ରାଜଧାନୀରେ ଚୋରା ନିଶା କାରବାରର ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ରାଜଧାନୀରେ ଚୋରା ନିଶା କାରବାରର ପ୍ରତିବାଦରେ ଆଜି ବିପିୟୁଟି ଛାତ୍ର ସଂଘ ଓ ବିଆରଏମ୍ ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀମାନେ ମଞ୍ଚେଶ୍ୱର ସ୍ଥିତ ବିଆରଏମ୍ କଲେଜ ସାମ୍ନାରେ ବିକ୍ଷୋଭ କରିଛନ୍ତି। ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର କରୁଥିବା ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ  ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ନିକଟରେ  ବ୍ରାଉନସୁଗାର ସଂସ୍ପର୍ଶରେ ଆସି ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ରାଜଧାନୀର ହଳଦୀପଡ଼ିଆ ବସ୍ତିରେ ଖୋଲାଖୋଲି ବ୍ରାଉନସୁଗାର ବ୍ୟବସାୟ ହେଉଥିବା ନେଇ ଓଟିଭିରେ ଖବର […]

student

Rakesh Mallick
  • Published: Saturday, 14 May 2016
  • , Updated: 14 May 2016, 09:01 AM IST

ଭୁବନେଶ୍ୱର: ରାଜଧାନୀରେ ଚୋରା ନିଶା କାରବାରର ପ୍ରତିବାଦରେ ଆଜି ବିପିୟୁଟି ଛାତ୍ର ସଂଘ ଓ ବିଆରଏମ୍ ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀମାନେ ମଞ୍ଚେଶ୍ୱର ସ୍ଥିତ ବିଆରଏମ୍ କଲେଜ ସାମ୍ନାରେ ବିକ୍ଷୋଭ କରିଛନ୍ତି। ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର କରୁଥିବା ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ  ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ନିକଟରେ  ବ୍ରାଉନସୁଗାର ସଂସ୍ପର୍ଶରେ ଆସି ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା।

ଅନ୍ୟପକ୍ଷରେ ରାଜଧାନୀର ହଳଦୀପଡ଼ିଆ ବସ୍ତିରେ ଖୋଲାଖୋଲି ବ୍ରାଉନସୁଗାର ବ୍ୟବସାୟ ହେଉଥିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ଛାତ୍ର ସଂଘ ଏ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛି।

ଜଣେ ଆନ୍ଦୋଳନକାରୀ ଛାତ୍ରୀ କହିଛନ୍ତି, “ପିଲାମାନେ  ପାଠପଢ଼ିବାକୁ ଆସିଥାନ୍ତି। ଏହି ସବୁ ଚକ୍ରାନ୍ତରେ ନିଜର ଜୀବନ ନଷ୍ଟ କରିଦେଉଛନ୍ତି। ଛାତ୍ରମାନଙ୍କୁ ଏହି ବିଷୟରେ ସର୍ତକ କରିବା ପାଇଁ କଲେଜରେ   କିଛି ପ୍ରୋଗାମ କରିବା ଆବଶ୍ୟକ। ଯେଉଁ ଛାତ୍ରମାନେ ନିଶା ଖାଉଛନ୍ତି ସେମାନେ ଏଥିରୁ ବାହାରି ଆସି ପାରିବେ।”

ଜଣେ ଆନ୍ଦୋଳନକାରୀ ଛାତ୍ର କହିଛନ୍ତି, “ନିଶା ଖାଇବା ଦ୍ୱାରା ପିଲାମାନଙ୍କ ଜୀବନ ନଷ୍ଟ  ହୋଇଯାଉଛି। ବିଶେଷ କରି କଲେଜ ଛାତ୍ରମାନେ ପଇସା ପାଇଁ ନିଶା କାରବାର କରିଥାଆନ୍ତି।”

………….

Related story