ସରକାରୀ ସ୍କୁଲରେ ପଢ଼ିବା ପାଇଁ ଲୋଭ ଦେଖାଇଲେ ସରକାର !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସରକାରୀ ସ୍କୁଲ ପ୍ରତି ଅଭିଭାବକ ଓ ପିଲାଙ୍କର ଆଗ୍ରହ କମୁଥିବାରୁ ସରକାର ଚିନ୍ତାପ୍ରକଟ କରିଛନ୍ତି। ସରକାରୀ ସ୍କୁଲରେ ଦ୍ରୁତଗତିରେ ପିଲାଙ୍କ ଉପସ୍ଥାପନ କମୁଥିବାରୁ ରାଜ୍ୟ ସରକାର ଲୋଭ ଦେଖାଇଛନ୍ତି। ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ଏକ ଅଭିନବ ପଦକ୍ଷେପ ନେଇଛନ୍ତି। ଏହି ମର୍ମରେ ଆଜି ରାଜ୍ୟ କ୍ୟବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟତଃ ସରକାରୀ ସ୍କୁଲରେ ପାଠ ପଢ଼ିଲେ ମିଳିବ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ। ଡାକ୍ତରୀ ଓ ଇଂଜିନିୟରିଂ ଶିକ୍ଷା ପାଇଁ […]

school

school

Tapas Behera
  • Published: Monday, 28 December 2020
  • Updated: 28 December 2020, 07:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସରକାରୀ ସ୍କୁଲ ପ୍ରତି ଅଭିଭାବକ ଓ ପିଲାଙ୍କର ଆଗ୍ରହ କମୁଥିବାରୁ ସରକାର ଚିନ୍ତାପ୍ରକଟ କରିଛନ୍ତି। ସରକାରୀ ସ୍କୁଲରେ ଦ୍ରୁତଗତିରେ ପିଲାଙ୍କ ଉପସ୍ଥାପନ କମୁଥିବାରୁ ରାଜ୍ୟ ସରକାର ଲୋଭ ଦେଖାଇଛନ୍ତି। ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ଏକ ଅଭିନବ ପଦକ୍ଷେପ ନେଇଛନ୍ତି। ଏହି ମର୍ମରେ ଆଜି ରାଜ୍ୟ କ୍ୟବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟତଃ ସରକାରୀ ସ୍କୁଲରେ ପାଠ ପଢ଼ିଲେ ମିଳିବ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ।

ଡାକ୍ତରୀ ଓ ଇଂଜିନିୟରିଂ ଶିକ୍ଷା ପାଇଁ ରହିବ ସଂରକ୍ଷଣ ବ୍ୟବସ୍ଥା। ରାଜ୍ୟ କ୍ୟାବିନେଟରେ ସଂରକ୍ଷଣ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗାମୀ ଶିକ୍ଷାବର୍ଷରୁ ବ୍ୟବସ୍ଥା ଲାଗୁ କରାଯିବା ନେଇ ସଂକଳ୍ପ ଆଗତ କରାଯାଇଛି।

ସଂକଳ୍ପକୁ ଚୂଡ଼ାନ୍ତ ରୂପ ଦେବାକୁ  ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଠନ ହେବ। ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ରହିବେ କମିଟି ଅଧ୍ୟକ୍ଷ। କମିଟିରେ ବିଶିଷ୍ଟ ଶିକ୍ଷାବିତ୍ ଓ ବିଶିଷ୍ଟ ବ୍ୟକ୍ତି ସଦସ୍ୟ ରହିବେ। କମିଟି ୩ ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। କମିଟି ସୁପାରିସକୁ ଆଗାମୀ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ  କରାଯିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos