Advertisment

ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରୁ ବାଦ ପଡ଼ିଲା ଆଳୁ, ପିଆଜ, ଡାଲି ଓ ତେଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକର ଅନୁମୋଦନ କ୍ରମେ ଐତିହାସିକ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରୁ ବାଦ ପଡ଼ିଛି ଆଳୁ, ପିଆଜ, ଡାଲି ଓ ତେଲ। ଏହା ଫଳରେ କୃଷି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ପାଇଁ ବାଟ ଫିଟିଲା ଓ ଏଥିରୁ ଚାଷୀମାନେ ଉପକୃତ ହେବେ ବୋଲି ସରକାର ସଫେଇ ଦେଇଛନ୍ତି। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଦେକର ଓ ନରେନ୍ଦ୍ର ସିଂହ ତୋମାର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଯେତେବେଳେ […]

ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରୁ ବାଦ ପଡ଼ିଲା ଆଳୁ, ପିଆଜ, ଡାଲି ଓ ତେଲ

cabinet

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକର ଅନୁମୋଦନ କ୍ରମେ ଐତିହାସିକ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରୁ ବାଦ ପଡ଼ିଛି ଆଳୁ, ପିଆଜ, ଡାଲି ଓ ତେଲ। ଏହା ଫଳରେ କୃଷି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ପାଇଁ ବାଟ ଫିଟିଲା ଓ ଏଥିରୁ ଚାଷୀମାନେ ଉପକୃତ ହେବେ ବୋଲି ସରକାର ସଫେଇ ଦେଇଛନ୍ତି।

Advertisment

କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଦେକର ଓ ନରେନ୍ଦ୍ର ସିଂହ ତୋମାର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଯେତେବେଳେ ନିଅଣ୍ଟ ଥିଲା ସେତେବେଳେ ଅତ୍ରାବଶ୍ୟକ ଦ୍ରବ୍ୟ ଆଇନ ପ୍ରଣୀତ ହୋଇଥିଲା। ଏବେ ଦେଶରେ ଆଉ ନିଅଣ୍ଟିଆ ପରିସ୍ଥିତି ନାହିଁ। କୃଷକମାନେ ପ୍ରଚୁର ଅମଳ କରୁଛନ୍ତି। କିନ୍ତୁ ସେମାନଙ୍କୁ ଉପଯୁକ୍ତ ଦର ମିଳୁ ନାହିଁ। ଆଳୁ, ପିଆଜ, ଡାଲି ଓ ତୈଳବୀଜ ଆଦି ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହି କ୍ଷେତ୍ରରେ ଅଧିକ ପୁଞ୍ଜି ଖଟେଇବାକୁ ଉଦ୍ୟୋଗପତିମାନେ ଭୟ କରୁଛନ୍ତି। ଏହି ଆଇନ ପରିବର୍ତ୍ତନ କରିବା ପାଇଁ ୫୦ ବର୍ଷ ହେଲା କୃଷକମାନେ ଦାବି କରି ଆସୁଥିଲେ। ଶୀତଳ ଭଣ୍ଡାର, ପ୍ରକ୍ରିୟାକରଣ ଓ ରପ୍ତାନୀ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଏହି ଆଇନ ପ୍ରତିବନ୍ଧକ ସାଜିଥିଲା। ମୋଦୀ ସରକାର ଏହି ଆଇନରୁ ଏହିସବୁ ଦ୍ରବ୍ୟକୁ ହଟେଇ ଦେବା ଫଳରେ ଏ କ୍ଷେତ୍ରରେ ପ୍ରଚୁର ପୁଞ୍ଜିନିବେଶ ହେବ। ଏସବୁ ଦ୍ରବ୍ୟ ଅବାଧରେ ରପ୍ତାନୀ ହୋଇପାରିବ। ଏହି ପ୍ରକ୍ରିୟାରେ କୃଷକମାନଙ୍କ ଆୟ ବହୁଗୁଣିତ ହୋଇପାରିବ।

କେନ୍ଦ୍ର ମନ୍ତ୍ରୀ ଜାଭଦେକର କହିଛନ୍ତି ଯେ ଉତ୍ପାଦନ, ଭଣ୍ଡାରଣ, ପରିବହନ, ବିପଣନ ଓ ଯୋଗାଣ କ୍ଷେତ୍ରରେ ସ୍ୱାଧୀନତା ରହିଲେ କୃଷକମାନେ ପ୍ରତିଯୋଗୀ ସଂପନ୍ନ ବଜାରରେ ନିଜ ଉତ୍ପାଦକୁ ଅଧିକ ଦରରେ ବିକ୍ରି କରିପାରିବେ। ଏହା ସେମାନଙ୍କ ଆୟବୃଦ୍ଧିରେ ସହାୟକ ହେବ। ଚାଷୀମାନେ ଏଣିକି ଏଗ୍ରିକଲ୍‌ଚରାଲ ପ୍ରମୋସନ ମାର୍କେଟିଂ କମିଟିର ପ୍ରତିବନ୍ଧକରୁ ମୁକ୍ତ ହୋଇ ଯିଏ ଅଧିକ ମୂଲ୍ୟ ଦେବ ତାଙ୍କୁ ନିଜର ଉତ୍ପାଦ ବିକ୍ରି କରିପାରିବେ। ଭଣ୍ଡାରଣ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ହେଲେ କୃଷି ଉତ୍ପାଦନ ଆଉ ଅକାରଣରେ ନଷ୍ଟ ହେବ ନାହିଁ। ଏ ନେଇ ଖୁବଶୀଘ୍ର ଏକ ଅଧ୍ୟାଦେଶ ଜାରି ହେବ। ଏହି ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛି। କୃଷକ (ସଶକ୍ତିକରଣ ଓ ସୁରକ୍ଷା) ଦର ପ୍ରତିଶ୍ରୁତି ଓ କୃଷି ସେବା ରାଜିନାମା ଅଧ୍ୟାଦେଶ ୨୦୨୦ ନାମରେ ଏହି ଅଧ୍ୟାଦେଶ ଜାରି ହେବ। ଏହି ଅଧ୍ୟାଦେଶ ଜାରି ହେବା ପରେ କ୍ରେତା ଓ ବିକ୍ରେତାମାନେ ନିଜ ସୁବିଧା ଅନୁସାରେ କିଣାବିକା କରିପାରିବେ। ଏଣିକି କୃଷି ଉତ୍ପାଦନର ଆନ୍ତଃରାଜ୍ୟ ଓ ରାଜ୍ୟଭିତରେ ବିକ୍ରି ଉପରେ ଆଉ କୌଣସି କଟକଣା ରହିବ ନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe