ରାସ୍ତା କଡ଼କୁ ଓଲଟିଲା କାର୍‌

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ୫୭ ନମ୍ୱର ଜାତୀୟ ରାଜପଥର ଦନ୍ତାପାଲି ଛକ ନିକଟରେ ରାସ୍ତା କଡ଼କୁ ଏକ କାର୍ ଓଲଟି ପଡ଼ିଛି। ଏଥିରେ ଡ୍ରାଇଭର ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ୱୁଲାନ୍ସ ଯୋଗେ ସୋନପୁର ଡାକ୍ତରଖାନା ପଠାଇଛନ୍ତି।

ଆଜି ସକାଳେ ପ୍ରାୟ ସାଢ଼େ ଆଠଟା ବେଳେ ଏହି ଦୁର୍ଘଟଣା ଘଟିଛି। କାର୍‌ଟି ସୋନପୁରରୁ ବୌଦ୍ଧ ଯାଉଥିଲା। ଘନ କୁହୁଡ଼ି ଯୋଗୁ କାର୍‌ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିବା ଅନୁମାନ କରାଯାଉଛି। ଖବର ପାଇ ବାଉଁଶୁଣୀ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।