ଆଜିଠୁ ସାରା ରାଜ୍ୟରେ ଘରୋଇ ବସ୍ ଧର୍ମଘଟ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଘରୋଇ ବସ୍ ଧର୍ମଘଟ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ସରକାରଙ୍କ ସହ ଆଲୋଚନା ସତ୍ତ୍ୱେ ମାଲିକ ସଂଘର ସମ୍ପୂର୍ଣ୍ଣ ଦାବି ପୂରଣ ନ ହେବାରୁ ଆନ୍ଦୋଳନ କରିବା ନିଷ୍ପତ୍ତିରେ ଅଟଳ ରହିଛି ଘରୋଇ ସଂଘ। ଫଳରେ ସାରା ରାଜ୍ୟରେ ପ୍ରାୟ ୧୭ ହଜାର ଘରୋଇ ବସ୍&zwnj; ଚଳାଚଳ ସେବା ଆଜି ସକାଳ ୬ଟାରୁ ଠପ୍ ହୋଇଯାଇଛି।</p> <p>ସିଟି ବସ୍ ଚଳାଚଳ ରୁଟ୍ ପରିବର୍ତ୍ତନ, ପ୍ରଚଳିତ ମୋଟର ଭେଇକିଲ ଟିକସ ବୃଦ୍ଧି ପ୍ରତ୍ୟାହାର ଓ &nbsp;ଘରୋଇ ବସଠାରୁ ଟୋଲ୍&zwnj; ଆଦାୟ ସମ୍ପୂର୍ଣ୍ଣ ଛାଡ଼ ଆଦି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ। ଏସବୁ ଦାବି ନେଇ ଗତକାଲି ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ସହ ସଂଘ ନେତାଙ୍କ ଆଲୋଚନା ହୋଇଥିଲା। ପରିବହନ ବିଭାଗ କିଛି ଦାବି ମାନି ନେଇଥିବା ବେଳେ ସିଟି ବସ୍&zwnj; ଚଳାଚଳ ଦାବି ନେଇ କିଛି ନିଷ୍କର୍ଷ ବାହାରି ପାରିନଥିଲା। ଏ ନେଇ ଆଜି ନଗର ଉନ୍ନୟନ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।</p>

Ordigital Desk
  • Published: Wednesday, 14 March 2018
  • Updated: 14 March 2018, 07:44 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଘରୋଇ ବସ୍ ଧର୍ମଘଟ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ସରକାରଙ୍କ ସହ ଆଲୋଚନା ସତ୍ତ୍ୱେ ମାଲିକ ସଂଘର ସମ୍ପୂର୍ଣ୍ଣ ଦାବି ପୂରଣ ନ ହେବାରୁ ଆନ୍ଦୋଳନ କରିବା ନିଷ୍ପତ୍ତିରେ ଅଟଳ ରହିଛି ଘରୋଇ ସଂଘ। ଫଳରେ ସାରା ରାଜ୍ୟରେ ପ୍ରାୟ ୧୭ ହଜାର ଘରୋଇ ବସ୍&zwnj; ଚଳାଚଳ ସେବା ଆଜି ସକାଳ ୬ଟାରୁ ଠପ୍ ହୋଇଯାଇଛି।</p><p>ସିଟି ବସ୍ ଚଳାଚଳ ରୁଟ୍ ପରିବର୍ତ୍ତନ, ପ୍ରଚଳିତ ମୋଟର ଭେଇକିଲ ଟିକସ ବୃଦ୍ଧି ପ୍ରତ୍ୟାହାର ଓ &nbsp;ଘରୋଇ ବସଠାରୁ ଟୋଲ୍&zwnj; ଆଦାୟ ସମ୍ପୂର୍ଣ୍ଣ ଛାଡ଼ ଆଦି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ। ଏସବୁ ଦାବି ନେଇ ଗତକାଲି ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ସହ ସଂଘ ନେତାଙ୍କ ଆଲୋଚନା ହୋଇଥିଲା। ପରିବହନ ବିଭାଗ କିଛି ଦାବି ମାନି ନେଇଥିବା ବେଳେ ସିଟି ବସ୍&zwnj; ଚଳାଚଳ ଦାବି ନେଇ କିଛି ନିଷ୍କର୍ଷ ବାହାରି ପାରିନଥିଲା। ଏ ନେଇ ଆଜି ନଗର ଉନ୍ନୟନ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos