିକୁ ଜାଳି ଦେଇଛନ୍ତି। ଏଥିଯୋଗୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି।  ଖବର ପାଇ ମାର୍ଶାଘାଇ ଆଇଆଇସି, ଏସଡିପିଓ, ତହସିଲଦାର, ପୁଲିସ୍‌ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଦମକଳ ବାହିନୀ ପହଞ୍ଚି ବସ୍‌ରୁ ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଥିବା ବେଳେ ଯାନବାହନ ଚଳାଚଳକୁ ସ୍ୱାଭାବିକ କରିବା ନିମନ୍ତେ ପ୍ରୟାସ ଜାରି ରହିଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ

କୋଲକାତାକୁ ହରାଇଲା ମୁମ୍ବାଇ, ରୋହିତ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌

ପରଲୋକରେ ବଲିଉଡ ଫିଲ୍ମ ‘ଭିକି ଡୋନର’ର ଅଭିନେତା

ଓଲା ଡ୍ରାଇଭରକୁ ବୋକା ବନାଉଥିଲେ, ବାଟରେ ଡିକି ଖୋଲିଗଲା

ଆରୋଗ୍ୟ ହେଲେ ୪୦୫୨ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଟସ୍ ଜିତି ପ୍ରଥମେ ବୋଲିଂ କରିବ କେକେଆର୍

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବାର ସିଧାସଳଖ ପ୍ରମାଣ ନାହିଁ: ରିପୋର୍ଟ

ବିଦ୍ୟୁତ ତାରରେ ଝୁଲୁଛି ୫ ଗାଁର ଭାଗ୍ୟ!

ଭୁବନେଶ୍ୱରରୁ ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୧୮ ଲୋକାଲ୍‌ କେସ

ଧୋନିଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଉଠିଲା ପ୍ରଶ୍ନ

ଆଉ ଏକ ଜିଲ୍ଲାରେ କରୋନାରେ ଗଲା ପ୍ରଥମ ଜୀବନ

୪ ଦିନ ହେଲାଣି ଗାଁ ଦାଣ୍ଡରେ ପଡ଼ିଛି ମା’ ଝିଅଙ୍କ ମୃତଦେହ

ଯାନ୍ତ୍ରୀକ ତ୍ରୁଟିରୁ ବାତିଲ ହେଲା ବିମାନ, ତାତିଲେ ଯାତ୍ରୀ