ଡିଜେ ମାଲିକଙ୍କ ପିଠିରେ ମହିଳା ବଜାଇଲେ ବାଜା

ଯାଜପୁର (ଅଭୟ ପତି): ଶୀର୍ଷକଟି ପଢ଼ି ଆପଣମାନେ ଟିକେ ଟିକେ ବୁଝି ଯିବେଣି! ଆପଣମାନେ ବୁଝିଯିବେଣି ଯେ, କିଛି ଗୋଟେ କାରଣ ପାଇଁ ମହିଳାଙ୍କଠାରୁ ଜଣେ ଡିଜେ ମାଲିକ ମାଡ଼ ଖାଇଛନ୍ତି। ହେଲେ ସେ କରିଥିବା ଅପରାଧ ସଂପର୍କରେ ଅନ୍ଦାଜ ଲଗାଇ ପାରି ନଥିବେ! ଆମେ ଆପଣଙ୍କୁ କହି ଦେଉଛୁ ସେ କରିଥିବା ଅପରାଧ ସଂପର୍କରେ। ଏ ଡିଜେ ମାଲିକ ମହିଳାମାନଙ୍କୁ ଅଶ୍ଲୀଳ ଇଙ୍ଗିତ କରୁଥିଲେ। ପ୍ୟାଣ୍ଟକୁ ଅଧା ଖୋଲି ସେ ଅଶ୍ଲୀଳ ଇଙ୍ଗିତ କରୁଥିଲେ। ଆଉ […]

romeo

romeo

Jitendra Garnayak
  • Published: Thursday, 27 June 2019
  • Updated: 27 June 2019, 07:58 PM IST

Sports

Latest News

ଯାଜପୁର (ଅଭୟ ପତି): ଶୀର୍ଷକଟି ପଢ଼ି ଆପଣମାନେ ଟିକେ ଟିକେ ବୁଝି ଯିବେଣି! ଆପଣମାନେ ବୁଝିଯିବେଣି ଯେ, କିଛି ଗୋଟେ କାରଣ ପାଇଁ ମହିଳାଙ୍କଠାରୁ ଜଣେ ଡିଜେ ମାଲିକ ମାଡ଼ ଖାଇଛନ୍ତି। ହେଲେ ସେ କରିଥିବା ଅପରାଧ ସଂପର୍କରେ ଅନ୍ଦାଜ ଲଗାଇ ପାରି ନଥିବେ! ଆମେ ଆପଣଙ୍କୁ କହି ଦେଉଛୁ ସେ କରିଥିବା ଅପରାଧ ସଂପର୍କରେ। ଏ ଡିଜେ ମାଲିକ ମହିଳାମାନଙ୍କୁ ଅଶ୍ଲୀଳ ଇଙ୍ଗିତ କରୁଥିଲେ। ପ୍ୟାଣ୍ଟକୁ ଅଧା ଖୋଲି ସେ ଅଶ୍ଲୀଳ ଇଙ୍ଗିତ କରୁଥିଲେ। ଆଉ ତା’ପରେ ଉପସ୍ଥିତ ମହିଳାମାନେ ତାକୁ ନିର୍ଧୁମ ଛେଚି ଥିଲେ। ପୁଲିସ୍‌ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳରେ।

ଯେଉଁ ଅପରାଧ ପାଇଁ ଡିଜେ ମାଲିକ ଜଣକ ମାଡ଼ ଖାଇଲେ ଓ ଗିରଫ ହେଲେ, ସେଭଳି ଆଚରଣ ସେ କେବଳ ଆଜି କରି ନଥିଲେ। ବାବୁଙ୍କର ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା। ବିହାରର ଏହି ବିବାହିତ ଯୁବକ ଜଣକ ସବୁଦିନେ ସକାଳେ ବୁଲେଟ୍‌ ଧରି ନୂଆ ମାର୍କେଟ ଅଞ୍ଚଳକୁ ଆସୁଥିଲା। ରାସ୍ତା ପାର୍ଶ୍ୱରେ ବୁଲେଟ୍‌କୁ ଛିଡ଼ା କରି ପ୍ୟାଣ୍ଟକୁ ଅଧା ଖୋଲି ମର୍ଣ୍ଣିଂ ୱାକ୍‌ କରୁଥିବା ମହିଳାଙ୍କୁ ଅଶ୍ଲୀଳ ଇଙ୍ଗିତ କରୁଥିଲା। ମହିଳାମାନେ ଏନେଇ ବାରମ୍ବାର ବିରୋଧ କରିବା ସତ୍ତ୍ୱେ ସେ ସୁଧୁରି ନଥିଲା। ଆଜି ପୁଣି ସେହି ଖରାପ ଅଭ୍ୟାସକୁ ଦୋହରାଇଥିଲା। ହେଲେ ଆଜି ଆଉ ସେଠାରେ ମର୍ଣ୍ଣିଂ ୱାକ୍‌ କରୁଥିବା ମହିଳାମାନେ ତାକୁ ଏଡ଼ାଇ ଦେଇ ଚାଲି ଯାଇ ନଥିଲେ। ଏଭଳି ବିକୃତ ମସ୍ତିଷ୍କ ଥିବା ବ୍ୟକ୍ତିକୁ ପାନେ ଦେବାକୁ ଆଗେଇ ଆସିଥିଲେ ଓ କାବୁ କରି ନିର୍ଧୁମ ଛେଚି ଥିଲେ। କିଏ ହାତରେ ଚାପୁଡ଼ା ମାରିଲେ ତ କିଏ ତାକୁ ଜୋତାରେ ପିଟିଲେ। ଆଉ କିଏ ବାଡ଼ି ଧରି ପାହାର ପରେ ପାହାର ଛେଚି ଦେଇ ଗଲେ। ଏମିତି କି ସେ ଚେତା ହରାଇବାର ଅଭିନୟ କଲାରୁ ମହିଳାମାନେ ତା’ ଉପରେ ପାଣି ଢାଳିଥିଲେ ଓ ପିଟିବା ଅବ୍ୟାହତ ରଖିଥିଲେ। ତା’ପରେ ସେଠାରେ ଉପସ୍ଥିତ କିଛି ପୁରୁଷ ତାକୁ କାନ ଧରି ଆଣ୍ଠେଇ ଦେଇଥିଲେ।

ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରି ଗିରଫ କରିଥିଲା। ପଚରାଉଚରା ପରେ ପୁଲିସ୍ ତାକୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos