ମାନସଙ୍କ ପତ୍ନୀଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆଜି ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ନେଇଛନ୍ତି ମୃତ ମାନସଙ୍କ ପତ୍ନୀ। ଆଉ କହିଥିଲେ, ମାନସ ହତ୍ୟାରେ ଏହି ଦୁଇ ମନ୍ତ୍ରୀଙ୍କ ହାତ ରହିଛି। ଏମାନଙ୍କୁ ଗିରଫ କରାଯାଉ ବୋଲି ମାନସଙ୍କ […]

Sarmista and Dibya Shankar

Manoranjan Sial
  • Published: Tuesday, 22 March 2022
  • , Updated: 22 March 2022, 08:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆଜି ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ନେଇଛନ୍ତି ମୃତ ମାନସଙ୍କ ପତ୍ନୀ। ଆଉ କହିଥିଲେ, ମାନସ ହତ୍ୟାରେ ଏହି ଦୁଇ ମନ୍ତ୍ରୀଙ୍କ ହାତ ରହିଛି। ଏମାନଙ୍କୁ ଗିରଫ କରାଯାଉ ବୋଲି ମାନସଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ମାନସଙ୍କ ପତ୍ନୀଙ୍କ ପତ୍ନୀଙ୍କ ଅଭିଯୋଗ ପରେ ପ୍ରଥମ ଥର ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଆପଣମାନେ ସତ୍ୟ କଣ ସବୁ ଜାଣିଛନ୍ତି। ବିଜେଡି ଗୋଟିଏ ଅତ୍ୟନ୍ତ ଶୃଙ୍ଖଳିତ ଦଳ। ଆମେ ଅନୁଶାସନ ଭିତରେ ରହି ବିଧିବ୍ୟବସ୍ଥା ମାନି ରାଜନୀତି କରୁ। ନିଶ୍ଚିତ ଭାବେ ବିଜେଡି ଆଇନକୁ ଅନୁପାଳନ କରିବ ବୋଲି ଦିବ୍ୟଶଙ୍କର କହିଛନ୍ତି।

ମାତ୍ର ଏନେଇ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସେପଟେ ମାନସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ୱେବ୍‌ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଘରେ ପୁଲିସ୍‌ ଚଢ଼ଉ କରିଛି। ଶର୍ମିଷ୍ଠାଙ୍କ ଭୁବନେଶ୍ୱର ଏୟାରଫିଲ୍‌ଡ ଥାନା ଅଞ୍ଚଳରେ ଥିବା ସ୍କାଏ ଟାୱାର ଆପାର୍ଟମେଣ୍ଟରେ ଚାନ୍ଦବାଲି ଥାନା ପୁଲିସ୍‌ ଚଢ଼ଉ କରିଛି। ଏଥିସହ ଶର୍ମିଷ୍ଠାଙ୍କ ଘର ଓ ଅଫିସ୍‌ରେ ମଧ୍ୟ ରେଡ୍‌ କରୁଛି ୩ ଜଣିଆ ପୁଲିସ ଟିମ୍‌। ଚଢ଼ଉ ସମୟରେ ଘର ଓ ଅଫିସ୍‌ରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି।

ଫେବ୍ରୁଆରୀ ୭ ତାରିଖ ସକାଳେ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କୁ ଅପହରଣ କରାଯାଇଥିଲା। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ନିର୍ଦ୍ଦେଶନାରେ ପୂରା ନାଟକ ରଚାଯାଇଥିଲା। ଆଉ ଏହାକୁ କାର୍ଯ୍ୟକାରୀ କରିଥିଲେ ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ। ୭ ତାରିଖ ସକାଳେ ମାନସ ଭଦ୍ରକରୁ ଫେରୁଥିବା ବେଳେ ରାସ୍ତାରୁ ତାଙ୍କୁ ମାଡ଼ ମାରି ଅପହରଣ କରାଯାଇଥିଲା। ଅପହରଣ ପରେ ମାନସଙ୍କୁ ଦୟାଲ୍‌ ଆଶ୍ରମରେ ରଖି ପ୍ରବଳ ମାଡ଼ ମରାଯାଇଥିଲା। ନିରଞ୍ଜନ ସେଠୀ ସେଠାରେ ଉପସ୍ଥିତ ରହି ମାଡ଼ ମାରିଥିଲା। ଯାହାଫଳରେ ମାନସଙ୍କ ମୃତ୍ୟୁ ଘଟିଥିଲା।

Related story