ବିଜୁ ସେତୁ ନିର୍ମାଣରେ ବ୍ୟାପକ ଅନିୟମିତତା ଧରିଲେ ସିଏଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ରାମାଂଚଳରେ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ପାଇଁ ରାଜ୍ୟ ସରକାର ୨୦୧୧ ମସିହାରେ ଆରମ୍ଭ କରିଥିବା ନିଜର ମହତ୍ୱାକାଂକ୍ଷୀ ଯୋଜନା ‘ବିଜୁ ସେତୁ ନିର୍ମାଣ’ରେ ବ୍ୟାପକ ଅନିୟମିତତା ହୋଇଛି । ମନଇଚ୍ଛା ସ୍ଥାନ ନିରୂପଣ, ଜମି ଅଧିଗ୍ରହଣ ନକରି ସେତୁ ନିର୍ମାଣ, ଟେଣ୍ଡର ଚୂଡ଼ାନ୍ତରେ ବିଳମ୍ବ ବାରମ୍ବାର ନକ୍ସାରେ ପରିବର୍ତ୍ତନ, ଠିକାଦାରଙ୍କ ମନ୍ଥର ଗତିରେ କାମ, ନିମ୍ନମାନର କାର୍ଯ୍ୟ ଆଦି ଯୋଗୁ ବିଜୁ ସେତୁ ନିର୍ମାଣ ଯୋଜନା ତା’ର ମୂଳଲକ୍ଷ୍ୟ ପୂରଣ କରିପାରିନି । ୨୦୧୭-୨୧ […]

cag

cag

Ordigital Desk
  • Published: Friday, 02 December 2022
  • Updated: 02 December 2022, 10:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ରାମାଂଚଳରେ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ପାଇଁ ରାଜ୍ୟ ସରକାର ୨୦୧୧ ମସିହାରେ ଆରମ୍ଭ କରିଥିବା ନିଜର ମହତ୍ୱାକାଂକ୍ଷୀ ଯୋଜନା ‘ବିଜୁ ସେତୁ ନିର୍ମାଣ’ରେ ବ୍ୟାପକ ଅନିୟମିତତା ହୋଇଛି । ମନଇଚ୍ଛା ସ୍ଥାନ ନିରୂପଣ, ଜମି ଅଧିଗ୍ରହଣ ନକରି ସେତୁ ନିର୍ମାଣ, ଟେଣ୍ଡର ଚୂଡ଼ାନ୍ତରେ ବିଳମ୍ବ ବାରମ୍ବାର ନକ୍ସାରେ ପରିବର୍ତ୍ତନ, ଠିକାଦାରଙ୍କ ମନ୍ଥର ଗତିରେ କାମ, ନିମ୍ନମାନର କାର୍ଯ୍ୟ ଆଦି ଯୋଗୁ ବିଜୁ ସେତୁ ନିର୍ମାଣ ଯୋଜନା ତା’ର ମୂଳଲକ୍ଷ୍ୟ ପୂରଣ କରିପାରିନି । ୨୦୧୭-୨୧ ମସିହା ମଧ୍ୟରେ ମୋଟ ୭୯୩ଟି ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ୩୧୮ଟି ସେତୁ ଅସମ୍ପୂର୍ଣ୍ଣ ରହିବା ଯୋଗୁ ରାଜ୍ୟ ସରକାର ଗ୍ରାମାଂଚଳର ଲୋକଙ୍କୁ ସର୍ବକାଳୀନ ସଂଯୋଗ ବ୍ୟବସ୍ଥା ପ୍ରଦାନ କରିବାରେ ସକ୍ଷମ ହୋଇପାରିନାହାନ୍ତି।

ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟ ଅନୁସାରେ, ୨୦୧୭ରୁ ୨୦୨୧ ମସିହା ମଧ୍ୟରେ ରାଜ୍ୟରେ ୪୭୩ଟି ବିଜୁ ସେତୁ ନିର୍ମାଣ ହୋଇସାରିଛି । ଯାହାକି ମୋଟ ନିର୍ମାଣର ୫୯% । ଏହି ଅବଧି ମଧ୍ୟରେ ମୋଟ ୨୫୭୦କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ସେଥିରୁ ୨୨୫୫.୬୨କୋଟି ଟଙ୍କା ବ୍ୟୟ ହୋଇଛି । ବାକି ୩୧୪ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ି ରହିଛି । ୧୮୪ କୋଟି ଟଙ୍କା ବ୍ୟୟ ସତ୍ତ୍ୱେ ୪୮ଟି ସେତୁର ନିର୍ମାଣ କାର୍ଯ୍ୟ ଏବେବି ଅଧାପନ୍ତରିଆ ହୋଇ ରହିଛି । କେଉଁଠି ସେତୁ ନିର୍ମାଣ ସରିଥିଲେ ମଧ୍ୟ ଜମି ଅଧିଗ୍ରହଣ ହୋଇନଥିବାରୁ ଆପ୍ରୋଚ ରାସ୍ତା ନିର୍ମାଣ ହୋଇପାରିନି । ଯାହାଫଳରେ ଲୋକଙ୍କ କାର୍ଯ୍ୟରେ ତାହା ଆସିପାରୁନି । କେଉଁଠି ପରିବେଶ ମଞ୍ଜୁରୀ ମିଳିନି।

