୧୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ: ୬ ବର୍ଷ ବଢ଼ିଲା ମିଲେଟ୍ ମିଶନ ଅବଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଓଡ଼ିଶା ମିଲେଟ୍ ମିଶନର ଅବଧିକୁ ବୃଦ୍ଧି କରିବା ସହ ଏହାକୁ ୧୯ଟି ଜିଲ୍ଲାର ୧୪୨ଟି ବ୍ଲକରେ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୬ବର୍ଷରେ ମୋଟ ୨୮୦୮.୩୯ କୋଟି ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ସମେତ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ […]

Sachivalaya

Sachivalaya

Ordigital Desk
  • Published: Friday, 12 August 2022
  • Updated: 12 August 2022, 10:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଓଡ଼ିଶା ମିଲେଟ୍ ମିଶନର ଅବଧିକୁ ବୃଦ୍ଧି କରିବା ସହ ଏହାକୁ ୧୯ଟି ଜିଲ୍ଲାର ୧୪୨ଟି ବ୍ଲକରେ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୬ବର୍ଷରେ ମୋଟ ୨୮୦୮.୩୯ କୋଟି ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ସମେତ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର ଆଦିବାସୀ ଅଂଚଳରେ ଚାଷ ଜମି ଓ ଖାଦ୍ୟ ପ୍ରଣାଳୀରେ ପୃଷ୍ଟିଶସ୍ୟର ପୁନଃପ୍ରଚଳନ ନିମନ୍ତେ ରାଜ୍ୟ ସରକାର ‘ଓଡ଼ିଶା ମିଲେଟ୍ ମିଶନ’ ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷରୁ ଏହା କାର୍ଯ୍ୟକାରୀ ହେଉଛି । ଚାଷ ମିରେ ଓ ଖାଦ୍ୟ ଥାଳିରେ ପୃଷ୍ଟିଶସ୍ୟର ପୁନଃପ୍ରଚଳନ କରିବା ପାଇଁ ଏହି ଯୋଜନା । ଏହି ଯୋଜନାରେ କାର୍ଯ୍ୟାନ୍ୱୟନର ପ୍ରଥମ ପର୍ଯ୍ୟାୟରେ ୨୦୧୭-୧୮ରେ ୭ଟି ଜିଲ୍ଲା ଯଥା କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଗଜପତି, ମାଲକାନଗିରି, ନୂଆପଡ଼ା ଓ ରାୟଗଡ଼ାର ୩୦ଟି ବ୍ଲକରେ କାର୍ଯ୍ୟକ୍ଷମ ହୋଇଥିଲା । ପରବର୍ତ୍ତୀ ବର୍ଷରେ ୪ଟି ଜିଲ୍ଲାର ଅନ୍ୟ ୩୫ଟି ବ୍ଲକକୁ ସମ୍ପ୍ରସାରିତ ହୋଇଥିଲା ଓ ପରବର୍ତ୍ତୀ ବର୍ଷରେ ୧୧ଟି ଜିଲ୍ଲାର ୫୫ଟି ବ୍ଲକ ଅନ୍ତର୍ଭୁକ୍ତ ହୋଇଥିଲା । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ମୋଟ ଉପରେ ୧୫ଟି ଜିଲ୍ଲାର ୮୪ଟି ବ୍ଲକରେ ଏବେ କାର୍ଯ୍ୟକାରୀ ହେଉଥିବାବେଳେ ୨୦୨୨-୨୩ରୁ ମୋଟ ୧୯ଟି ଜିଲ୍ଲାର ୧୪୨ଟି ବ୍ଲକରେ କାର୍ଯ୍ୟକାରୀ ନିମନ୍ତେ ଓଡ଼ିଶା ସରକାର ଆଗାମୀ ୬ବର୍ଷ ପାଇଁ ଯଥା ୨୦୨୧-୨୨ରୁ ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୨୮୦୮.୩୯କୋଟି ଟଙ୍କ ଖର୍ଚ୍ଚ କରିବେ । ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ସେହିପରି ଓଡ଼ିଶା ରାଜସ୍ୱ ସେବା କ୍ୟାଡ଼ରରେ ଅତିରିକ୍ତ ପଦବୀ ସୃଷ୍ଟି ନିମନ୍ତେ ରାଜ୍ୟ କ୍ୟାବିନେଟ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏବେ ରାଜସ୍ୱ ସେବା କ୍ୟାଡ଼ର(ଗ୍ରୁପ-ବି)ରେ ମୋଟ ୧୦୯୨ଟି ପଦବୀ ରହିଛି । ସେଥିରୁ ୭୯ଟି ପଦବୀ ଛୁଟି, ଡେପୁଟେସନ ଓ ଟ୍ରେନିଂ ରିଜର୍ଭ ଅଧୀନରେ ଅଛି । ବିଭିନ୍ନ ବିଭାଗ, ପିଏସୟୁ ଓ ସରକାରୀ ଏଜେନ୍ସୀଗୁଡ଼ିକର ଆବଶ୍ୟକତା ଅନୁସାରେ ଉକ୍ତ ପଦବୀ ମଧ୍ୟରୁ ସେମାନଙ୍କୁ ସେବା ଯୋଗାଇବା ପର୍ଯ୍ୟାପ୍ତ ହେଉନି । ଏହାବ୍ୟତୀତ ସମ୍ବେଦନଶୀଳ ତହସିଲ, ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟାଳୟ, ପଞ୍ଜିକରଣ କାର୍ଯ୍ୟାଳୟ, ରାଜସ୍ୱ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ, ରାଜସ୍ୱ ପର୍ଷଦରେ ଅତିରିକ୍ତ ପଦବୀର ଆବଶ୍ୟକତା ରହିଛି । ଏସବୁ ଆବଶ୍ୟକତା ପୂରଣ ନିମନ୍ତେ ଓଡ଼ିଶା ରାଜସ୍ୱ ସେବା କ୍ୟାଡ଼ରରେ ଆଉ ୧୯୮ଟି ପଦବୀ ସୃଷ୍ଟି ନିମନ୍ତେ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଫଳରେ ଓଡ଼ିଶା ରାଜସ୍ୱ ସେବାରେ ମୋଟ କ୍ୟାଡ଼ର ପଦବୀ ୧୨୯୦କୁ ବୃଦ୍ଧି ପାଇବ । ଏହି ନୂତନ ଭାବେ ଅନୁମୋଦିତ ୧୯୮ଟି ପଦବୀ ମଧ୍ୟରୁ ୩୨ଟି ପଦବୀ ଅତିରିକ୍ତ ତହସିଲଦାର(ଏନଫୋର୍ସମେଂଟ), ସହକାରୀ ଚକବନ୍ଦୀ/ବନ୍ଦୋବସ୍ତ ଅଧିକାରୀରେ ୫ଟି ପଦବୀ, ସବ ରେଜିଷ୍ଟ୍ରାରରେ ୩୦ଟି ପଦବୀ, କୋର୍ଟ ଅଫିସରରେ ୧୧ଟି ପଦବୀ, ଛୁଟି-ଡେପୁଟେସନ ଓ ଟ୍ରେନିଂ ରିଜର୍ଭରେ ୧୧୮ଟି ପଦବୀ ସୃଷ୍ଟି ପାଇଁ ଅନୁମତି ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos