ସର୍ବଦଳୀୟ ବୈଠକ: ପ୍ରଚାରବେଳେ ପ୍ରାର୍ଥୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପ୍ରଚାରବେଳେ କୌଣସି ପ୍ରାର୍ଥୀଙ୍କ ବ୍ୟକ୍ତିଗତ ଜୀବନୀକୁ ନେଇ ଆକ୍ଷେପ କରାଯାଇପାରିବ ନାହିଁ। ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ କୌଣସି ରାଜନୀତିକ ଦଳ ନିଜର ପ୍ରାର୍ଥୀ କଲେ ତା’ହେଲେ ସମ୍ପୃକ୍ତ ଦଳକୁ ଏଥିପାଇଁ କୈଫିୟତ ଦେବାକୁ ପଡ଼ିବ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକିଥିବା ସର୍ବଦଳୀୟ ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ସମ୍ପର୍କରେ ସବୁ ଦଳର ପ୍ରତିନିଧିମାନଙ୍କୁ ରୋକଠୋକ୍ ଜଣାଇ ଦେଇଛନ୍ତି। ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ […]

evm-1

evm-1

Manoranjan Sial
  • Published: Thursday, 01 October 2020
  • Updated: 01 October 2020, 08:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପ୍ରଚାରବେଳେ କୌଣସି ପ୍ରାର୍ଥୀଙ୍କ ବ୍ୟକ୍ତିଗତ ଜୀବନୀକୁ ନେଇ ଆକ୍ଷେପ କରାଯାଇପାରିବ ନାହିଁ। ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ କୌଣସି ରାଜନୀତିକ ଦଳ ନିଜର ପ୍ରାର୍ଥୀ କଲେ ତା’ହେଲେ ସମ୍ପୃକ୍ତ ଦଳକୁ ଏଥିପାଇଁ କୈଫିୟତ ଦେବାକୁ ପଡ଼ିବ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକିଥିବା ସର୍ବଦଳୀୟ ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ସମ୍ପର୍କରେ ସବୁ ଦଳର ପ୍ରତିନିଧିମାନଙ୍କୁ ରୋକଠୋକ୍ ଜଣାଇ ଦେଇଛନ୍ତି।

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବାପରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସର୍ବଦଳୀୟ ବୈଠକ ଡାକି ନିର୍ବାଚନ ସମ୍ପର୍କରେ ବିଚାରବିମର୍ଶ କରିଥିଲେ। ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ଭାବେ ପାଳନ କରାଯିବ। ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲବେଳେ ସର୍ବାଧିକ ୨ଜଣ ବ୍ୟକ୍ତି ରହିପାରିବେ। ପଦଯାତ୍ରା ଓ ଘରକୁ ଘର ବୁଲି ପ୍ରଚାର କରିବାବେଳେ ପ୍ରାର୍ଥୀଙ୍କ ସହ ସୁରକ୍ଷାକର୍ମୀଙ୍କୁ ଛାଡ଼ି ସର୍ବାଧିକ ୫ଜଣ ବ୍ୟକ୍ତି ଯାଇପାରିବେ। ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ବ୍ୟକ୍ତିଙ୍କୁ ପ୍ରାର୍ଥୀ କଲେ ସମ୍ପୃକ୍ତ ରାଜନୀତିକ ଦଳକୁ ଏଥିପାଇଁ କୈଫିୟତ ଦେବାକୁ ପଡ଼ିବ ଓ ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ଅତିକମରେ ୩ଥର ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ପ୍ରଚାରପ୍ରସାର କରାଇବେ। ପ୍ରଚାରବେଳେ କୌଣସି ପ୍ରାର୍ଥୀଙ୍କ ବିରୁଦ୍ଧରେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପ କରାଯାଇପାରିବ ନାହିଁ। ଦଳର ପୂର୍ବର କାର୍ଯ୍ୟକଳାପ ଓ ଚାଲୁଥିବା ନିଷ୍ପତ୍ତି ଓ କାର୍ଯ୍ୟକଳାପକୁ ସମାଲୋଚନା କରାଯାଇ ପାରିବ ବୋଲି ବିଭିନ୍ନ ଦଳର ପ୍ରତିନିଧିମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅବଗତ କରାଇଥିଲେ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ପ୍ରତି ବୁଥରେ ସର୍ବାଧିକ ହଜାରେ ଭୋଟର ଭୋଟ୍ ଦେଇପାରିବେ। ଭୋଟ ଗ୍ରହଣ ପୂର୍ବରୁ ସମସ୍ତ ବୁଥକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶୋଧନ କରାଯିବ। ୮୦ବର୍ଷରୁ ଅଧିକ ବୟସର ଭୋଟର, ଭିନ୍ନକ୍ଷମ ଭୋଟର, କୋଭିଡ୍ ସଂକ୍ରମିତ ଓ ସନ୍ଦିଗ୍ଧ କୋଭିଡ୍ ରୋଗୀ ଯେଉଁମାନେ ଘରେ କିମ୍ବା ଡାକ୍ତରଖାନାରେ ସଙ୍ଗରୋଧରେ ଥିବେ ସେମାନଙ୍କୁ ପୋଷ୍ଟାଲ ବାଲାଟ୍ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଆଜିର ଏହି ସର୍ବଦଳୀୟ ବୈଠକରେ ବିଜେପି ପକ୍ଷରୁ ଜଗନ୍ନାଥ ପ୍ରଧାନ, କଂଗ୍ରେସର ଶିବାନନ୍ଦ ରାୟ, ସିପିଏମର ଦୁଷ୍ମନ୍ତ କୁମାର ଦାସ ଓ ବିଜେଡିର ମାନସ ରଞ୍ଜନ ମଙ୍ଗରାଜ ସେମାନଙ୍କର ଦଳ ପାଇଁ ପ୍ରତିନିଧିତ୍ୱ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story