୧.୭୦ଲକ୍ଷ କୋଟିର ଚିଠା ବଜେଟକୁ ଅନୁମୋଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧.୭୦ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ଆଜି ମନ୍ତ୍ରିପରିଷଦର ମଞ୍ଜୁରୀ ମିଳିଛି। ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ସାଢ଼େ ୧୩ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛିି। ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ୧.୭୦ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ଅନୁମୋଦନ ମିଳିଛି। କରୋନା ମହାମାରୀରେ ରାଜସ୍ୱ ସଂଗ୍ରହ ବାଧାପ୍ରାପ୍ତ ହୋଇଥିବା ସତ୍ତ୍ୱେ ବଜେଟର ଆକାରକୁ […]

Naveen Patnaik

Naveen Patnaik

Manoranjan Sial
  • Published: Tuesday, 09 February 2021
  • Updated: 09 February 2021, 07:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧.୭୦ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ଆଜି ମନ୍ତ୍ରିପରିଷଦର ମଞ୍ଜୁରୀ ମିଳିଛି। ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ସାଢ଼େ ୧୩ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛିି।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ୧.୭୦ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ଅନୁମୋଦନ ମିଳିଛି। କରୋନା ମହାମାରୀରେ ରାଜସ୍ୱ ସଂଗ୍ରହ ବାଧାପ୍ରାପ୍ତ ହୋଇଥିବା ସତ୍ତ୍ୱେ ବଜେଟର ଆକାରକୁ ରାଜ୍ୟ ସରକାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ବିଶେଷକରି ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, କୃଷି ଓ ଗ୍ରାମ୍ୟ ଭିତ୍ତିଭୂମିକୁ ବଜେଟରେ ଫୋକସ ଦିଆଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷର ମୂଳ ବଜେଟ ଦେଢ଼ଲକ୍ଷ କୋଟି ଟଙ୍କା ଥିବାବେଳେ ଅତିରିକ୍ତ ବଜେଟ ୧୧ହଜାର ୨୦୦କୋଟି ଟଙ୍କା ରହିଥିଲା। ଆସନ୍ତା ୨୨ତାରିଖରେ ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos