ବାଇକ୍‌କୁ ଧକ୍କା ଦେଇ ଜଳିଗଲା କାର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ରାଜମହଲ ଓଭର ବ୍ରିଜ୍ ଉପରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି।  ଏକ କାର୍‌ ବାଇକ୍‌କୁ ଧକ୍କା ଦେଇ ଓଲଟି ପଡ଼ିବା ସହ ଜଳିଯାଇଛି।  ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିଲା ବେଳେ ୨ଜଣ କାର୍‌ ଚାଳକ ଆହତ ହୋଇଥିଲେ। ବାଇକ୍ ଆରୋହୀଙ୍କର ପରିଚୟ ମିଳିନାହିଁ। ଗତକାଲି ବିଳମ୍ବିତ ରାତିରେ ଏକ କାର୍ ଦ୍ରୁତ ଗତିରେ ଆସି ରାଜମହଲ ଓଭର ବ୍ରିଜରେ ଯାଉଥିବା ବାଇକ୍‌ ଉପରେ ମାଡ଼ିଯାଇଥିଲା। ପରେ କାର୍‌ଟି […]

car accident

  • Published: Monday, 31 October 2022
  • , Updated: 31 October 2022, 08:42 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ରାଜମହଲ ଓଭର ବ୍ରିଜ୍ ଉପରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି।  ଏକ କାର୍‌ ବାଇକ୍‌କୁ ଧକ୍କା ଦେଇ ଓଲଟି ପଡ଼ିବା ସହ ଜଳିଯାଇଛି।  ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିଲା ବେଳେ ୨ଜଣ କାର୍‌ ଚାଳକ ଆହତ ହୋଇଥିଲେ। ବାଇକ୍ ଆରୋହୀଙ୍କର ପରିଚୟ ମିଳିନାହିଁ।

ଗତକାଲି ବିଳମ୍ବିତ ରାତିରେ ଏକ କାର୍ ଦ୍ରୁତ ଗତିରେ ଆସି ରାଜମହଲ ଓଭର ବ୍ରିଜରେ ଯାଉଥିବା ବାଇକ୍‌ ଉପରେ ମାଡ଼ିଯାଇଥିଲା। ପରେ କାର୍‌ଟି ଓଲଟି ପଡ଼ିବା ସହ ଜଳି ଯାଇଥିଲା। ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିଲା ବେଳେ  କାର୍‌ରେ ଥିବା ଦୁଇ ଜଣ ଆହତ ହୋଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।  କାର ଚାଳକ ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଅଭିଯୋଗ ହୋଇଛି। ପୁଲିସ  ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

 

Related story