ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବ୍ୟବସାୟୀ ମୃତ

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ଫିରିଙ୍ଗିପାଟଣାରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମାନସ ଦାସ। ସେ ରାତିରେ ଘରକୁ ଫେରି ଗେଟ୍‌ ଖୋଲୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ତାଙ୍କ ଛାତିରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। କ’ଣ ପାଇଁ ମାନସଙ୍କ ଉପରକୁ ଗୁଳିମାଡ଼ ହେଲା ତାହା ଜଣାପଡ଼ି ନାହିଁ। ପୁଲିସ୍‌ ଘଟଣାର […]

murder

Jitendra Garnayak
  • Published: Sunday, 02 September 2018
  • , Updated: 02 September 2018, 02:04 AM IST

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ଫିରିଙ୍ଗିପାଟଣାରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମାନସ ଦାସ।

[caption id="attachment_270560" align="aligncenter" width="750"] ମୃତ ମାନସ ଦାସ[/caption]

ସେ ରାତିରେ ଘରକୁ ଫେରି ଗେଟ୍‌ ଖୋଲୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ତାଙ୍କ ଛାତିରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

କ’ଣ ପାଇଁ ମାନସଙ୍କ ଉପରକୁ ଗୁଳିମାଡ଼ ହେଲା ତାହା ଜଣାପଡ଼ି ନାହିଁ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story