ଭୁବନେଶ୍ୱର ରେଳ ଷ୍ଟେସନର ଆଧୁନିକୀକରଣ ପାଇଁ ଖୋଲିଲା କ୍ୟାମ୍ପ ଅଫିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରେଳଷ୍ଟେସନର ଆଧୁନିକୀକରଣ ଓ ବିଶ୍ୱସ୍ତରୀୟ କରିବା କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଭୁବନେଶ୍ୱର ରେଳଷ୍ଟେସନ ସମ୍ମୁଖରେ ଏକ ଅସ୍ଥାୟୀ କ୍ୟାମ୍ପ ଅଫିସ୍ କାର୍ଯ୍ୟ ଆରମ୍ଭ କରିଛି । ଗତ କିଛିବର୍ଷ ଧରି ରାଜ୍ୟ ସରକାର ଓ ରେଳବାଇ ମନ୍ତ୍ରଣାଳୟ ମଧ୍ୟରେ ଏହି ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ବୁଝାମଣା ହୋଇଥିଲା। ପରେ ଏହାକୁ ନିରସ୍ତ୍ର କରାଯିବା ସହ ଶେଷରେ ରେଳବାଇ ବିଭାଗ ନିଜେ ଏହି ଆଧୁନିକୀକରଣ ଦାୟିତ୍ୱ […]

camp

camp

Ordigital Desk
  • Published: Monday, 12 December 2022
  • Updated: 12 December 2022, 09:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରେଳଷ୍ଟେସନର ଆଧୁନିକୀକରଣ ଓ ବିଶ୍ୱସ୍ତରୀୟ କରିବା କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଭୁବନେଶ୍ୱର ରେଳଷ୍ଟେସନ ସମ୍ମୁଖରେ ଏକ ଅସ୍ଥାୟୀ କ୍ୟାମ୍ପ ଅଫିସ୍ କାର୍ଯ୍ୟ ଆରମ୍ଭ କରିଛି । ଗତ କିଛିବର୍ଷ ଧରି ରାଜ୍ୟ ସରକାର ଓ ରେଳବାଇ ମନ୍ତ୍ରଣାଳୟ ମଧ୍ୟରେ ଏହି ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ବୁଝାମଣା ହୋଇଥିଲା। ପରେ ଏହାକୁ ନିରସ୍ତ୍ର କରାଯିବା ସହ ଶେଷରେ ରେଳବାଇ ବିଭାଗ ନିଜେ ଏହି ଆଧୁନିକୀକରଣ ଦାୟିତ୍ୱ ହାତକୁ ନେଇ କାମ ଆରମ୍ଭ କରିଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପନାରାୟଣ ସୁନକର ଭୁବନେଶ୍ୱର ରେଳଷ୍ଟେସନରେ ଯାତ୍ରୀଙ୍କ ଅନୁକୁଳ ସୁବିଧା ସହିତ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ସମୀକ୍ଷା ଓ ତଦାରଖ କରିଛନ୍ତି । ଏଠାରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହିତ ଯାତ୍ରୀଙ୍କ ସୁବିଧା ଆଦି ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ସଠିକ୍ ସମନ୍ୱୟ ରକ୍ଷା କରି ଯୋଜନାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଭିତ୍ତିଭୂମି ବିକାଶ ପ୍ରକ୍ରିୟାରେ ନୂଆ କୋଠା ନିର୍ମାଣ, କନକୋର୍ସ,ପ୍ଲାଟଫର୍ମ ଲାଇଟିଂ, ୱେଟିଂ ରୁମ, ଏୟାର କନସୋର୍ସ, ପ୍ଲାଟଫର୍ମ ଓ ପ୍ଲାଟଫର୍ମ ଆଶ୍ରୟସ୍ଥଳର ନବୀକରଣ, ଫୁଡ୍ କୋର୍ଟ ଜୋନ୍ ଓ ସପିଂ ଜୋନ, ବର୍ଜ୍ୟବସ୍ତୁ ପରିଚାଳନା, ଶୌଚାଳୟ, ସବୁ ପ୍ଲାଟଫର୍ମକୁ ଯୋଡ଼ିବା ପାଇଁ ଫୁଟ୍ ଓଭରବ୍ରିଜ ସମେତ ଲିଫ୍ଟ ଓ ଏସ୍କାଲେଟର ବ୍ୟବସ୍ଥା ସହ ଯାତ୍ରୀଙ୍କ ଆରାମ ଆଦି ସେବାକୁ ପ୍ରାଥମିକତା ଦିଆଯାଉଛି । ଏହାସହିତ ରାସ୍ତା, ଗାଡ଼ି ପାର୍କିଂ, ଡ୍ରେନ, ସାଇନେଜ ଓ ଡିଭାଇଡର ବ୍ୟବସ୍ଥା ମଧ୍ୟ ରହିଛି । ନୂଆ କୋଠାରେ ସୁସଜ୍ଜିତ ସର୍କୁଲାର କ୍ଷେତ୍ର ବ୍ୟତୀତ ଉଚ୍ଚମାନର ଡର୍ମିଟୋରୀ ଓ ବିଶ୍ରାମ ରୁମ୍ ମଧ୍ୟ ରହିବ । ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶ ଓ ଏହି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ରେଳବାଇ ନିଜେ କରିବ । ରେଳ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ୩୦୮କୋଟି ଟଙ୍କା ମଞ୍ଜୁର କରାଯାଇଛି । ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ସମ୍ପୃକ୍ତ ସଂସ୍ଥାକୁ କାର୍ଯ୍ୟ ଆବଂଟନ ସରିଛି । ପ୍ରକଳ୍ପ ନିର୍ମାଣ ଶେଷ କରିବା ପାଇଁ ସର୍ବାଧିକ ୨୪ମାସ ଅବଧି ରହିଛି।

https://twitter.com/EastCoastRail/status/1602304189115158529?s=20&t=dj1yXJdQsVRwic6yY33C4w

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story