ସେହପରି ବେସରକାରୀ ଜମି ଅଧିଗ୍ରହଣ ନହେବାରୁ ୧୪.୪୪ କୋଟି ଟଙ୍କାର ଅଯଥା ବ୍ୟୟ ହୋଇଛି । ବଡ଼ଚେରିଗାଁ-ଥେମେରା-ମ୍ୟାନିଙ୍ଗ ରାସ୍ତାର ୮କିମିଠାରେ ତେଲ୍ ନଦୀ ଉପରେ ଏକ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ୧୫.୯୪କୋଟି ଟଙ୍କାରେ ୨୦୧୬ ଏପ୍ରିଲରେ ଆରମ୍ଭ ହୋଇ ୨୦୧୮ ଅକ୍ଟୋବର ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । ଏଥିରେ ୨୩୦୦ମିଟର ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ ସାମିଲ ଥିଲା।

ଜମି ଅଧିଗ୍ରହଣ ବାବଦରେ ୧୫ଲକ୍ଷ ଟଙ୍କା ବରାଦ ହୋଇଥିଲା, କିନ୍ତୁ ଏହି ସେତୁକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ କୌଣସି ଜମି ଅଧିଗ୍ରହଣ ହୋଇନଥିଲା । ଯାହାଫଳରେ ଏହି ସେତୁ ଲୋକଙ୍କ କାମରେ ଆସିପାରିନି । ସିଏଜି ଅଡିଟ୍ କରିଥିବା ୧୪ଟି ଡିଭିଜନ ମଧ୍ୟରୁ ଅଡିଟରେ ୨୧୧ଟି ସେତୁକୁ ସାମିଲ କରାଯାଇଥିଲା । ଯାହାର ନିର୍ମାଣ କାର୍ଯ୍ୟ ୨୦୧୨ ଜୁଲାଇରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଶେଷ ହୋଇଥିଲା । ସେଥିରୁ କେବଳ ୧୦୭ଟି ସେତୁର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ୧୦୪ଟି ସେତୁର ନିର୍ମାଣ କାର୍ଯ୍ୟ ୨୦୨୧ ମାର୍ଚ୍ଚ ସୁଦ୍ଧା ଅସମ୍ପୂର୍ଣ୍ଣ ରହିଥିଲା । ଏହି ସେତୁ ନିର୍ମାଣରେ ଧାର୍ଯ୍ୟ ତାରିଖଠାରୁ ଦୁଇମାସରୁ ୮୫ମାସ ବିଳମ୍ବ ହୋଇଥିବା ଜଣାପଡ଼ିଛି।

ସେହିପରି ସୁକତେଲ ନଦୀରେ ବଲାଙ୍ଗିର ଜିଲ୍ଲାାଂରେ ତାମିଆ ମୁଦଲସର ରାସ୍ତା ୨୦୧୫ ସେପ୍ଟେମ୍ବର ମାସରେ ୭.୫୮ କୋଟି ଟଙ୍କା ବ୍ୟୟରେ ଏକ ବିଜୁ ସେତୁ ନିର୍ମାଣ ହୋଇଥିଲା । କିନ୍ତୁ ଏହାର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଥିବାରୁ ତାହା ୨୦୨୦ ଏପ୍ରିଲ ମାସରେ ଭୁଷୁଡ଼ି ପଡ଼ିଥିଲା । ଯେଉଁଥିପାଇଁ ୨ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଅଡିଟ୍ ରିପୋର୍ଟରେ ସିଏଜି ଉଲ୍ଲେଖ କରିଛନ୍ତି।

ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ରାଜ୍ୟ ଗୁଣାତ୍ମକ ମାନ ତଦାରଖ(ଏସକ୍ୟୁଏମ) ଓ ତୃତୀୟ ପକ୍ଷ ଗୁଣାତ୍ମକ ମାନ ତଦାରଖ(ଟିପିକ୍ୟୁଏମ) ଦ୍ୱାରା ଏହି ସେତୁଗୁଡ଼ିକର ଠିକ୍ ଭାବେ ଯାଂଚ ମଧ୍ୟ କରାଯାଇନି । ଏସବୁ ଟିମ୍ ସେତୁଗୁଡ଼ିକର ନିର୍ମାଣର ମାନ ଯାଂଚ ପାଇଁ ରହିଥିଲେ ମଧ୍ୟ ଏସକ୍ୟୁଏମ୍ ମାତ୍ର ୪ ପ୍ରତିଶତ ସେତୁ ନିର୍ମାଣର ଯାଂଚ କରିଥିବାବେଳେ ଟିପିକ୍ୟୁଏମ୍ ମାତ୍ର ୨୦ପ୍ରତିଶତ ସେତୁର ନିର୍ମାଣ କାର୍ଯ୍ୟ ଯାଂଚ କରିଥିବା ସିଏଜି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story