ବୌଦ୍ଧ (ଦୀପକ ଅଦର): ଦୁର୍ଘଟଣାଗ୍ରସ୍ତ କାର ଭିତରୁ ବାହାରିଲା ୪ ବସ୍ତା ଗଞ୍ଜେଇ ଓ ଜଣଙ୍କ ମୃତଦେହ। ଯାହାକୁ ନେଇ ଆଜି ବୌଦ୍ଧ ମନମୁଣ୍ଡା ଥାନା ମେହେରୁଣୀ ପୋଲ ନିକଟରେ ଚାଞ୍ଚଲ୍ୟ ଖେଳି ଯାଇଛି।
ଖବର ନେବାରୁ ଜଣାପଡ଼ିଛି, ଆଜି ଅପରାହ୍ନରେ ସୋନପୁର ପାର୍ଶ୍ୱରୁ ଏକ କାର ବୌଦ୍ଧ ଆଡ଼କୁ ଦୃତଗତିରେ ଆସୁଥିବା ବେଳେ ହଠାତ୍ ମେହେରୁଣି ପୋଲ ନିକଟରେ ଭାରସାମ୍ୟ ହରାଇ ପିଟି ହୋଇଥିଲା। ଏହି କାର୍ରେ ୩ ଜଣ ଆସୁଥିଲେ। ଏହା ପରେ କାର୍ରେ ଥିବା ୨ ଜଣ ଫେରାର ହୋଇଯାଇଥିଲେ। ଜଣେ କାର ଭିତରେ ମରି ପଡ଼ି ଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ମନମୁଣ୍ଡା ପୁଲିସ ପହଞ୍ଚି ଯାଞ୍ଚ କରିବା ବେଳେ ଗାଡ଼ି ଭିତରୁ ଜଣଙ୍କ ମୃତ ଦେହ ଓ ୪ ବସ୍ତା ଗଞ୍ଜେଇ ବାହାରିଥିଲା।
ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ। ପୁଲିସ ଗାଡ଼ି ପିଛା କରିବାରୁ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା କୁହାଯାଉଛି।
ପୁଲିସ, ଦୁର୍ଘଟଣାଗ୍ରସ୍ତ ଗାଡ଼ି ଓ ଗଞ୍ଜେଇକୁ ଜବତ କରିବା ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଜଙ୍ଗଲରେ ଥିଲା ୬୨ ଫୁଟ ଉଚ୍ଚ ସହିଦ ସ୍ତମ୍ଭ, ମାଟିରେ ମିଶାଇଲେ ଯବାନ
ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ରହିଥିବା ସବୁଠାରୁ ବିଶାଳ ସହିଦ ସ୍ତମ୍ଭ ମାଟିରେ ମିଶିଲା। ଉକ୍ତ ସ୍ତମ୍ଭକୁ ଧ୍ୱସଂ କରିଛନ୍ତି ଡିଆରଜି ଯବାନ ।
Miscellaneous
ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ଗଡ଼ିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍
ଖୁବ୍ ଶୀଘ୍ର ଗ୍ରୀନ ହାଇଡ୍ରୋଜେନ୍ ବସ୍ ରାଜ୍ୟରେ ଗଡିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଗ୍ରୀନ ହାଇଡ୍ରୋଜେନ ବସ୍ ଗଡ଼ିବା ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ।
Weather
ଲଘୁଚାପ ପ୍ରଭାବ; ଆଜି ଏହି ସବୁ ଜିଲ୍ଲାରେ ଛେଚିବ
ଲଘୁଚାପ ପ୍ରଭାବରେ ଦୁଇ ତିନି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ।
Politics
ରୁବେନଙ୍କୁ ନେଇ ବିଜେଡିରେ ଭିନ୍ନମତ: ବର୍ଷିଲେ ଅରୁଣ-ଅତନୁ, ପ୍ରସନ୍ନ କରିଥିଲେ ପ୍ରଶଂସା
ରୁବେନଙ୍କ ପୁସ୍ତକର ସଂଶୋଧିତ ସଂସ୍କରଣ ଗତ ଦୁଇଦିନ ତଳେ ଉନ୍ମୋଚନ ହେବା ପରଠୁ ରାଜନୀତିକ ଉଷ୍ମତା ଲାଗି ରହିଛି ।
Politics
କାହା ‘ପାପ’ ଧୋଇବାକୁ ନିର୍ବାଚନ ଆୟୋଗଙ୍କୁ ଦୋଷ ଦେଲେ ପାଣ୍ଡିଆନମାର୍କା ନେତା: ଆବଶ୍ୟକତା ନା ବାଧ୍ୟବାଧକତା?
ନିର୍ବାଚନ ଆୟୋଗଙ୍କ ନିର୍ବାଚନୀ ପରିଚାଳନାଗତ ତ୍ରୁଟି ଯୋଗୁ ବିଜେଡି ପରାଜିତ ହୋଇଛି ବୋଲି ସନ୍ଦେଶ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି। ନିର୍ବାଚନ କମିଶନଙ୍କୁ ଭେଟି ଓଡ଼ିଶାରେ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ପରିଚାଳନାର ଅଭିଯୋଗ କରିଛି ଦଳ।