ଅର୍ଚ୍ଚନାଙ୍କୁ ୧୦ ଲକ୍ଷ ଦେଇଥିଲେ ବ୍ୟବସାୟୀ, ଘାଣ୍ଟୁଛି ଇଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ତନାଘନା ଜାରି ରଖିଛି ଇଡି। ଇଡିରୁ ସମନ ପାଇ ଆଜି ହାଜର ହୋଇଛନ୍ତି ବ୍ୟବସାୟୀ ଅମୀୟକାନ୍ତ ଦାସ ।  ସେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କା ପଠାଇଥିଲେ ।  ତେବେ  କେଉଁ କାରଣ ପାଇଁ ସେ ଏତେ ଟଙ୍କା ପଠାଇଥିଲେ, ସେ ନେଇ ଇଡି ଖୋଳତାଡ କରୁଛି । ଅମୀୟକାନ୍ତ ଦାସ ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ପରିଚିତ । […]

pic

pic

Niharika Rout
  • Published: Tuesday, 22 November 2022
  • Updated: 22 November 2022, 01:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ତନାଘନା ଜାରି ରଖିଛି ଇଡି। ଇଡିରୁ ସମନ ପାଇ ଆଜି ହାଜର ହୋଇଛନ୍ତି ବ୍ୟବସାୟୀ ଅମୀୟକାନ୍ତ ଦାସ ।  ସେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କା ପଠାଇଥିଲେ ।  ତେବେ  କେଉଁ କାରଣ ପାଇଁ ସେ ଏତେ ଟଙ୍କା ପଠାଇଥିଲେ, ସେ ନେଇ ଇଡି ଖୋଳତାଡ କରୁଛି ।

ଅମୀୟକାନ୍ତ ଦାସ ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ପରିଚିତ । ୨୦୨୧-୨୨ରେ ତାଙ୍କ ସଂସ୍ଥାର ଚେକ୍‌ରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଡିପୋଜିଟ ହୋଇଥିଲା। ତେବେ ବ୍ୟବସାୟିକ ସମ୍ପର୍କରୁ ନା ଅନ୍ୟ କୌଣସି କାରଣରୁ ଅମୀୟକାନ୍ତ ଏହି ଟଙ୍କା ଦେଇଥିଲେ ସେ ନେଇ ଖୋଳତାଡ଼ କରୁଛି ଇଡି ।

ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଆଜି  ହାଜର ହୋଇପାରନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲାରେ ତାଙ୍କୁ ହାଜର ପାଇଁ ସମନ କରିଛି ଇଡି । ପୂର୍ବରୁ ସମନ ସତ୍ତ୍ୱେ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ହାଜର ହୋଇ ନ ଥିଲେ ଅକ୍ଷୟ ପରିଜା।

ଅର୍ଚ୍ଚନା ତାଙ୍କୁ ୩ କୋଟି ଟଙ୍କା ମାଗି ବ୍ଲାକମେଲ୍‌ କରୁଥିବା ନେଇ ଅକ୍ଷୟ ପରିଜା ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ବ୍ଲାକମେଲ୍‌ କୁଇନ୍‌ କ’ଣ ପାଇଁ ଜଣେ ପ୍ରତିଷ୍ଠିତ ପ୍ରଡ୍ୟୁସରଙ୍କୁ ଏତେ ମୋଟା ଅଙ୍କର ଟଙ୍କା ମାଗୁଥିଲେ, ଏହା ପଛରେ ରହସ୍ୟ କ’ଣ ସେ ନେଇ ଅକ୍ଷୟ ପରିଜାଙ୍କୁ ପଚାରିବ ଇଡି।

ଅର୍ଚ୍ଚନା ନାଗର ବିଜନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ରକୁ ଆଉ ୩ ଦିନ ରିମାଣ୍ଡରେ ନେଇ ପଚରାଉଚରା କରୁଛି ଇଡି । ପୂର୍ବରୁ ୧୦ ଦିନ ରିମାଣ୍ଡ ଅବଧି ସମୟରେ ଖଗେଶ୍ୱର ନିକଟରୁ ଇଡି ସବୁ ସତ ଓଗାଳି ପାରି ନ ଥିବା ଜଣାଯାଇଛି। ତେଣୁ  ତାଙ୍କୁ ଆଉ ୩ ଦିନ ରିମାଣ୍ଡରେ ନେଇ ତଥ୍ୟ ଉଗାରିବାକୁ ଚେଷ୍ଟା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଗତ ୫ ବର୍ଷରେ ଅର୍ଚ୍ଚନା ଆକାଉଣ୍ଟକୁ ବ୍ୟାଙ୍କ ଓ ଏଟିଏମ୍ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଆସିଛି । କ୍ୟାସ ଆକାରରେ ପ୍ରାୟ ଅଢ଼େଇ କୋଟି ଟଙ୍କା ଡିପୋଜିଟ୍ ହୋଇଥିବା କୁହାଯାଉଛି  । ବହୁ ରାଜନେତା, ବିଲ୍ଡର, ବ୍ୟବସାୟୀ ଓ କିଛି କମ୍ପାନୀ ମାଲିକ ଏହି ଟଙ୍କା ପଠାଇଥିବା କୁହାଯାଉଛି। ତେଣୁ କେଉଁ ଉଦ୍ଦେଶ୍ୟରେ ସଂପୃକ୍ତ ବ୍ୟକ୍ତିମାନେ ଟଙ୍କା ପଠାଇଛନ୍ତି, ସେନେଇ ୧୫ଜଣଙ୍କୁ ସମନ ଜାରି କରାଯାଇଛି ।

ଦୀର୍ଘ ଦିନ ପରେ ବି ଅର୍ଚ୍ଚନାଙ୍କ ରହସ୍ୟ ଏଯାଏ ସମ୍ପୂର୍ଣ୍ଣ ଫିଟି ପାରିନି। ଏହି ବ୍ଲାକମେଲ କୁଇନ୍‌ଙ୍କ ନାଗ ଫାଶରେ ଆଉ କିଏ କିଏ ପଡ଼ିଛନ୍ତି, ତାହା ଏ ଯାଏ ଲୋକଲୋଚନକୁ ଆସିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos