ଉପନିର୍ବାଚନ ରଣନୀତି: ପୁରୁଣା ନେତାଙ୍କ ଶରଣରେ ବିଜେଡି

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା କଟକଣା ମଧ୍ୟରେ ଆସନ୍ତା ନଭେମ୍ବର ୩ତାରିଖରେ ହେବାକୁ ଥିବା ରାଜ୍ୟର ୨ଟି ବିଧାନସଭା ଆସନ ପାଇଁ ଶାସକ ବିଜେଡି ନିଜର ରଣନୀତିକୁ ଚୂଡ଼ାନ୍ତ ରୂପ ଦେଇଛି। ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଦଳର ଗୋଷ୍ଠୀକନ୍ଦଳ ତୀବ୍ର ଥିବାବେଳେ ଅସନ୍ତୁଷ୍ଟଙ୍କୁ ମନାଇ ଦୁଇଟି ଯାକ ଆସନକୁ ଦଖଲ କରିବା ନିମନ୍ତେ ପୁରୁଣା ନେତାମାନଙ୍କ ଉପରେ ବିଜେଡି ଭରସା କରିଛି। ତିର୍ତ୍ତୋଲ ଆସନ ପାଇଁ ଦଳ ନିଜର ଦଶନ୍ଧି ପୁରୁଣା ବିଶ୍ୱସ୍ତ […]

BJD0

BJD0

Manoranjan Sial
  • Published: Thursday, 08 October 2020
  • Updated: 08 October 2020, 10:30 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା କଟକଣା ମଧ୍ୟରେ ଆସନ୍ତା ନଭେମ୍ବର ୩ତାରିଖରେ ହେବାକୁ ଥିବା ରାଜ୍ୟର ୨ଟି ବିଧାନସଭା ଆସନ ପାଇଁ ଶାସକ ବିଜେଡି ନିଜର ରଣନୀତିକୁ ଚୂଡ଼ାନ୍ତ ରୂପ ଦେଇଛି। ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଦଳର ଗୋଷ୍ଠୀକନ୍ଦଳ ତୀବ୍ର ଥିବାବେଳେ ଅସନ୍ତୁଷ୍ଟଙ୍କୁ ମନାଇ ଦୁଇଟି ଯାକ ଆସନକୁ ଦଖଲ କରିବା ନିମନ୍ତେ ପୁରୁଣା ନେତାମାନଙ୍କ ଉପରେ ବିଜେଡି ଭରସା କରିଛି। ତିର୍ତ୍ତୋଲ ଆସନ ପାଇଁ ଦଳ ନିଜର ଦଶନ୍ଧି ପୁରୁଣା ବିଶ୍ୱସ୍ତ ତ୍ରିମୂର୍ତ୍ତି ଓ ବାଲେଶ୍ୱର ଆସନରେ ଅଭିଜ୍ଞ ନେତାଙ୍କୁ ଉପନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଦଳ ନିଜର ଦଶନ୍ଧି ପୁରୁଣା ବିଶ୍ୱସ୍ତ ତ୍ରିମୂର୍ତ୍ତି( ଅତନୁ ସବ୍ୟସାଚୀ ନାୟକ,ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁ)ଙ୍କୁ ମଇଦାନକୁ ଓହ୍ଲାଇ ଥିବାବେଳେ ବାଲେଶ୍ୱର ସଦର ଆସନରେ ଅଭିଜ୍ଞ ନେତା ଦେବୀପ୍ରସାଦ ମିଶ୍ର, ପ୍ରତାପ ଜେନା ଓ ପ୍ରତାପ ଦେବଙ୍କ କାନ୍ଧରେ ଉପନିର୍ବାଚନୀ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଛି। ଏହି ନେତାମାନଙ୍କର ସଂଗଠନ ଉପରେ ଥିବା ପ୍ରଭାବକୁ ପୁଞ୍ଜି କରି ଦଳ ଉଭୟ ନିର୍ବାଚନମଣ୍ଡଳୀରେ ଥିବା ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବାକୁ ଲକ୍ଷ୍ୟ ରଖିଛି। ଉଭୟ ଆସନରେ ବିଜେଡିର ଗୋଷ୍ଠୀ କନ୍ଦଳ ତୀବ୍ର ରହିଛି। ତା’ଛଡ଼ା ସରକାର ପ୍ରତି ଅସନ୍ତୋଷ ବି ରହିଛି। ଉଭୟ ଆସନରେ ଦଳର ସାଂଗଠନିକ ସ୍ଥିତି ଭଲ ଥିଲେ ମଧ୍ୟ ଗୋଷ୍ଠୀକନ୍ଦଳର ଫାଇଦା ବିଜେପି ନେବାର ଆଶଙ୍କା ଥିବାରୁ ବିଜେଡି ନିଜର ଅଭିଜ୍ଞ ଓ ବିଶ୍ୱସ୍ତ ନେତାମାନଙ୍କୁ ଉପନିର୍ବାଚନର ମଇଦାନକୁ ଓହ୍ଲାଇଛି।

ବିଶେଷକରି ବାଲେଶ୍ୱର ସଦର ଆସନରେ ଦଳୀୟ ଟିକେଟ୍ ପାଇଁ ବିଜେଡି ନେତାମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ବାଲେଶ୍ୱର ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କୁ ସ୍ଥାନୀୟ ନେତାମାନେ ଦୃଢ଼ ବିରୋଧ କରୁଛନ୍ତି। ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାସ, ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ଓ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସହ ଶ୍ରୀ ଜେନାଙ୍କ ଛକାପଞ୍ଝା ଲାଗି ରହିଛି। ଏପଟେ ରାଜନୀତିରେ ଦୀର୍ଘବର୍ଷ ଧରି ଅଲୋଡ଼ା ହୋଇ ରହିଥିବା ପୂର୍ବତନ ବିଧାୟକ ଅରୁଣ ଦେଙ୍କୁ ଉପନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ କରି ଶ୍ରୀ ଜେନା ନିଜର ପାରିବାପଣିଆ ଦେଖାଇବାକୁ ପ୍ରୟାସ କରିଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡି ନେତା ତଥା ପୂର୍ବତନ ନଗରପାଳ ଆଲୋକ ସାହୁ ବିଜେପିରେ ସାମିଲ ହୋଇସାରିଛନ୍ତି। ଯଦିଓ ଦଳ ଏବେ ସେଠାରେ ୨୬ ପଂଚାୟତ ଓ ୩୧ଟି ୱାର୍ଡ(ପୌରାଂଚଳ)କୁ ନେଇ ଗଠିତ ବାଲେଶ୍ୱର ସଦର ଆସନରେ ୪ଜଣ ମନ୍ତ୍ରୀଙ୍କ ସମେତ ପ୍ରାୟ ୬୦ଜଣ ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ କରିସାରିଲାଣି, ତଥାପି ଏହି ୩ ଅଭିଜ୍ଞ ନେତାଙ୍କ ରଣନୀତି ହିଁ ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି। ତା’ଛଡ଼ା ଏହି ଆସନ ବିଜେପି କବଜାରେ ଯେଭଳି ରହିବ ତାହା ସୁନିଶ୍ଚିତ କରିବା ବି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି। ତେଣୁ ସେଠାରେ ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଏହି ୩ ଅଭିଜ୍ଞ ନେତାଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ।

ସେହିପରି ତିର୍ତ୍ତୋଲ ଆସନରେ ଦିବଂଗତ ବିଷ୍ଣୁ ଦାସଙ୍କ ଅନୁଗତଙ୍କ ପ୍ରଭାବ ଅଧିକ ରହିଥିବାବେଳେ ସାଂସଦ ରାଜଶ୍ରୀ ମଲ୍ଲିକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶୀଷ ସାମନ୍ତରାୟଙ୍କୁ ନେଇ ତୀବ୍ର ଅସନ୍ତୋଷ ରହିଛି। ସାଂଗଠନିକ ନିର୍ବାଚନବେଳେ ବିଷ୍ଣୁଙ୍କ ଅନୁଗତମାନଙ୍କୁ ଅଣଦେଖା କରି ଦେବାଶୀଷ ଏକତରଫା କର୍ମକର୍ତ୍ତା ଚୟନ କରି ସମଗ୍ର ନିର୍ବାଚନମଣ୍ଡଳୀରେ ଦଳୀୟ କର୍ମୀଙ୍କ ଆକ୍ରୋଶର ଶୀକାର ହୋଇସାରିଛନ୍ତି। ତା’ଛଡ଼ା ଦଳର ପୁରୁଖା କର୍ମୀମାନଙ୍କୁ ଅଣଦେଖା କରି ଆମଦାନୀ ହୋଇଥିବା ହାତଗଣତି କର୍ମୀଙ୍କୁ ନେଇ ରାଜଶ୍ରୀ ସେଠାରେ ନିଜର ରାଜନୀତିକ ଗୋଟିଚାଳନା କରୁଛନ୍ତି। ଯେଉଁଥିପାଇଁ ଉଭୟ ରାଜଶ୍ରୀ ଓ ଦେବାଶିଷଙ୍କ ଗୋଷ୍ଠୀଙ୍କୁ ନିୟନ୍ତ୍ରଣ କରି ଉପନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଦଳ ଅତନୁଙ୍କୁ ତିର୍ତ୍ତୋଲ ବ୍ଲକ୍ , ରଘୁନାଥପୁର ବ୍ଲକରେ ସଞ୍ଜୟ ଓ ବିରିଡି ବ୍ଲକରେ ଅରୁଣଙ୍କୁ ରଣନୀତି ନିର୍ଦ୍ଧାରଣ ଦାୟିତ୍ୱ ଦେଇଛି। ଏହି ତ୍ରିମୂର୍ତ୍ତିଙ୍କୁ ଜିଲ୍ଲା ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରତ୍ୟକ୍ଷ ସହଯୋଗ କରିବେ। ୬୧ଟି ପଂଚାୟତକୁ ନେଇ ଗଠିତ ତିର୍ତ୍ତୋଲ ଆସନରେ ନିର୍ବାଚନ ପରିଚାଳନା ପାଇଁ ଦଳର ୫ଜଣ ମନ୍ତ୍ରୀ ଓ ୨୫ରୁ ଅଧିକ ନେତା କାର୍ଯ୍ୟ କରିବେ। ତେବେ ଏହି ୩ ନେତାଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ରହିବ ବୋଲି ଜଣାପଡ଼ିଛି। ସେଠାରେ ଟିକେଟ୍ କାହାକୁ ଦିଆଯିବ ତାହା ଚୂଡ଼ାନ୍ତ ହୋଇନଥିଲେ ବି ବିଷ୍ଣୁଙ୍କ ପୁଅ ବିଜୟଶଙ୍କରଙ୍କୁ ପ୍ରାର୍ଥୀ କରାଯିବାର ସମ୍ଭାବନା ଅଧିକ ରହିଛି। କାଳେ ରାଜଶ୍ରୀ ଓ ଦେବାଶୀଷ ଗୋଷ୍ଠୀ କୌଣସି ସମସ୍ୟା କରିବେ ସେଥିପାଇଁ ବିଜେପି ଛାଡ଼ି ଆସିଥିବା ରମାକାନ୍ତ ଭୋଇଙ୍କୁ ଦଳରେ ସାମିଲ ନକରି ବିଜେଡି ଏହି ଉପନିର୍ବାଚନରେ ତାଙ୍କୁ ଟ୍ରମ୍ପ କାର୍ଡ ଭାବେ ଉପଯୋଗ କରିବାର ସମ୍ଭାବନା ରହିଛି।

ତେବେ ଗତ କିଛିବର୍ଷ ଧରି ଆମଦାନୀ ଓ ଅନଭିଜ୍ଞ ନେତାମାନଙ୍କୁ ଦଳରେ ମାତ୍ରାଧିକ ଗୁରୁତ୍ୱ ମିଳିବାକୁ ନେଇ ରହିଥିବା ଅସନ୍ତୋଷ ଭିତରେ ଏବେ ପୁରୁଣା ନେତାମାନଙ୍କୁ ପୁଣିଥରେ ଗୁରୁଦାୟିତ୍ୱ ନ୍ୟସ୍ତ ହୋଇଥିବାରୁ ବିଜେଡି କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story