୩ ବର୍ଷ ପରେ ପାଇକ ସ୍ମାରକୀ ପାଇଁ ଜମି ହସ୍ତାନ୍ତରକୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଇକ ବିଦ୍ରୋହର ସ୍ମୃତି ଉଦ୍ଦେଶ୍ୟରେ ବରୁଣେଇ ପାହାଡ଼ ପାଦଦେଶରେ ‘ପାଇକ ସ୍ମାରକୀ’ ନିର୍ମାଣ ପାଇଁ ରାଜ୍ୟ ସରକାର ୧୦ ଏକର ଜମି ଦେବେ ବୋଲି ଘୋଷଣା କରିବାର ପ୍ରାୟ ୩ବର୍ଷ ପରେ ଏହି ଜମିକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ବିନା ମୂଲ୍ୟରେ ହସ୍ତାନ୍ତର ନିମନ୍ତେ ଆଜି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ କ୍ୟାବିନେଟ ଆଜି ଏହି ପ୍ରସ୍ତାବକୁ ମଞ୍ଜୁର କରିଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏହି ପାଇକ ସ୍ମାରକୀ ନିର୍ମାଣ ନିମନ୍ତେ ଘୋଷଣା […]

Pramila Malik

Pramila Malik

Ordigital Desk
  • Published: Tuesday, 19 July 2022
  • Updated: 19 July 2022, 04:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଇକ ବିଦ୍ରୋହର ସ୍ମୃତି ଉଦ୍ଦେଶ୍ୟରେ ବରୁଣେଇ ପାହାଡ଼ ପାଦଦେଶରେ ‘ପାଇକ ସ୍ମାରକୀ’ ନିର୍ମାଣ ପାଇଁ ରାଜ୍ୟ ସରକାର ୧୦ ଏକର ଜମି ଦେବେ ବୋଲି ଘୋଷଣା କରିବାର ପ୍ରାୟ ୩ବର୍ଷ ପରେ ଏହି ଜମିକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ବିନା ମୂଲ୍ୟରେ ହସ୍ତାନ୍ତର ନିମନ୍ତେ ଆଜି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ କ୍ୟାବିନେଟ ଆଜି ଏହି ପ୍ରସ୍ତାବକୁ ମଞ୍ଜୁର କରିଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏହି ପାଇକ ସ୍ମାରକୀ ନିର୍ମାଣ ନିମନ୍ତେ ଘୋଷଣା କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯ ଡିସେମ୍ବର ମାସରେ ଏହି ‘ପାଇକ ସ୍ମାରକୀ’ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୭ଟି ପ୍ରସ୍ତାବକୁ ମୋହର ବାଜିଛି । କ୍ୟାବିନେଟ୍ ବୈଠକ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି । ଆଜି ଶୂନ୍ୟକାଳରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୃହକୁ ଅବଗତ କରିଥିଲେ ଯେ, ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ପାହାଡ଼ା ପାଦଦେଶରେ ୧୮୧୭ ମସିହାରେ ସଂଗଠିତ ପାଇକ ବିଦ୍ରୋହର ସ୍ମରଣ କରିବା ଉଦ୍ଦେଶ୍ୟରେ ପାଇକ ସ୍ମାରକୀ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ନାଁରେ ୯ଏକର ୬୮୫ ଡେସିମିଲ୍ ଜମି ବିନା ମୂଲ୍ୟରେ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ସରକାରୀ ଦେୟ ବାବଦରେ ୩୧କୋଟି ୯୭ଲକ୍ଷ ୬୨ହଜାର ୯୩୪ଟଙ୍କା ଛାଡ଼ କରିବା ପାଇଁ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏହା ବ୍ୟତୀତ ଜଟଣୀ ତହସିଲ ଅନ୍ତର୍ଗତ ରାମଚନ୍ଦ୍ରପୁର ମୌଜାରେ ମୋଟ ୭.୯୭୫ଏକର ସରକାରୀ ଜମି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଙ୍କୁ ଦେବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ସେଥିରୁ ୪.୧୪୮ଏକର ସରକାରୀ ଜମିକୁ ଲିଜ୍ ସୂତ୍ରରେ ଓ ୩.୪୪୭ଏକର ଜମିକୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଅନୁମତିଯୋଗ୍ୟ ଦଖଲ ଦେବାକୁ ନିଷ୍ପତ୍ତି ହୋଇଛି । ବିଡିଏ ଉକ୍ତ ଜମିକୁ ୧୯୮୬ ମସିହାରୁ ଦଖଲରେ ରଖି ବିଭିନ୍ନ ହିତାଧିକାରୀଙ୍କୁ ପ୍ରଦାନ କରିଥିବାରୁ ସରକାର ୧୯୮୬ ମସିହାରେ ପ୍ରଚଳିତ ବିଏମଭି ଅନୁସାରେ ଦେୟ ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିନିମନ୍ତେ ୬କୋଟି ୨୭ଲକ୍ଷ ୯୭ହଜାର ୯୦୭ ଟଙ୍କା ରାଜସ୍ୱ ଛାଡ଼ କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଅନ୍ୟାନ୍ୟ କ୍ୟାବିନେଟ୍ ନିଷ୍ପତ୍ତି

  • ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ପର୍ଯ୍ୟଟକ ଓ ଯାତ୍ରୀଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣୀ ସୁବିଧା ବିଶେଷକରି ବରିଷ୍ଠ ନାଗରିକଙ୍କୁ ମୌଳିକ ସୁବିଧା ଦେବା ନିମନ୍ତେ ପୁରୀସ୍ଥିତ ବାସେଳୀସାହି ଧର୍ମଶାଳା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ମେସର୍ସ ଶ୍ରୀଜୀକୃପା ପ୍ରୋଜେକ୍ଟ ଲିଃ ମୋଟ ୧୩୫.୬୦କୋଟି ଟଙ୍କାରେ ଏହି ଟେଣ୍ଡର କାର୍ଯ୍ୟ ନେଇଛି । ରାଜ୍ୟ କ୍ୟାବିନେଟ ଏହି ଟେଣ୍ଡରକୁ ମଞ୍ଜୁର କରିଛନ୍ତି । ୨୪ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ ।
  • ଓଡ଼ିଶା ଲୋକାୟୁକ୍ତଙ୍କର ୨୦୨୧ ମସିହାର ବାର୍ଷିକ ରିପୋର୍ଟକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଓଡ଼ିଶା ଲୋକାୟୁକ୍ତ ଅଧିନିୟମ-୨୦୧୪(୨୦୧୮ର ଓଡ଼ିଶା ଅଧିନିୟମ ୧୨)ର ଧାରା ୪୮ ଅନୁସାରେ ଲୋକାୟୁକ୍ତଙ୍କ ବାର୍ଷିକ ରିପୋର୍ଟ ଓଡ଼ିଶା ବିଧାନସଭାରେ ଉପସ୍ଥାପନ କରିବାର ବ୍ୟବସ୍ଥା ଅଛି । ତେଣୁ ରାଜ୍ୟ କ୍ୟାବିନେଟ ଆଜି ଏହି ବାର୍ଷିକ ରିପୋର୍ଟକୁ ଅନୁମୋଦନ କରିଛନ୍ତି ।
  • ଡିଆରଡିଏ କର୍ମଚାରୀମାନେ ଜିଲ୍ଲା ପରିଷଦରେ ମିଶ୍ରଣ ହେବା ପରେ ସେମାନଙ୍କର ଦରମା ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଦେୟ ପଂଚମ ଅର୍ଥ କମିଶନ ସୁପାରିଶ କରିଥିବା ପ୍ରବେଶ କର ପରିବର୍ତ୍ତେ ରାଜ୍ୟ ଜିଏସଟିରୁ କ୍ଷତିପୂରଣ ବାବଦରେ ଏହାର କାର୍ଯ୍ୟାନୁଷ୍ଠାନ ରିପୋର୍ଟର ପାରା ୬.୬କୁ କୋହଳ କରିବା ପାଇଁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଡିଆରଡଇଏ କର୍ମଚାରୀମାନଙ୍କର ଜିଲ୍ଲା ପରିଷଦରେ ମିଶ୍ରଣ ପରେ ସେମାନଙ୍କର ଦରମା ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଦେୟ ବାବଦରେ ସରକାରଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷରୁ ହାରାହାରି ୭୦.୨୫କୋଟି ଟଙ୍କା ଅଧିକ ବ୍ୟୟବରାଦ କରିବାକୁ ପଡ଼ିବ ।
  • ଓଡ଼ିଶା ସଚିବାଳୟ କାର୍ଯ୍ୟନିର୍ବାହୀ ସହାୟକ ଓ ବ୍ୟକ୍ତିଗତ ସହାୟକ(ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ) ନିୟମାବଳୀ-୧୯୯୭ର ସଂଶୋଧନକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକର ମୂଳ ପଦବୀରେ ନିଯୁକ୍ତି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଏହି ନିୟମର ୧୫(୧)ରେ ଆବଶ୍ୟକ ପରିବର୍ତ୍ତନ କରାଯାଇଛି । ଏଣିକି ଏହି ପଦବୀ ପାଇଁ ଯୋଗ୍ୟତା କେବଳ ସ୍ନାତକ ନୁହେଁ ଏହାସହିତ ମୌଳିକ କମ୍ପ୍ୟୁଟର ଦକ୍ଷତାକୁ ସାମିଲ କରାଯାଇଛି ।
  • ଓଡ଼ିଶା ଡିପ୍ଲୋମା ଯାନ୍ତ୍ରିକ ସେବା(ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ-୨୦୧୨ର ସଂଶୋଧନକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଏହି ନିୟମ-୭ ଅନ୍ତର୍ଗତ ଉପନିୟମ ୪,୫ ଓ ୭ର ସଂଶୋଧନକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଲିଖିତ ପରୀକ୍ଷା ଫଳ ଭିତ୍ତିରେ କନିଷ୍ଠ ଯନ୍ତ୍ରୀ ପଦବୀ ନିମନ୍ତେ ନିଯୁକ୍ତି ଓ ଚୟନ ପ୍ରକ୍ରିୟା ସମ୍ପାଦନ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story