ଦାଦନ ରୋକିବାକୁ ‘ମନରେଗା ରାଜ୍ୟ ସହାୟତା’ ଯୋଜନା, କ୍ୟାବିନେଟ ଦେଲା ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୪ଟି ଜିଲ୍ଲା ବଲାଙ୍ଗିର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାର ୨୦ଟି ଦାଦନ ପ୍ରବଣ ବ୍ଲକଗୁଡ଼ିକରେ ଦାଦନ ସମସ୍ୟା ରୋକିବା ପାଇଁ ରାଜ୍ୟ ସରକାର ଏକ ନୂଆ ଯୋଜନା ‘ମନରେଗା ରାଜ୍ୟ ସହାୟତା’ କାର୍ଯ୍ୟକାରୀ କରିବେ । ରାଜ୍ୟ କ୍ୟାବିନେଟ୍ ଆଜି ଏହାକୁ ଅନୁମୋଦନ କରିଛନ୍ତି । ଏହି ଯୋଜନାରେ ୨୦ଟି ଦାଦନପ୍ରବଣ ବ୍ଲକରେ ମନରେଗା ଅଧୀନରେ ଥିବା କାର୍ଯ୍ୟ ଆଶୟୀଙ୍କୁ ରାଜ୍ୟରେ ଅଣକୁଶଳୀ ଶ୍ରମିକଙ୍କ ପାଇଁ ଦୈନିକ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ହାର […]

Labour

Labour

Ordigital Desk
  • Published: Tuesday, 19 July 2022
  • Updated: 19 July 2022, 05:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୪ଟି ଜିଲ୍ଲା ବଲାଙ୍ଗିର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାର ୨୦ଟି ଦାଦନ ପ୍ରବଣ ବ୍ଲକଗୁଡ଼ିକରେ ଦାଦନ ସମସ୍ୟା ରୋକିବା ପାଇଁ ରାଜ୍ୟ ସରକାର ଏକ ନୂଆ ଯୋଜନା ‘ମନରେଗା ରାଜ୍ୟ ସହାୟତା’ କାର୍ଯ୍ୟକାରୀ କରିବେ । ରାଜ୍ୟ କ୍ୟାବିନେଟ୍ ଆଜି ଏହାକୁ ଅନୁମୋଦନ କରିଛନ୍ତି । ଏହି ଯୋଜନାରେ ୨୦ଟି ଦାଦନପ୍ରବଣ ବ୍ଲକରେ ମନରେଗା ଅଧୀନରେ ଥିବା କାର୍ଯ୍ୟ ଆଶୟୀଙ୍କୁ ରାଜ୍ୟରେ ଅଣକୁଶଳୀ ଶ୍ରମିକଙ୍କ ପାଇଁ ଦୈନିକ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ହାର ସହିତ ସମାନ କରି ମନରେଗା ଅଧୀନରେ ପ୍ରଦାନ କରାଯାଉଥିବା ବିଜ୍ଞାପିତ ମଜୁରୀ ହାର ଉପରେ ଅତିରିକ୍ତ ମଜୁରୀ ପ୍ରଦାନ କରାଯିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ୪ଟି ଜିଲ୍ଲାର ୨୦ଟି ଦାଦନପ୍ରବଣ ବ୍ଲଗୁଡ଼ିକରେ ମନରେଗାରେ ସୁନିଶ୍ଚିତ କରାଯାଇଥିବା ସର୍ବନିମ୍ନ ୧୦୦ଦିନର କାର୍ଯ୍ୟ ବାଦ୍ ଆଉ ୨୦୦ଦିନ କାର୍ଯ୍ୟ ଯୋଗାଇ ଦିଆଯିବ । ଏହି ଅତିରିକ୍ତ ୨୦୦ଦିନର ମଜୁରୀ ବାବଦରେ ପ୍ରତ୍ୟେକ ବ୍ୟକ୍ତି ପିଛା ଦୈନିକ ହିସାବରେ ହେଉଥିବା ମଜୁରୀ ବାବଦ ସମ୍ପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଅଣକୁଶଳୀ ମଜୁରୀ ହାରରେ ନୂତନ ରାଜ୍ୟ କ୍ଷେତ୍ର ଯୋଜନାରେ ଅଧୀନରେ ବହନ କରାଯିବ ।

‘ଜଳ ଜୀବନ ମିଶନ ଯୋଜନା’ରେ ରାଜ୍ୟର ୪ଟି ଜିଲ୍ଲା କୋରାପୁଟ, ରାୟଗଡ଼ା, ଅନୁଗୁଳ ଓ ଜଗତସିଂହପୁରରେ ୧୧୬୩.୪୩ କୋଟି ଟଙ୍କାର ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ କରିଛନ୍ତି । କୋରାପୁଟ ଜିଲ୍ଲାରେ ଏଥିପାଇଁ ୨୬୧.୯୭ କୋଟି ଟଙ୍କାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଟେଣ୍ଡରକୁ ହାଇଦ୍ରାବାଦର ଏନସିସି ଲିମିଟେଡ୍ ସଂସ୍ଥାକୁ ପ୍ରଦାନ ନିମନ୍ତେ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଜୟପୁର ଓ କୁନ୍ଦ୍ରା ବ୍ଲକର ୩୧ଟି ପଂଚାୟତର ୧୬୭ଟି ଗାଁର ୧ଲକ୍ଷ ୬୧ହଜାର ୯୦୬ଜଣ ଲୋକ ଉପକୃତ ହେବେ ।

