ହିମାଂଶୁ ଖୋଲିବେ ନେଟୱର୍କର ଚେର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କାହା ସହ ୫ ଲକ୍ଷ ତ ଆଉ କାହା ସହ ୧୮ ଲକ୍ଷର ଡିଲ୍ । ମାନବ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କିଡ୍‌ନୀ ଯୋଗାଣ ନାଁରେ ଲକ୍ଷ ଲକ୍ଷର ଚୂନ ଲଗାଇ ହୋସ୍ ଉଠାଇଛି ହିମାଂଶୁ ନନ୍ଦ । ମିଛିମିଛିକା ଡୋନର୍ ସଜାଇ ନକଲି କାଗଜପତ୍ର ଦେଖାଇ ହଡପ୍ କରିଛି ଲକ୍ଷ ଲକ୍ଷ ଟଙ୍କା । ଭୁବନେଶ୍ୱର ନିକଟ ଉତ୍ତରାରେ ରହୁଥିବା ପଟାମୁଣ୍ଡାଇର ହିମାଂଶୁ ନନ୍ଦ ହେଉଛି କେଳେଙ୍କାରୀର ମାଷ୍ଟରମାଇଣ୍ଡ। ଯାହାକୁ ଆଜିଠୁ ରିମାଣ୍ଡରେ […]

kid-ny

kid-ny

Tapas Behera
  • Published: Saturday, 16 January 2021
  • Updated: 16 January 2021, 07:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କାହା ସହ ୫ ଲକ୍ଷ ତ ଆଉ କାହା ସହ ୧୮ ଲକ୍ଷର ଡିଲ୍ । ମାନବ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କିଡ୍‌ନୀ ଯୋଗାଣ ନାଁରେ ଲକ୍ଷ ଲକ୍ଷର ଚୂନ ଲଗାଇ ହୋସ୍ ଉଠାଇଛି ହିମାଂଶୁ ନନ୍ଦ । ମିଛିମିଛିକା ଡୋନର୍ ସଜାଇ ନକଲି କାଗଜପତ୍ର ଦେଖାଇ ହଡପ୍ କରିଛି ଲକ୍ଷ ଲକ୍ଷ ଟଙ୍କା । ଭୁବନେଶ୍ୱର ନିକଟ ଉତ୍ତରାରେ ରହୁଥିବା ପଟାମୁଣ୍ଡାଇର ହିମାଂଶୁ ନନ୍ଦ ହେଉଛି କେଳେଙ୍କାରୀର ମାଷ୍ଟରମାଇଣ୍ଡ। ଯାହାକୁ ଆଜିଠୁ ରିମାଣ୍ଡରେ ନେଇଛି କମିଶନରେଟ୍ ପୁଲିସ।

କାହା ଛତ୍ରଛାୟାରେ ରହି ହିମାଂଶୁ ଚଳାଇଛି ଏହି କେଳେଙ୍କାରୀ? କାହାକୁ ସତରେ ସେ କିଡ୍‌ନୀ ଯୋଗାଇଛି କି? ପୂର୍ବରୁ ରାଜଧାନୀର ଏକ ଘରୋଇ ହସ୍ପିଟାଲ ମାର୍କେଟିଂ ବିଭାଗରେ କାମ କରିଥିବାରୁ ଏହି ରାକେଟ୍ ପଛରେ କୌଣସି ଡାକ୍ତର, ମେଡ଼ିକାଲ୍ କର୍ମଚାରୀ କିମ୍ବା ଡୋନର୍ଙ୍କ ରହିଛି କି ସଂପୃକ୍ତି? ରୋଗୀଙ୍କଠାରୁ ହଡପ ଟଙ୍କା କେଉଁଥିରେ ସେ ବିନିଯୋଗ କରିଛି? ୩ ଦିନିଆ ରିମାଣ୍ଡ ଅବଧି ଭିତରେ ଏସବୁର ସତ ଉଗାରିବ ହିମାଂଶୁ ।

କିଡ୍‌ନୀ ରାକେଟରେ ହିମାଂଶରୁ ସଂପୃକ୍ତି ନେଇ ଏଯାଏଁ ସାମ୍ନାକୁ ଆସିଲାଣି ୪ଟି ମାମଲା । କେନ୍ଦ୍ରାପଡ଼ା ମାର୍ଶାଘାଇର ଅାଲୋକ ରଞ୍ଜନ ଚଇନୀଙ୍କୁ  କିଡ୍‌ନୀ ଯୋଗାଇଦେବାକୁ କହି ସାଢ଼େ ୮ ଲକ୍ଷ ଟଙ୍କାର ଚୂନା ଲଗାଇଛନ୍ତି ହିମାଂଶୁ । ୨୦୧୫ରେ ଏନେଇ ଥାନାରେ ବି ଅଭିଯୋଗ ହୋଇଥିଲା।  ହେଲେ ହିମାଂଶୁ ଧରାପଡ଼ିବା ପରେ ଆଜି ସାମ୍ନାକୁ ଆସିଛି ସତ।  ହିମାଂଶୁ ଏବଂ ସହଯୋଗୀ ସଞ୍ଜୟ ପଲେଇ ନିଜକୁ ଅଙ୍ଗ ପ୍ରତ୍ୟାରୋପଣ ୟୁନିଟର ରିଜିଓନାଲ୍ କୋ-ଅର୍ଡିନେଟର୍ ବୋଲି ପରିଚୟ ଦେଇ ଟଙ୍କା ନେଇଯାଇଥିବା କହିଛନ୍ତି ଆଲୋକ।  ପୂର୍ବରୁ ନୟାପଲ୍ଲୀର ପ୍ରତାପ ମିଶ୍ରଙ୍କୁ ୫ ଲକ୍ଷ ୫୦ ହଜାର, ଲକ୍ଷ୍ମୀସାଗରର ତରୁଲତା ମିଶ୍ରଙ୍କୁ ୩ ଲକ୍ଷ ୧୯ ହଜାର ଏବଂ ମଞ୍ଚେଶ୍ୱରର ଅଶୋକ ନାୟକଙ୍କୁ  ୧୮ ଲକ୍ଷ ୫୨ ହଜାର ଟଙ୍କାର ଚୂନ ଲଗାଇଛି ହିମାଂଶୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos