ଭୋଟକୁ ୩ ସପ୍ତାହ ବାକି,ବିଜେଡିର ଅଙ୍କ ଛିଣ୍ଡୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ନଭେମ୍ବର ୩ରେ ଭୋଟ୍ ଗ୍ରହଣ ହେବ ଓ ଏଥିପାଇଁ ରାଜନୀତିକ ସରଗରମ ଆରମ୍ଭ ହୋଇସାରିଛି। ଦଳବଦଳ ଡ୍ରାମା ମଧ୍ୟରେ ଏହି ଦୁଇ ଆସନ ପାଇଁ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ (କେବଳ ଆନୁଷ୍ଠାନିକ ଘୋଷଣା ବାକି) କରି କର୍ମୀ ସମ୍ମିଳନୀଠୁ ଆରମ୍ଭ କରି ପ୍ରଚାର କାର୍ଯ୍ୟ ଜୋରଦାର ନିମନ୍ତେ ଗ୍ରୀନ୍ ସିଗନାଲ ଦେଇସାରିଥିବାବେଳେ ବିଜେଡିର ଅଙ୍କ ଏପର୍ଯ୍ୟନ୍ତ ଛିଣ୍ଡୁନଥିବା ଜଣାପଡ଼ିଛି […]

BJD0

BJD0

Tapas Behera
  • Published: Wednesday, 07 October 2020
  • Updated: 07 October 2020, 06:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ନଭେମ୍ବର ୩ରେ ଭୋଟ୍ ଗ୍ରହଣ ହେବ ଓ ଏଥିପାଇଁ ରାଜନୀତିକ ସରଗରମ ଆରମ୍ଭ ହୋଇସାରିଛି। ଦଳବଦଳ ଡ୍ରାମା ମଧ୍ୟରେ ଏହି ଦୁଇ ଆସନ ପାଇଁ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ (କେବଳ ଆନୁଷ୍ଠାନିକ ଘୋଷଣା ବାକି) କରି କର୍ମୀ ସମ୍ମିଳନୀଠୁ ଆରମ୍ଭ କରି ପ୍ରଚାର କାର୍ଯ୍ୟ ଜୋରଦାର ନିମନ୍ତେ ଗ୍ରୀନ୍ ସିଗନାଲ ଦେଇସାରିଥିବାବେଳେ ବିଜେଡିର ଅଙ୍କ ଏପର୍ଯ୍ୟନ୍ତ ଛିଣ୍ଡୁନଥିବା ଜଣାପଡ଼ିଛି ।

ଯଦିଓ ଶୁକ୍ରବାର ନିର୍ବାଚନ କମିଶନ ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବେ ତଥାପି ଶାସକ ବିଜେଡିର ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଦଳର କିଛି ପୁରୁଖା ନେତାଙ୍କ ସ୍ୱାର୍ଥକେନ୍ଦ୍ରିକ ନିଷ୍ପତ୍ତି ହିଁ ମୁଖ୍ୟ ସମସ୍ୟା ସୃଷ୍ଟି କରିଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ନିଜର ସାଂଗଠନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଲାଗିଛନ୍ତି । ବିଜେପି ଏହି ଦୁଇ ଆସନରେ ଉପନିର୍ବାଚନ ପରିଚାଳନା ପାଇଁ ୩୯ଜଣ ନେତାଙ୍କୁ ନେଇ କମିଟି ଗଠନ କରିଥିବାବେଳେ କଂଗ୍ରେସ ମଧ୍ୟ ବ୍ଲକସ୍ତରରେ ନେତାଙ୍କୁ ଦାୟିତ୍ୱ ଦେଇସାରିଛି। ପ୍ରାର୍ଥୀ ଚୟନଠୁ ଆରମ୍ଭ କରି ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରି ନିର୍ବାଚନୀ ମଇଦାନକୁ ଏହି ଦୁଇ ଦଳ ଓହ୍ଲାଇ ସାରିଥିବାବେଳେ ଶାସକ ବିଜେଡି ଏବେବି ଗୋଷ୍ଠୀକନ୍ଦଳ ରାଜନୀତି ମଧ୍ୟରେ ବାନ୍ଧି ହୋଇରହିଛି ।

ବିଜେପି ବାଲେଶ୍ୱର ଆସନରେ ଦଳର ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅଙ୍କୁ ପ୍ରାର୍ଥୀ କରିବାକୁ ବହୁ ପୂର୍ବରୁ ସଙ୍କେତ ଦେଇସାରିଥିବାବେଳେ ତିର୍ତ୍ତୋଲ ଆସନରେ କଂଗ୍ରେସରୁ ଆସିଥିବା ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି। ବିଜେପି ସୂତ୍ର ଅନୁସାରେ ଏହି ଦୁଇ ପ୍ରାର୍ଥୀଙ୍କୁ ଆଖିରେ ରଖି ଦଳ ତା’ର ରଣନୀତି ପ୍ରସ୍ତୁତ କରିସାରିଛି। କେବଳ ପ୍ରାର୍ଥୀଙ୍କ ନାଁ ଆନୁଷ୍ଠାନିକ ଘୋଷଣା ଭାବେ ବାକି ରହିଛି।
ସେହିପରି କଂଗ୍ରେସ ମଧ୍ୟ ଆଗୁଆ କମିଟି ଗଢ଼ି ଉପନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ ରଖିଛି । ବାଲେଶ୍ୱରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଏବଂ ତିର୍ତ୍ତୋଲ ଆସନରେ ଦୁବାଇ ଫେରନ୍ତା ହିମାଂଶୁ ମଲ୍ଲିକଙ୍କୁ ପ୍ରାର୍ଥୀ କରିବ ବୋଲି ସଙ୍କେତ ଦେଇସାରିଛି। ନବନିଯୁକ୍ତ ପିସିସି ପ୍ରଭାରୀ ଏ ଚେଲ୍ଲାକୁମାର ଓଡ଼ିଶା ଗସ୍ତରେ ଆସି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଶ୍ରୀ ମଲ୍ଲିକଙ୍କୁ ଧରି କର୍ମୀ ସମ୍ମିଳନୀ କରିଛନ୍ତି। ଏହାସହିତ ୧୦ତାରିଖରେ ବାଲେଶ୍ୱର ଯାଇ କର୍ମୀଙ୍କ ସଙ୍ଗେ ଆଲୋଚନା କରି ନବଜ୍ୟୋତିଙ୍କ ଜିତିବା ସୁନିଶ୍ଚିତ କରାଇବା ନିମନ୍ତେ ରଣନୀତି ପ୍ରସ୍ତୁତ କରିବେ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ଶାସକ ବିଜେଡି ନିଜର ଗୋଷ୍ଠୀକନ୍ଦଳ ପାଇଁ ଏପର୍ଯ୍ୟନ୍ତ ଏହି ଦୁଇ ଆସନ ପାଇଁ କାହାରିକୁ ପ୍ରାର୍ଥୀ ଭାବେ ଆଗକୁ ଆଣିବାରେ ସକ୍ଷମ ହୋଇନି। ଜିଲ୍ଲାରେ ସାଂଗଠନିକ ଅସ୍ଥିରତାର ମୁଖ୍ୟ ଖଳନାୟକ ସାଜିଥିବା ଦଳର ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶୀଷ ସାମନ୍ତରାୟଙ୍କୁ ସେଠାରେ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଥିବାବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଜଣେ ଘନିଷ୍ଠ ସହଯୋଗୀ ତଥା ଲାବ୍ରୋଟୋରୀ ସହାୟକଙ୍କୁ ପ୍ରାର୍ଥୀ କରିବା ପାଇଁ ଉଭୟ ଶ୍ରୀ ସାମନ୍ତରାୟ ଓ ଶ୍ରୀ ଜେନା ପ୍ରୟାସ କରୁଥିବା ଜଣାପଡ଼ିଛି। ଏହି ସୁଯୋଗରେ ଅନ୍ୟ କେତେକ ନୂଆ ପ୍ରାର୍ଥୀ ମଧ୍ୟ ମୁଣ୍ଡ ଟେକିଛନ୍ତି। ଯଦିଓ ତିର୍ତ୍ତୋଲର ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ନିଜସ୍ୱ ବୃହତ୍ ଭୋଟ୍ ବ୍ୟାଙ୍କ ରହିଛି ଓ ତାଙ୍କ ପୁଅ ବିଜୟ ଶଙ୍କର ଦାସ ପ୍ରାର୍ଥୀ କରିବା ପାଇଁ ସ୍ଥାନୀୟ ନେତା ଓ କର୍ମୀମାନେ ଚାପ ପକାଉଛନ୍ତି। କିନ୍ତୁ ବିଜେଡି ନିଜର ଗଡ଼ ଭାବେ ପରିଚିତ ତିର୍ତ୍ତୋଲ ଆସନ ପାଇଁ ଦିବଂଗତ ବିଷ୍ଣୁଙ୍କ ପୁଅ ଶ୍ରୀ ଦାସଙ୍କ ନାଁ ଉପରେ ଏପର୍ଯ୍ୟନ୍ତ ମୋହର ମାରିପାରିନି କିମ୍ବା ତାଙ୍କୁ ଗ୍ରୀନ୍ ସିଗନାଲ ଦେଇନଥିବା ଜଣାପଡ଼ିଛି।

ସେହିପରି ବାଲେଶ୍ୱର ଆସନ କ୍ରମାଗତ ୩ଥର ବିଜେଡି କବଜାରେ ଥିବାବେଳେ ୨୦୧୯ରେ ବିଜେପି ହାତକୁ ଯାଇଛି। ଦଳର ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ନିଜେ ପ୍ରାର୍ଥୀ ହେବେନି ବୋଲି ସ୍ପଷ୍ଟ କରିବାପରେ ତାଙ୍କ ପତ୍ନୀ ସୁବାସିନୀ ଜେନାଙ୍କ ସମେତ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାସ ଓ ଅଭିନେତା ଅରିନ୍ଦମ ରାୟଙ୍କ ନାଁ ଚର୍ଚ୍ଚାରେ ରହିଛି। ଦଳର ଜଣେ ପ୍ରଭାବଶାଳୀ ଯୁବନେତାଙ୍କ ଇସାରାରେ ବାଲେଶ୍ୱର ଆସନ ପାଇଁ ଅରିନ୍ଦମଙ୍କ ନାଁ ଆଗକୁ ଅଣାଯାଇଥିବାବେଳେ ଜିଲ୍ଲାର ପର୍ଯ୍ୟବେକ୍ଷକ ଥିବା ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଦଳୀୟ ଗୋଷ୍ଠୀକନ୍ଦଳରୁ ଫାଇଦା ନେବା ଚକ୍କରରେ ରହିଛନ୍ତି। ତିର୍ତ୍ତୋଲରେ ନିଜର ସହଯୋଗୀଙ୍କୁ ପ୍ରାର୍ଥୀ କଲେ ମନ୍ତ୍ରୀ ଶ୍ରୀ ଜେନା ସମ୍ପୃକ୍ତ ପ୍ରଭାବଶାଳୀ ଯୁବନେତାଙ୍କ ସମ୍ପର୍କୀୟଙ୍କ ପ୍ରାର୍ଥୀତ୍ୱ ପାଇଁ ମାର୍ଗ ପ୍ରଶସ୍ତ କରିବେ ବୋଲି କୁଆଡ଼େ ଅଘୋଷିତ ବୁଝାମଣା କରିଛନ୍ତି। ଆଉ ଜିଲ୍ଲା ସଭାପତି ଓ ସ୍ଥାନୀୟ ନେତାମାନଙ୍କୁ ଅଣଦେଖା କରି ଏହି ୩-୪ଜଣ ନେତାମାନେ ନିଜ ନିଜର ଏଜେଣ୍ଡାକୁ ଆଗକୁ ବଢ଼ାଉଥିବାରୁ ଉପନିର୍ବାଚନ ପାଇଁ ବିଜେଡିର ଅଙ୍କ ଛିଣ୍ଡୁନି ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story