ରାୟଗଡ଼ା ଜିଲ୍ଲାର ରମନାଗୁଡ଼ା ଓ କୋଲନରା ବ୍ଲକର ୧୫ଟି ପଂଚାୟତର ୧୨୯ଟି ଗାଁର ୩୫୪୦୪ଜଣ ଲୋକଙ୍କୁ ପାନୀୟ ଜଳ ସୁବିଧା ଦେବା ପାଇଁ ୧୧୪.୬୮କୋଟି ଟଙ୍କାର ପ୍ରକଳ୍ପ ଟେଣ୍ଡରକୁ ହାଇଦ୍ରାବାଦର ଷ୍ଟାଣ୍ଡାର୍ଡ ଇନଫ୍ରାଟେକ୍ ଲିଃକୁ ପ୍ରଦାନ ନିମନ୍ତେ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

ଅନୁଗୋଳ ଜିଲ୍ଲାର କିଶୋରନଗର ଓ ଆଠମଲ୍ଲିକ ବ୍ଲକର ୪୭ଟି ପଂଚାୟତର ୫୫୫ଟି ଗାଁର ୨ଲକ୍ଷ ୧୯ହଜାର ୩୦୯ଜଣ ଲୋକଙ୍କୁ ପାନୀୟ ଜଳ ସୁବିଧା ଦେବା ପାଇଁ ୩୬୫.୬୮କୋଟି ଟଙ୍କାର ପ୍ରକଳ୍ପ ଟେଣ୍ଡରକୁ ହାଇଦ୍ରାବାଦସ୍ଥିତ ଏନସିସି ଲିମିଟେଡକୁ ପ୍ରଦାନ ନିମନ୍ତେ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

ଜଗତସିଂହପୁର ଜିଲ୍ଲାର ୪ଟି ବ୍ଲକ ରଘୁନାଥପୁର, ତିର୍ତ୍ତୋଲ, କୁଜଙ୍ଗ ଓ ଏରସମାର ମୋଟ ୮୫ଟି ପଂଚାୟତର ୫୪୪ଟି ଗାଁର ୪ଲକ୍ଷ ୩୨ହଜାର ୯୧୬ଜଣ ଲୋକଙ୍କୁ ପାନୀୟ ଜଳ ସୁବିଧା ଦେବା ପାଇଁ ୪୩୧.୧୦କୋଟି ଟଙ୍କାର ପ୍ରକଳ୍ପ ଟେଣ୍ଡରକୁ ଚେନ୍ନାଇସ୍ଥିତ ଏଲଆଣ୍ଡଟି କମ୍ପାନୀକୁ ପ୍ରଦାନ ନିମନ୍ତେ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

ବିନା ବିସ୍ଥାପନରେ ଋଷିକୁଲ୍ୟା ନଦୀରେ ଗଞ୍ଜାମ ଜିଲ୍ଲାର ବରଦା ଗାଁ ନିକଟରେ ଏକ ଆନିକଟ ସେତୁ ନିର୍ମାଣ କରିବାର ପ୍ରସ୍ତାବ ରହିଛି । ଏହି ପ୍ରକଳ୍ପର ନିର୍ମାଣ ଓ ପରବର୍ତ୍ତୀ ୫ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ମୋଟ ୧୫୨.୧୦କୋଟି ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ୩୬ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରହିଛି । ଉକ୍ତ ପ୍ରକଳ୍ପଟି ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗଞ୍ଜାମ ବ୍ଲକ ଓ ଛତ୍ରପୁର ଏନଏସି, ଗଞ୍ଜାମ ଏନଏସି ଓ ବ୍ରହ୍ମପୁର ସହରର ୧୬ଟି ଗାଁର ଲୋକଙ୍କ ପାନୀୟଜଳ ଓ ଘରୋଇ ବ୍ୟବହାର ପାଇଁ ପର୍ଯ୍ୟାପ୍ତ ଜଳ ଉପଲବ୍ଧ କରାଇବ । ଏହାସହିତ ଉକ୍ତ ଜଳାଶୟଟି ସ୍ଥାନୀୟ ଲୋକଙ୍କ ଚାଷ କାର୍ଯ୍ୟ, ଶିଳ୍ପ, ସାମାଜିକ, ଆର୍ଥିକ ଉନ୍ନତିରେ ସହାୟକ ହେବା ସହ ୧୬୪ହେକ୍ଟର ପରିମିତ ଅଂଚଳରେ ମାଛ ଚାଷ ନିମନ୍ତେ ସହାୟକ ହୋଇପାରିବ ।

ସେହିପରି ଜିଏସଟି ପରିଷଦର ସୁପାରିଶ ଆଧାରରେ ରାଜ୍ୟ ସରକାର ଓଡ଼ିଶା ଦ୍ରବ୍ୟ ଓ ସେବାକର ଅଧିନିୟମ-୨୦୧୭କୁ ସଂଶୋଧନ ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ କ୍ୟାବିନେଟ୍ ଆଜି ଏହି ପ୍ରସ୍ତାବିତ ସଂଶୋଧନକୁ ମଞ୍ଜୁରୀ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos