୩ ଜିଲ୍ଲାରେ ୧୨୧୦ କୋଟି ଟଙ୍କାର ୯ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ‘ଜଳଜୀବନ ମିଶନ’ ଯୋଜନା ଅନ୍ତର୍ଗତ ୩ଟି ଜିଲ୍ଲା ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ପାଇପ୍ ଯୋଗେ ପାନୀୟ ଜଳଯୋଗାଣ ନିମନ୍ତେ ୧୨୧୦.୦୪କୋଟି ଟଙ୍କାର ୯ଟି ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ୯ଟି ବ୍ଲକର ୧୮୮ଟି ପଂଚାୟତର ୧୦୯୪ଟି ଗାଁର ପ୍ରାୟ ୧୦ଲକ୍ଷ ୧୯ହଜାର ୪୮୭ଜଣ ଲୋକ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ […]

water

water

Ordigital Desk
  • Published: Friday, 12 August 2022
  • Updated: 12 August 2022, 08:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ‘ଜଳଜୀବନ ମିଶନ’ ଯୋଜନା ଅନ୍ତର୍ଗତ ୩ଟି ଜିଲ୍ଲା ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ପାଇପ୍ ଯୋଗେ ପାନୀୟ ଜଳଯୋଗାଣ ନିମନ୍ତେ ୧୨୧୦.୦୪କୋଟି ଟଙ୍କାର ୯ଟି ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ୯ଟି ବ୍ଲକର ୧୮୮ଟି ପଂଚାୟତର ୧୦୯୪ଟି ଗାଁର ପ୍ରାୟ ୧୦ଲକ୍ଷ ୧୯ହଜାର ୪୮୭ଜଣ ଲୋକ ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି । ମୋଟ ୧୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏଥିରେ ପଂଚାୟତିରାଜ ବିଭାଗର ୩ଟି ପାନୀୟ ଜଳ ଯୋଗାଣ ଟେଣ୍ଡରକୁ ଚୂଡ଼ାନ୍ତ ମଞ୍ଜୁରୀ ରାଜ୍ୟ କ୍ୟାବିନେଟ୍ ଦେଇଛନ୍ତି । ଏଥିରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ କଙ୍କଡ଼ାହାଡ଼ ସମେତ ମୋଟ ୪ଟି ବ୍ଲକର ୭୧ଟି ପଂଚାୟତର ୨୭୧ଟି ଗାଁରେ ବାସ କରୁଥିବା ୩ଲକ୍ଷ ୨୨ହଜାର ୨୦୪ଜଣ ଲୋକ ଉପକୃତ ହେବେ । ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ମୋଟ ୫୦୧ କୋଟି ୮୫ଲକ୍ଷ ଟଙ୍କାର ସର୍ବନିମ୍ନ ଟେଣ୍ଡର କୋହ୍ଲାପୁରସ୍ଥିତ ମେସର୍ସ ଲକ୍ଷ୍ମୀ ସିଭିଲ ଇଞ୍ଜିନିୟରିଂ ସର୍ଭିସ୍ ପ୍ରାଃ ଟେଣ୍ଡର ନେଇଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକୁ ୨୪ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ରାଜ୍ୟ କ୍ୟାବିନେଟ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର ଓ ଗରଦପୁର ବ୍ଲକ ଅନ୍ତର୍ଗତ ମୋଟ ୭୬ଟି ପଂଚାୟତର ୫୨୨ଟି ଗାଁରେ ବସବାସ କରୁଥିବା ୪ଲକ୍ଷ ୩୫ହଜାର ୧୯୦ଜଣ ଲୋକଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୪୧୬.୫୭କୋଟି ଟଙ୍କାର ସର୍ବନିମ୍ନ ଟେଣ୍ଡରକୁ ଅନୁମୋଦନ କରିଛନ୍ତି । ଏହି ଟେଣ୍ଡର କାର୍ଯ୍ୟ କୋହ୍ଲାପୁରସ୍ଥିତ ଲକ୍ଷ୍ମୀ ସିଭିଲ ଇଞ୍ଜିନିୟରିଂ ସର୍ଭିସ୍ ନେଇଛି । ୨୪ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।

ବାଲେଶ୍ୱର ଜିଲ୍ଲାର ୩ଟି ବ୍ଲକ ରେମୁଣା, ଖଇରା ଓ ବାଲେଶ୍ୱର ବ୍ଲକ ଅନ୍ତର୍ଗତ ମୋଟ ୪୧ଟି ପଂଚାୟତର ୩୦୧ଟି ଗାଁର ୨ଲକ୍ଷ ୬୨ହଜାର ୯୩ଜଣ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଣ ନିମନ୍ତେ ୨୯୧.୬୨କୋଟି ଟଙ୍କାର ସର୍ବନିମ୍ନ ଟେଣ୍ଡରକୁ ଅନୁମୋଦନ କରିଛନ୍ତି । ଏହି ଟେଣ୍ଡର କାର୍ଯ୍ୟ ହାଇଦ୍ରାବାଦସ୍ଥିତ ମେର୍ସସ ଏନସିସି ଲିଃ ନେଇଛନ୍ତି । ୨୪ମାସ ମଧ୍ୟରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମଧ୍ୟ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos