ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଡ଼ୋଶୀ ରାଜ୍ୟରୁ ସଂକ୍ରମଣ ବ୍ୟାପୁଥିବାରୁ ନୂଆପଡ଼ାରୁ ପଡ଼ୋଶୀ ଛତିଶଗଡ଼କୁ ବନ୍ଦ ହୋଇପାରେ ବସ୍ ସେବା। ଏପରି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।
ରାଜ୍ୟରେ ପୁଣି ଥରେ କରୋନା ନିଜ କାୟା ମେଲାଇବା ଆରମ୍ଭ କରୁଥିବା ବେଳେ ସୀମାବର୍ତ୍ତୀ ଜିଲ୍ଲା ବଢ଼ାଉଛି ଚିନ୍ତା। ବିଶେଷ କରି ନୂଆପଡ଼ା ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ଛତିଶଗଡ଼ ଲିଙ୍କ ଥିବା କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡ଼ୁଥିବା ବେଳେ ଏହାକୁ ରୋକିବାକୁ ପ୍ରଶାସନ ପକ୍ଷରୁ ଏପରି କଡ଼ା ପଦକ୍ଷେପ ନିଆଯିବ ବୋଲି ଘୋଷଣା କରାଯାଇଛି।
ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଦେଇଥିବା ସୂଚନା ଅନୁଯାୟୀ, ପଡ଼ୋଶୀ ରାଜ୍ୟରୁ ସଂକ୍ରମଣ ବ୍ୟାପୁଥିବାରୁ ନୂଆପଡ଼ାରୁ ପଡ଼ୋଶୀ ଛତିଶଗଡ଼କୁ ବସ୍ ଚଳାଚଳ ବନ୍ଦ କରିବାକୁ ଯୋଜନା କରାଯାଉଛି। ନୂଆପଡ଼ା ଲୋକେ ପଡ଼ୋଶୀ ଛତିଶଗଡ଼କୁ ମୁଖ୍ୟତଃ ମାର୍କେଟିଂ ପାଇଁ ଯାଇଥାନ୍ତି।ଏହାଦ୍ୱାରା ଜିଲ୍ଲାରେ ସଂକ୍ରମଣ ବଢ଼ି ଚାଲିଛି।
ଲୋକଙ୍କୁ ସଚେତନ କରିବା ପାଇଁ ମାଇକ୍ ଯୋଗେ ପ୍ରଚାର ହେଉଛି। ଏଥିସହ କରୋନାକୁ ନିୟନ୍ତ୍ରଣକୁ ଆଣିବାକୁ ବସ୍ ବନ୍ଦ କରାଯିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ।
ହେଲେ ଏନେଇ କୌଣସି ନିର୍ଦ୍ଦେଶନାମା ପହଞ୍ଚି ନ ଥିବା ନୂଆପଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।