ଓଡ଼ିଶାରେ ବାଧ୍ୟତାମୂଳକ ହେଲା ‘କ୍ୟାନସର ରୋଗୀ’ଙ୍କ ଡାଟାବେସ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାନସର ପୀଡ଼ିତ ହେଉଥିବା ପ୍ରତ୍ୟେକ ରୋଗୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ବାଧ୍ୟତାମୂଳକ ହୋଇଛି । ରାଜ୍ୟର ସମସ୍ତ ପ୍ରକାରର ସରକାରୀ ଓ ଘରୋଇ ହସ୍ପିଟାଲ, ପାଥୋଲୋଜି ସମେତ ଇଏସଆଇ, ରେଳବାଇ, ଆର୍ମି ଓ ଶିଳ୍ପାନୁଷ୍ଠାନ ଦ୍ୱାରା ପରିଚାଳିତ ହସ୍ପିଟାଲଗୁଡ଼ିକ ସେମାନଙ୍କ ପାଖକୁ ଆସୁଥିବା କ୍ୟାନସର ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ବାଧ୍ୟ । ଏଥିପାଇଁ ଓଡ଼ିଶା ସରକାର ଆଜିଠୁ କ୍ୟାନସରକୁ ‘ରିପୋର୍ଟ ଯୋଗ୍ୟ ରୋଗ’ ଭାବେ ଘୋଷଣା କରିବା ସହ ସମସ୍ତ ମେଡିକାଲ […]

cancer

cancer

Ordigital Desk
  • Published: Wednesday, 19 October 2022
  • Updated: 19 October 2022, 10:00 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାନସର ପୀଡ଼ିତ ହେଉଥିବା ପ୍ରତ୍ୟେକ ରୋଗୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ବାଧ୍ୟତାମୂଳକ ହୋଇଛି । ରାଜ୍ୟର ସମସ୍ତ ପ୍ରକାରର ସରକାରୀ ଓ ଘରୋଇ ହସ୍ପିଟାଲ, ପାଥୋଲୋଜି ସମେତ ଇଏସଆଇ, ରେଳବାଇ, ଆର୍ମି ଓ ଶିଳ୍ପାନୁଷ୍ଠାନ ଦ୍ୱାରା ପରିଚାଳିତ ହସ୍ପିଟାଲଗୁଡ଼ିକ ସେମାନଙ୍କ ପାଖକୁ ଆସୁଥିବା କ୍ୟାନସର ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ବାଧ୍ୟ । ଏଥିପାଇଁ ଓଡ଼ିଶା ସରକାର ଆଜିଠୁ କ୍ୟାନସରକୁ ‘ରିପୋର୍ଟ ଯୋଗ୍ୟ ରୋଗ’ ଭାବେ ଘୋଷଣା କରିବା ସହ ସମସ୍ତ ମେଡିକାଲ ପ୍ରତିଷ୍ଠାନ,ଡାକ୍ତର ଓ ପାଥୋଲୋଜିଷ୍ଟମାନେ ସେମାନଙ୍କ ପାଖକୁ ଆସୁଥିବା କ୍ୟାନସର ରୋଗୀଙ୍କ ସମ୍ପର୍କରେ ରିଏଲ ଟାଇମ୍ ଡାଟା ପ୍ରସ୍ତୁତ କରିବେ ତଥା କ୍ୟାନସର ଚିହ୍ନଟ ହେବାର ଅତିବେଶୀରେ ୨ ସପ୍ତାହ ମଧ୍ୟରେ ଏନେଇ ଭୁବନେଶ୍ୱରର ନାଇଜର କ୍ୟାମ୍ପସରେ ଟାଟା ମୋମେରିଆଲ ସେଂଟର ସହଯୋଗରେ ଆରମ୍ଭ ହୋଇଥିବା ଜନସଂଖ୍ୟା ଆଧାରିତ କ୍ୟାନସର ପଞ୍ଜିକା(ପିବିସିଆର)କୁ ଅବଗତ କରାଇବେ । ଏହି ପିସିବିଆର ଚଳିତମାସ ୧୫ତାରିଖରୁ କାର୍ଯ୍ୟକ୍ଷମ ହୋଇଛି ।

ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଦେଶରେ କ୍ୟାନସର ପ୍ରତିଷେଧକ, ନିୟନ୍ତ୍ରଣ ଓ ଗବେଷଣା କାର୍ଯ୍ୟକ୍ରମ ନିମନ୍ତେ କ୍ୟାନସର ରୋଗୀଙ୍କ ତଥ୍ୟ ସଂଗ୍ରହ ବାଧ୍ୟତାମୂଳକ ହେବାର ଆବଶ୍ୟକତା ରହିଛି ବୋଲି ଇଣ୍ଡିଆନ ମେଡିକାଲ ରିସର୍ଚ୍ଚ କାଉନସିଲ(ଆଇସିଏମଆର) ସୁପାରିଶ କରିଛନ୍ତି । ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ କ୍ୟାନସର ରୋଗୀଙ୍କ ସମ୍ପର୍କିତ ତଥ୍ୟ ରଖାଯିବାକୁ ମଧ୍ୟ ସମର୍ଥନ କରିଛନ୍ତି । କ୍ୟାନସର ରୋଗୀଙ୍କ ତଥ୍ୟ ମିଳିଲେ ତାକୁ କ୍ୟାନସର ନିୟନ୍ତ୍ରଣ ଓ ପ୍ରତିଷେଧକ ସହ ଏହାର ଅଧିକ ଚିକିତ୍ସା ସୁବିଧା, ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇ ପାରିବ । ଏହି ଦୃଷ୍ଟିରେୁ ରାଜ୍ୟ ସରକାର ଓଡ଼ିଶାରେ ‘କ୍ୟାନସର’କୁ ‘ରିପୋର୍ଟଯୋଗ୍ୟ ରୋଗ’ ଶ୍ରେଣୀରେ ରଖିବା ସହ ଏହାର ସୂଚନା ଦେବାକୁ ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ଡାକ୍ତର ଓ ପାଥୋଲୋଜିଷ୍ଟ ବାଧ୍ୟ ବୋଲି ଦର୍ଶାଇଛନ୍ତି । ଏପରିକି ଘରୋଇ ଆୟୁର୍ବେଦ, ୟୁନାନି ଓ ଅନ୍ୟ ସମସ୍ତ ପ୍ରକାରର ଚିକିତ୍ସା ପ୍ରତିଷ୍ଠାନ ମଧ୍ୟ ସେମାନଙ୍କ ପାଖରେ ଚିକିତ୍ସିତ ହେଉଥିବା ଅବା ଚିହ୍ନଟ ହୋଇଥିବା କ୍ୟାନସର ରୋଗୀଙ୍କ ସମ୍ପର୍କରେ ତଥ୍ୟ ପିବିସିଆରକୁ ପଠାଇବାକୁ ବାଧ୍ୟ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ କ୍ୟାନସର ରୋଗୀଙ୍କ ଆକଳନ, ଏହି ରୋଗର ଶୀଘ୍ର ନିରାକରଣ ଓ ନିୟନ୍ତ୍ରଣ, ଚକିତ୍ସା ସହ ସମ୍ବଳ ସଂଗ୍ରହ କରି ମୃତ୍ୟୁହାରକୁ ହ୍ରାସ କରିବା ନିମନ୍ତେ କ୍ୟାନସରକୁ ବାଧ୍ୟତାମୂଳକ ‘ରିପୋର୍ଟଯୋଗ୍ୟ’ ତାଲିକାରେ ସାମିଲ କରିଛନ୍ତି । ସମସ୍ତ ଘରୋଇ ଓ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଉଭୟ କେନ୍ଦ୍ର ,ରାଜ୍ୟ, ସରକାରୀ ଉଦ୍ୟୋଗ ଓ ଘରୋଇ ଅନୁଷ୍ଠାନ ପରିଚାଳିତ ସ୍ୱାସ୍ଥ୍ୟ କେନ୍ଦ୍ର, ରକ୍ତ ଓ ଅନ୍ୟାନ୍ୟ ପରୀକ୍ଷା କରୁଥିବା ପାଥୋଲୋଜି, ଇଏସଆଇ, ରେଳବାଇ, ଆର୍ମି, ଶିଳ୍ପାନୁଷ୍ଠାନ ଆଦି ଦ୍ୱାରା ପରିଚାଳିତ ହସ୍ପିଟାଲ ସହ ଆୟୁର୍ବେଦ ଓ ୟୁନାନି ଆଦି ସମସ୍ତ ପ୍ରକାରର ଚିକିତ୍ସା ଯୋଗାଉଥିବା ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ଚିକିତ୍ସା ପାଇ ଆସୁଥିବା ବ୍ୟକ୍ତି କ୍ୟାନସର ଚିହ୍ନିତ ହେଲେ ଏ ସଂକ୍ରାନ୍ତ ସର୍ବାଧିକ ୨ ସପ୍ତାହ ମଧ୍ୟରେ ପିବିସିଆରକୁ ଅବଗତ କରାଇବା ବାଧ୍ୟତାମୂଳକ ।

ସୂଚନାଯୋଗ୍ୟ, ଓଡ଼ିଶାରେ ୨୦୧୯-୨୦ରୁ ୨୦୨୧-୨୨ ମସିହା ମଧ୍ୟରେ ମୋଟ ୯୨୬୯୯ଜଣ କ୍ୟାନସର ରୋଗୀ ଚିହ୍ନଟ ହୋଇଥିବାବେଳେ ଏହି ଅବଧି ମଧ୍ୟରେ ୩୧୬୯୨ଜଣଙ୍କ ମୃତ୍ୟୁ ହୋଇଛି । ତେବେ କ୍ୟାନସର ରୋଗରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ସାମଗ୍ରିକ ତଥ୍ୟ ନଥିବାରୁ ଏହି ସଂଖ୍ୟା ଢେର ଅଧିକ ବୋଲି କୁହାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos