ପାର୍କିଂରେ ଜଳିଗଲା କାର୍‌

ପୁରୀ(ମଧୁସୂଦନ ମିଶ୍ର): ପୁରୀର ଚକ୍ରତୀର୍ଥ ବେଳାଭୂମିରେ ଏକ କାର୍‌ ଜଳିଯାଇଛି। ଏକ ହୋଟେଲ ନିକଟରେ ପାର୍କିଂ କରିଥିବା ସରକାରୀ ଗାଡ଼ିରେ ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ତେବେ ଗାଡିଟିରେ ନିଆଁ ଲାଗିବା ଅବସ୍ଥାରେ ଏହା ଗଡ଼ି ଗଡ଼ି ଯାଇ ଏକ ବିଦ୍ୟୁତ ଖୁଣ୍ଟରେ ମାଡ଼ ହୋଇ ଅଟକି ଯାଇଥିଲା।

ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗାଡିଟି କାହାର ସେନେଇ ଜଣାପଡ଼ି ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।