ରାଜଧାନୀରେ ଶିଳ୍ପର ସ୍ଥିତି ଅଜବ

ଭୁବନେଶ୍ୱର: ରାଜଧାନୀରେ ଶିଳ୍ପ ପ୍ରତିଷ୍ଠା ଲାଗି ସରକାର ଯୋଜନା କରିଥିଲେ। ଏଥିପାଇଁ ସରକାର ରିହାତି ମୂଲ୍ୟରେ ଜମି ଯୋଗାଇ ଦେଲେ। ହେଲେ ରାଜଧାନୀରେ ଶିଳ୍ପର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଅର୍ଦ୍ଧାଧିକ ଜମିରେ ଶିଳ୍ପ ସଂସ୍ଥା ନାହିଁ। ଏବେ ସେଠାରେ ତାଲା ଝୁଲୁଛି। ନିର୍ଦ୍ଧାରିତ ସମୟରେ କାହିଁକି ଶିଳ୍ପ ପ୍ରତିଷ୍ଠା କରାଗଲା ନାହିଁ ତାହାର ଉତ୍ତର ଦେବାକୁ ଇଡକୋ ୩୪୫ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ରାଜଧାନୀର ବିଭିନ୍ନ ଶିଳ୍ପାଞ୍ଚଳରେ ଶହ ଶହ ଛୋଟ […]

silpa

Rakesh Mallick
  • Published: Sunday, 05 March 2017
  • , Updated: 05 March 2017, 09:18 PM IST

ଭୁବନେଶ୍ୱର: ରାଜଧାନୀରେ ଶିଳ୍ପ ପ୍ରତିଷ୍ଠା ଲାଗି ସରକାର ଯୋଜନା କରିଥିଲେ। ଏଥିପାଇଁ ସରକାର ରିହାତି ମୂଲ୍ୟରେ ଜମି ଯୋଗାଇ ଦେଲେ। ହେଲେ ରାଜଧାନୀରେ ଶିଳ୍ପର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଅର୍ଦ୍ଧାଧିକ ଜମିରେ ଶିଳ୍ପ ସଂସ୍ଥା ନାହିଁ। ଏବେ ସେଠାରେ ତାଲା ଝୁଲୁଛି। ନିର୍ଦ୍ଧାରିତ ସମୟରେ କାହିଁକି ଶିଳ୍ପ ପ୍ରତିଷ୍ଠା କରାଗଲା ନାହିଁ ତାହାର ଉତ୍ତର ଦେବାକୁ ଇଡକୋ ୩୪୫ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି।

ରାଜଧାନୀର ବିଭିନ୍ନ ଶିଳ୍ପାଞ୍ଚଳରେ ଶହ ଶହ ଛୋଟ ବଡ଼ ଶିଳ୍ପ ସଂସ୍ଥା ଗଢି ଉଠିଛି। ଆଶ୍ଚର୍ଯ୍ୟର କଥା ହେଲା ସରକାରଙ୍କ ପାଖରୁ ରିହାତି ମୂଲ୍ୟରେ ଜମି ନେଇଥିବା ଅଧା ସଂସ୍ଥାରେ ତାଲା ପଡିଛି। ନିଜେ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଏହି ତଥ୍ୟ ଗୃହରେ ରଖିଛନ୍ତି। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ଚନ୍ଦକା, ମଞ୍ଚେଶ୍ୱର ପରି ପ୍ରମୁଖ ଶିଳ୍ପାଞ୍ଚଳରେ ଛୋଟ ବଡ଼ ଶିଳ୍ପ କରିବା ପାଇଁ ୧୧୪୪ ଜଣଙ୍କୁ ରିହାତି ମୂଲ୍ୟରେ ଜମି ଦିଆଯାଇଥିଲା। ହେଲେ ଏଥିରୁ  ୫୬୭ଟି ଶିଳ୍ପ କାମ କରୁନାହିଁ।

ମନ୍ତ୍ରୀ କହିଛନ୍ତି,“କାମ କରୁ ନ ଥିବା ଶିଳ୍ପ ମଧ୍ୟରୁ ୩୪୫ଟିକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ସରକାର ୧୧୮ ଜଣଙ୍କ ଜମିକୁ ବାତିଲ କରିଛନ୍ତି।”

ଶିଳ୍ପ ସଂସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ନୂଆ ଶିଳ୍ପନୀତିରେ ଅନେକ ବ୍ୟବସ୍ଥା କରିଛନ୍ତି। ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ଓ ରାଜ୍ୟ ବହାରେ ଇନ୍‌ଭେଷ୍ଟର୍ସ ମିଟ୍‌ ଆୟୋଜିତ ହେଉଛି। ରାଜଧାନୀରେ ଓଡ଼ିଶା କନ୍‌କ୍ଲେଭର ଆୟୋଜନ ମଧ୍ୟ ସରକାର କରିଛନ୍ତି। ହେଲେ ଏତେ ସବୁ ସତ୍ତ୍ୱେ ରାଜଧାନୀରେ ଶିଳ୍ପର ବାସ୍ତବ ଚିତ୍ରକୁ ନେଇ ସରକାରଙ୍କ ଆନ୍ତରିକତା ଉପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି,“ଇନଭେଷ୍ଟର୍ସ ମିଟ୍‌କୁ ଯାଇ ସରକାର ବହୁତ କିଛି କହୁଛନ୍ତି। ଯାହା କହୁଛନ୍ତି ତାହା ବାସ୍ତବତାରେ ପରିଣତ ହେଉନାହିଁ। ଏହି କାରଣରୁ ଶିଳ୍ପ ସଂସ୍ଥା ଓଡ଼ିଶାକୁ ଆସୁ ନାହାନ୍ତି।”

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,“ମେକ୍‌ ଇନ୍‌ ଓଡ଼ିଶା ଏକ ଫାର୍ସ। ସରକାରଙ୍କ ଅପାରଗତା ପାଇଁ ଶିଳ୍ପ ପ୍ରତିଷ୍ଠା ହୋଇପାରୁନାହିଁ। ଲୋକଙ୍କୁ ଡାକି ଆଣି ଏମ୍‌ଓୟୁ ସ୍ୱାକ୍ଷର କରି ଦେଉଛନ୍ତି। ହେଲେ କିଛି ସହଯୋଗ କରୁନାହାନ୍ତି। ଏହାଦ୍ୱାରା ଓଡ଼ିଶା ବାହାରେ ବଦ୍‌ନାମ ହେଉଛି।’’

Related story