ମାଲ୍‌ଗୋଦାମ ବନ୍ଦ ପାଇଁ ଧମକ

କଟକ (ଓଡ଼ିଶା ରିପୋର୍ଟର): କଟକ ମାଲଗୋଦାମ ବନ୍ଦ ପାଇଁ ଧମକ। ଏଠାରେ କାମ କରୁଥିବା ବେହେରାସାହିର ଏକାଧିକ ଲୋକ ‘କରୋନା’ରେ ଆକ୍ରାନ୍ତ ହେବା ପରେ ବ୍ୟବସାୟୀ ସଂଘ ଏପରି ଚେତାବନୀ ଦେଇଛି। ‘କରୋନା’ ଟେଷ୍ଟ କରା ନ ଗଲେ ସୋମବାରରୁ ମାଲଗୋଦାମ ବନ୍ଦ କରିବାକୁ ଧମକ ଦେଇଛି ବ୍ୟବସାୟୀକ ସଂଘ। ମହାମାରୀ ‘କରୋନ’ କଟକ ମହାନଗରକୁ ଗ୍ରାସ କରିବାକୁ ଚେଷ୍ଟା କରୁଛି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏଠାରୁ ପ୍ରତିଦିନ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତକାଲି […]

malgodam

Manoranjan Sial
  • Published: Thursday, 30 July 2020
  • , Updated: 30 July 2020, 04:11 PM IST

କଟକ (ଓଡ଼ିଶା ରିପୋର୍ଟର): କଟକ ମାଲଗୋଦାମ ବନ୍ଦ ପାଇଁ ଧମକ। ଏଠାରେ କାମ କରୁଥିବା ବେହେରାସାହିର ଏକାଧିକ ଲୋକ ‘କରୋନା’ରେ ଆକ୍ରାନ୍ତ ହେବା ପରେ ବ୍ୟବସାୟୀ ସଂଘ ଏପରି ଚେତାବନୀ ଦେଇଛି। ‘କରୋନା’ ଟେଷ୍ଟ କରା ନ ଗଲେ ସୋମବାରରୁ ମାଲଗୋଦାମ ବନ୍ଦ କରିବାକୁ ଧମକ ଦେଇଛି ବ୍ୟବସାୟୀକ ସଂଘ।

ମହାମାରୀ ‘କରୋନ’ କଟକ ମହାନଗରକୁ ଗ୍ରାସ କରିବାକୁ ଚେଷ୍ଟା କରୁଛି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏଠାରୁ ପ୍ରତିଦିନ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତକାଲି କଟକ ଟାଉନ୍‌ରୁ ଚିହ୍ନଟ ହୋଇଥିବା ୫୭ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ ବେହେରା ସାହିରୁ ୧୦ ଜଣ ଅଛନ୍ତି। ଏହା ପୂର୍ବରୁ ମଧ୍ୟ ବହୁ ଲୋକ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଯାହାକୁ ନେଇ ଚିନ୍ତାରେ ପ୍ରଶାସନ ଓ ମାଲଗୋଦାମ ବ୍ୟବସାୟୀ ସଂଘ। କାରଣ ଏହି ସାହିରୁ ଅଧିକାଂଶ ଲୋକ ମାଲଗୋଦାମରେ କାମ କରୁଛନ୍ତି। ବେଳ ଥାଉଁଥାଉଁ ଯଦି ସେମାନଙ୍କ ‘କରୋନା’ ଟେଷ୍ଟ କରାନଯାଏ, ତାହାହେଲେ ସ୍ଥିତି ଭୟଙ୍କର ହେବ ବୋଲି ସଂଘ ଅନୁମାନ କରିଛି। ସେଥିପାଇଁ ସମସ୍ତଙ୍କ ‘କରୋନା’ ଟେଷ୍ଟ କରିବାକୁ ବ୍ୟବସାୟୀ ସଂଘ ଦାବି କରିଛି।

କଟକ ମହାନଗରକୁ ଦେଖିଲେ ଗତକାଲି ସୁଦ୍ଧା ୮୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ୩୨୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୫୦୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story