ପପୁଙ୍କ ନାଁରେ ଗୁଜବ ସୃଷ୍ଟି ନ କରିବାକୁ ପତ୍ନୀଙ୍କ ନିବେଦନ, ଆଶୁ ଆରୋଗ୍ୟ କାମନା କରି ଛଉ କଳାକାରମାନଙ୍କ ସମୂହ ଦୀପଦାନ   

ବାରିପଦା(ଓଡିଶା ରିପୋର୍ଟର): କମେଡ଼ି କିଙ୍ଗ୍‌ ପପୁ ପମ୍‌ପମ୍‌ଙ୍କ ଆଶୁ ଆରଗ୍ୟ କାମନା କରି ବାରିପଦାଠାରେ ଛଉ କଳାକାରମାନେ ଦୀପ ଜଳାଇ ପ୍ରାର୍ଥନା କରିଛନ୍ତି। ମୟୁରଭଞ୍ଜ ଛଉ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ସମସ୍ତ ଛାତ୍ରଛାତ୍ରୀ ଆଜି ପପୁଙ୍କ ପାଇଁ ପ୍ରାର୍ଥନା କରିଥିଲେ। ଏବେ ପପୁ ଦିଲ୍ଲୀରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି। ହେଲେ ଦୁର୍ଭାଗ୍ୟକୁ କିଛି ବ୍ୟକ୍ତି ସୋସିଆଲ ମିଡିଆରେ ତାଙ୍କ ଅବସ୍ଥାକୁ ନେଇ ଟିପ୍ପଣି କରୁଛନ୍ତି। ଏପରିକି ପପୁଙ୍କ ମୃତ୍ୟୁ ହୋଇଥିବା ଗୁଜବ […]

ppu

Rakesh Mallick
  • Published: Thursday, 17 May 2018
  • , Updated: 17 May 2018, 08:37 PM IST

ବାରିପଦା(ଓଡିଶା ରିପୋର୍ଟର): କମେଡ଼ି କିଙ୍ଗ୍‌ ପପୁ ପମ୍‌ପମ୍‌ଙ୍କ ଆଶୁ ଆରଗ୍ୟ କାମନା କରି ବାରିପଦାଠାରେ ଛଉ କଳାକାରମାନେ ଦୀପ ଜଳାଇ ପ୍ରାର୍ଥନା କରିଛନ୍ତି। ମୟୁରଭଞ୍ଜ ଛଉ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ସମସ୍ତ ଛାତ୍ରଛାତ୍ରୀ ଆଜି ପପୁଙ୍କ ପାଇଁ ପ୍ରାର୍ଥନା କରିଥିଲେ।

ଏବେ ପପୁ ଦିଲ୍ଲୀରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି। ହେଲେ ଦୁର୍ଭାଗ୍ୟକୁ କିଛି ବ୍ୟକ୍ତି ସୋସିଆଲ ମିଡିଆରେ ତାଙ୍କ ଅବସ୍ଥାକୁ ନେଇ ଟିପ୍ପଣି କରୁଛନ୍ତି। ଏପରିକି ପପୁଙ୍କ ମୃତ୍ୟୁ ହୋଇଥିବା ଗୁଜବ ମଧ୍ୟ ବହୂଳ ଭାବେ ପ୍ରସାରିତ କରାଯାଇଥିଲା । ଯାହାକୁ ପପୁଙ୍କ ସ୍ତ୍ରୀ ବିରକ୍ତି ପ୍ରକାଶ କରିବା ସହ ଏଭଳି ଗୁଜବ ସୃଷ୍ଟି ନ କରିବାକୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ପପୁ ପାନିକ୍ରିୟାସ୍ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ପଠାଯାଇଛି। ସେଠାରେ ସେ ଗ୍ୟାଷ୍ଟ୍ରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ପପୁଙ୍କ ଘର ମୟୁରଭଞ୍ଜର ଜିଲ୍ଲା କପ୍ତିପଦା ଅଞ୍ଚଳରେ। ତେଣୁ ତାଙ୍କୁ ନେଇ ମୟୁରଭଞ୍ଜବାସୀ ଗର୍ବ କରନ୍ତି। ପପୁ ହଠାତ୍‌ ଅସୁସ୍ଥ ହୋଇପଡ଼ିବା ପରେ ସମଗ୍ର ମୟୁରଭଞ୍ଜ ଜିଲ୍ଲାର କଳାକାରମାନେ ବ୍ୟାଥିତ ହୋଇଛନ୍ତି।

Related story