ଔଷଧ ନିଗମର ଗୁମର ଖୋଲିଲେ ସିଏଜି: ପ୍ରିୟାପ୍ରୀତି ଯୋଗୁ ଅତ୍ୟାବଶ୍ୟକ ଔଷଧ ବି ଯୋଗାଇ ପାରିନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜ୍ୟ ଔଷଧ ନିଗମ କେତେକ ନିର୍ଦ୍ଦିଷ୍ଟ ସପ୍ଲାଏର୍ସ(ଯୋଗାଣକାରୀ)ଙ୍କୁ ଅହେତୁକ ପ୍ରୀତି ଦେଖାଇ ଟେଣ୍ଡର ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବ କରିଛି । ଯେଉଁଥିପାଇଁ ଔଷଧ, ମେଡିକାଲ ସରଞ୍ଜାୟ କ୍ରୟ କରିବା ପାଇଁ ଟେଣ୍ଡରରେ ବିଳମ୍ବ ସହ ମନଇଚ୍ଛା ଦର ନିର୍ଦ୍ଧାରଣ କରାଯାଇଛି। ଏପରିକି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଅତ୍ୟାବଶ୍ୟକ ଔଷଧ ଯୋଗାଣ ତାଲିକାରେ ସାମିଲ ଥିବା ଅତ୍ୟାବଶ୍ୟକ ଔଷଧକୁ ବି ସରକାରୀ ହସ୍ପିଟାଲଗୁଡ଼ିକୁ ମଧ୍ୟ ଯୋଗାଣ କରିବାରେ ନିଗମ ବିଫଳ ହୋଇଛି। ଓଡ଼ିଶା ରାଜ୍ୟ […]

CAG Report

CAG Report

Ordigital Desk
  • Published: Saturday, 03 April 2021
  • Updated: 03 April 2021, 11:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜ୍ୟ ଔଷଧ ନିଗମ କେତେକ ନିର୍ଦ୍ଦିଷ୍ଟ ସପ୍ଲାଏର୍ସ(ଯୋଗାଣକାରୀ)ଙ୍କୁ ଅହେତୁକ ପ୍ରୀତି ଦେଖାଇ ଟେଣ୍ଡର ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବ କରିଛି । ଯେଉଁଥିପାଇଁ ଔଷଧ, ମେଡିକାଲ ସରଞ୍ଜାୟ କ୍ରୟ କରିବା ପାଇଁ ଟେଣ୍ଡରରେ ବିଳମ୍ବ ସହ ମନଇଚ୍ଛା ଦର ନିର୍ଦ୍ଧାରଣ କରାଯାଇଛି। ଏପରିକି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଅତ୍ୟାବଶ୍ୟକ ଔଷଧ ଯୋଗାଣ ତାଲିକାରେ ସାମିଲ ଥିବା ଅତ୍ୟାବଶ୍ୟକ ଔଷଧକୁ ବି ସରକାରୀ ହସ୍ପିଟାଲଗୁଡ଼ିକୁ ମଧ୍ୟ ଯୋଗାଣ କରିବାରେ ନିଗମ ବିଫଳ ହୋଇଛି। ଓଡ଼ିଶା ରାଜ୍ୟ ଔଷଧ ନିଗମର ଏହି କଳାକାରନାମାକୁ ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ଆଜି ବିଧାନସଭାରେ ଆଗତ ହୋଇଥିବା ସିଏଜି ରିପୋର୍ଟ ଅନୁସାରେ ୨୦୧୬-୧୯ ମସିହା ମଧ୍ୟରେ ଔଷଧ ନିଗମର ଦ୍ୱାରା କ୍ରୟ କରାଯାଉଥିବା ଔଷଧ, ଅତ୍ୟାବଶ୍ୟକ ସାମଗ୍ରୀ, ମେଡିକାଲ ସରଞ୍ଜାମ ସହ ଏହାର ଗୁଣାତ୍ମକ ମାନ ଓ ପଦ୍ଧତିକୁ ସିଏଜି ଯାଂଚ କରିଥିଲେ। ସରକାରୀ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଥିବା ରୋଗୀଙ୍କ ପାଇଁ ଅତ୍ୟାବଶ୍ୟକ ଔଷଧ(ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ)କୁ ମଧ୍ୟ ଠିକ୍ ସମୟରେ ଯୋଗାଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି।

