ଜଗନ୍ନାଥଙ୍କ ଫଟୋ ଛୁଆଁଇ ଶପଥ କରାଇଲେ ସରପଞ୍ଚ ପ୍ରାର୍ଥୀ, କହିଲେ- ମୋତେ ଭୋଟ ଦେବ

ଚାନ୍ଦବାଲି (ବାସୁଦେବ ଦାସ): ଭୋଟ ପାଇଁ ଚାଲିଛି ଶପଥ ପାଠ। ଜଗନ୍ନାଥଙ୍କ ଫଟୋ ଛୁଆଁଇ ଶପଥ କରାଉଛନ୍ତି ପ୍ରାର୍ଥୀ ଓ ନିର୍ଦ୍ଦିଷ୍ଟ ଦଳର ନେତ୍ରୀ।  ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ଇଟୁଆରରେ ମହିଳା ଭୋଟରଙ୍କୁ ଏଭଳି ଶପଥ ପାଠ କରାଯାଉଥିବା ଭିଜୁଆଲ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ପ୍ରତିଭା ବିଶ୍ୱାଳ ନାମକ ଜଣେ ସରପଞ୍ଚ ପ୍ରାର୍ଥୀ ଓ ଚାନ୍ଦବାଲି ବ୍ଲକ ମହିଳା ବିଜେଡି ସଭାନେତ୍ରୀ ମାନସୀ ପାଢୀ ଏଭଳି ଶପଥ ପାଠ କରାଉଥିବା ଭାଇରାଲ ଭିଡିଓରେ […]

oath for vote-1

Madhupriya Mistry
  • Published: Monday, 21 February 2022
  • , Updated: 21 February 2022, 06:37 PM IST

ଚାନ୍ଦବାଲି (ବାସୁଦେବ ଦାସ): ଭୋଟ ପାଇଁ ଚାଲିଛି ଶପଥ ପାଠ। ଜଗନ୍ନାଥଙ୍କ ଫଟୋ ଛୁଆଁଇ ଶପଥ କରାଉଛନ୍ତି ପ୍ରାର୍ଥୀ ଓ ନିର୍ଦ୍ଦିଷ୍ଟ ଦଳର ନେତ୍ରୀ।  ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ଇଟୁଆରରେ ମହିଳା ଭୋଟରଙ୍କୁ ଏଭଳି ଶପଥ ପାଠ କରାଯାଉଥିବା ଭିଜୁଆଲ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ପ୍ରତିଭା ବିଶ୍ୱାଳ ନାମକ ଜଣେ ସରପଞ୍ଚ ପ୍ରାର୍ଥୀ ଓ ଚାନ୍ଦବାଲି ବ୍ଲକ ମହିଳା ବିଜେଡି ସଭାନେତ୍ରୀ ମାନସୀ ପାଢୀ ଏଭଳି ଶପଥ ପାଠ କରାଉଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।

ବିଜେଡିର ଜିଲ୍ଲାପରିଷଦ ପ୍ରାର୍ଥୀ, ସରପଞ୍ଚ, ସମିତିସଭ୍ୟ ଓ ଓ୍ୱାର୍ଡମେମ୍ବର ଭାବେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଜଗନ୍ନାଥ ମହାପ୍ରଭୁଙ୍କ ଫଟୋ ଛୁଆଁଇ ବିଜେଡ଼ିର ଶଙ୍ଖ, ମାଛ, ଷ୍ଟୁଲ୍, ଶଗଡ଼ ଚିହ୍ନରେ ଭୋଟ ଦେବା ପାଇଁ ନିୟମ କରାଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି।ଜଗନ୍ନାଥ ଫଟୋ ଧରି ଜଣକୁ ଜଣ ଶପଥ କରାଉଥିବା ମହିଳା ଜଣକ ବିଜେଡିର ବ୍ଲକ୍ ମହିଳା ସଭାପତି ହୋଇଥିବାବେଳେ ପାଖରେ ବସିଛନ୍ତି ସରପଞ୍ଚ ପ୍ରାର୍ଥୀନୀ ପ୍ରତିଭା ବିଶ୍ୱାଳ।

ତେବେ ସରପଞ୍ଚ ପ୍ରାର୍ଥୀ ପ୍ରତିଭା ବିଶ୍ୱାଳ ଘଟଣା ସ୍ଥଳରେ ଉପସ୍ଥିତି ଥିବା ସ୍ୱୀକାର କରିଥିବା ବେଳେ ଚାନ୍ଦବାଲି ବ୍ଲକ ମହିଳା ବିଜେଡି ସଭାନେତ୍ରୀ ମାନସୀ ପାଢୀ କିନ୍ତୁ ଶପଥ କରାଇବା ଘଟଣାକୁ ଅସ୍ୱୀକାର କରିଛନ୍ତି।  ସେପଟେ ଶପଥ କରାଇଥିବା ସରପଞ୍ଚ ପ୍ରାର୍ଥୀଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଭାରତୀ ବିଶ୍ୱାଳ ଲୋକଙ୍କ ଉପରେ ବଳ ପ୍ରୟୋଗ କରାଯାଉଥିବା ଅଭିଯୋଗ କରିଛନ୍ତି।  ହେଲେ ଲୋକେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ସେ କହିଛନ୍ତି।

ବୁଥ ରିଗିଂ ଯୋଗୁ ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ଇଟୁଆର ୧୨ ନମ୍ବର ଓ୍ୱାର୍ଡରେ ଆସନ୍ତା ୨୩ରେ ସାନି ନିର୍ବାଚନ ହେବ। ଦ୍ୱିତୀୟ ପ୍ରର୍ଯାୟ ନିର୍ବାଚନ ବେଳେ କିଛି ଲୋକ ଜବରଦସ୍ତି ଭୋଟ ଦେଇଥିବାରୁ ପ୍ରିଜାଇଡିଂ ଅଫିସରଙ୍କ ଲିଖିତ ଅଭିଯୋଗ ପରେ ୨୩ରେ ପୁନଃ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ନିର୍ଦେଶ ଦେଇଛନ୍ତି।

Related story