ଅଡିଟ୍ ରିପୋର୍ଟ ଅନୁସାରେ, ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମାଗଣା ଔଷଧ ଯୋଗାଇବା ନିମନ୍ତେ ରାଜ୍ୟ ସରକାର ୨୦୧୬ ମସିହାରେ ନିରାମୟ ଯୋଜନା ଆରମ୍ଭ କଲେ। ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା ଓଡ଼ିଶା ଔଷଧ ନିଗମ ଏହି ଔଷଧ, ମେଡିକାଲ ସରଞ୍ଜାମ ଓ ଉପକରଣ କ୍ରୟ ଦାୟିତ୍ୱରେ ରହିଲା। ତେବେ କେଉଁ ବର୍ଷ କେତେ ପରିମାଣର କେଉଁ ଔଷଧ ଓ ମେଡିକାଲ ସରଞ୍ଜାମ କ୍ରୟ କରାଯିବ ତା’ର ବାର୍ଷିକ କ୍ରୟ ରିପୋର୍ଟ ଚୂଡ଼ାନ୍ତ ହେବାରେ ଅହେତୁକ ବିଳମ୍ବ ହେଉଥିବା ଯୋଗୁ ଏସବୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ୨୦୧୬-୧୯ ମସିହା ମଧ୍ୟରେ ମୋଟ ଆବଶ୍ୟକତାର ମାତ୍ର ୪୯ ପ୍ରତିଶତ ଔଷଧ ଯୋଗାଣ ହୋଇପାରିଛି।

କେବଳ ସେତିକି ନୁହେଁ, ସରକାରଙ୍କ ‘ଖୁସି’ ଯୋଜନାରେ ଅଧିକ ଦରରେ ସାନିଟାରୀ ନାପକିନ୍ ମଧ୍ୟ କ୍ରୟ ହୋଇଛି ଓ ‘ସୁନେତ୍ର’ ଯୋଜନାରେ ଚଷମା କିଣିବା ପାଇଁ ଅହେତୁକ ଅନୁଗ୍ରହ ନିର୍ଦ୍ଦିଷ୍ଟ ସଂସ୍ଥାକୁ ପ୍ରଦାନ କରାଯାଇଛି।

ସେହିପରି ଇ-ନିରାମୟ ସଫ୍ଟୱେୟାର ମାଧ୍ୟମରେ ଔଷଧ ଓ ମେଡିକାଲ ଉପକରଣର କ୍ରୟ, ଯୋଗାଣ ଓ ଷ୍ଟକ ଯାଂଚ୍ ବେପରୁୱା ଭାବେ ହେଉଥିବାରୁ ୨୦୧୭ ଏପ୍ରିଲରୁ ୨୦୧୯ ମସିହା ମେ’ ମାସ ମଧ୍ୟରେ ୪.୧୮କୋଟି ଟଙ୍କାର ଔଷଧ ନଷ୍ଟ ହୋଇଥିଲା। ଏହାର ଅବଧି ଶେଷ ହୋଇଥିଲେ ମଧ୍ୟ ସେସବୁ ଔଷଧ ନିଗମର ଷ୍ଟୋରରେ ମହଜୁଦ ଥିଲା। ସେହିପରି ଔଷଧ ନିଗମ ନିଜର ବାର୍ଷିକ କ୍ରୟ ରିପୋର୍ଟ ଚୂଡ଼ାନ୍ତରେ ବିଳମ୍ବ କରୁଥିବା ଯୋଗୁ ସରକାରୀ ହସ୍ପିଟାଲଗୁଡ଼ିକ ସ୍ଥାନୀୟସ୍ତରରେ ଔଷଧ କ୍ରୟ କରିଥିଲେ । ଯେଉଁଥିପାଇଁ ଅଡିଟ୍ ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ୨୦୧୮-୧୯ରେ ୪୪ ପ୍ରତିଶତ ଅର୍ଥାତ୍ ୯୮.୧୨ଲକ୍ଷ ଟଙ୍କାର ଅଧିକ ଔଷଧ କ୍ରୟ କରିଥିଲେ।
କେବଳ ସେତିକି ନୁହେଁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ରାଜ୍ୟ ଡ୍ରଗ ମ୍ୟାନେଜମେଣ୍ଟ ୟୁନିଟ୍ ଓ ଓଡ଼ିଶା ଔଷଧ ନିଗମସ୍ତରରେ ତଦାରଖ ଅଭାବରୁ ସରକାରୀ ହସ୍ପିଟାଲଗୁଡ଼ିକରେ ଅତ୍ୟାବଶ୍ୟକ ଔଷଧର ଅଭାବ ଲାଗି ରହୁଛି ଓ ଅବ୍ୟବହୃତ ଔଷଧଗୁଡ଼ିକର ଅବଧି ସରିଯାଉଛି।

କୌଣସି ଟେଣ୍ଡର ଅବା କ୍ରୟ ପାଇଁ ଚୁକ୍ତିବେଳେ, ଯେକୌଣସି ଖିଲାପୀ ସଂସ୍ଥା ଅବା ଠିକା ସର୍ତ୍ତାବଳୀକୁ ମାନୁନଥିବା ଠିକା ସଂସ୍ଥାକୁ କଳାତାଲିକାଭୁକ୍ତ କରିବା, ଅମାନତ ଅର୍ଥକୁ ବ୍ୟାଜ୍ୟାପ୍ତି କରିବା, ଟେଣ୍ଡରକୁ ବାତିଲ କରିବାର କ୍ଷମତା ଓଡ଼ିଶା ଔଷଧ ନିଗମର ରହିଛି ଓ ସେ ଏହା କରିବା କଥା । କିନ୍ତୁ ଅଡିଟ୍ ବେଳେ ଜଣାପଡ଼ିିଲା ଯେ ୨୦୧୬-୧୯ ମସିହା ମଧ୍ୟରେ ୨୫୨ଟି କ୍ରୟ ଅର୍ଡର ଉପରେ କୌଣସି ସାମଗ୍ରୀ ଯୋଗାଣ କରିନଥିବା ସଂସ୍ଥା ମଧ୍ୟରୁ ୩୦ଟି ସଂସ୍ଥାର ୪୭.୪୨ ଲକ୍ଷ ଟଙ୍କାର ରାଶିକୁ ବ୍ୟାଜ୍ୟାପ୍ତି କରିନାହିଁ । ଆଶ୍ଚର୍ଯ୍ୟଜନକ ଭାବେ ୧୭ଟି ଫାର୍ମ ବିଗତ ବର୍ଷରେ କୌଣସି ସପ୍ଲାଏ କରିନଥିଲେ ମଧ୍ୟ ସେମାନଙ୍କ ପ୍ରତି ଅହେତୁକ ଅନୁଗ୍ରହ ପ୍ରଦାନ କରାଯାଇ ପରବର୍ତ୍ତୀ ବର୍ଷଗୁଡ଼ିକରେ ସେମାନଙ୍କୁ ୫୫.୪୫କୋଟି ଟଙ୍କାର ଅର୍ଡର ଦିଆଯାଇଛି।

ଏସବୁ ବ୍ୟତୀତ ୨୦୧୬ ଏପ୍ରିଲ ମାସରେ କଟକସ୍ଥିତ ଏସସିବି ମେଡିକାଲ କଲେଜର ରୋବୋଟିକ ସର୍ଜରୀ ପାଇଁ ଆବଶ୍ୟକ ଅତ୍ୟାଧୁନିକ ଉପକରଣ କ୍ରୟ ନିମନ୍ତେ ୧୨କୋଟି ଟଙ୍କା ଓଡ଼ିଶା ଔଷଧ ନିଗମକୁ ପ୍ରଦାନ ନିମନ୍ତେ ରାଜ୍ୟସ୍ତରୀୟ ଉପକରଣ ପରିଚାଳନା କମିଟି ଅନୁମତି ଦେଇଥିଲେ। ଏସବୁ କ୍ରୟ ନିମନ୍ତେ ଏହି ଅର୍ଥ ୨୦୧୬ ସେପ୍ଟେମ୍ବର ମାସରେ ଔଷଧ ନିଗମକୁ ଦିଆଯାଇଥିଲା ମଧ୍ୟ ୩ବର୍ଷ ପରେ ବି ଏଦିଗରେ କିଛି ପଦକ୍ଷେପ ନେଇନି କି ଏହାକୁ କ୍ରୟ ମଧ୍ୟ କରିନି । ରୋବୋଟିକ୍ ସର୍ଜରୀ ସୁବିଧା ନଥିବାରୁ ରୋଗୀଙ୍କ ଯତ୍ନ, ମେଡିକାଲ କଲେଜରେ ସର୍ଜିକାଲ ଦକ୍ଷତା ଓ ପାଠପଢ଼ାର ମାନ ପ୍ରଭାବିତ ହୋଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story