ପୋଲରେ ପିଟି ହୋଇ ଜଳି ଗଲା କାର୍

ଦେବଗଡ(ସିଦ୍ଧାର୍ଥ ଗୁରୁ): ପୋଲରେ ପିଟି ହେଲା କାର୍, ଚାହୁଁ ଚହୁଁ ଜଳିଗଲା। ନିଆଁ ଏତେ ଭୟଙ୍କର ଥିଲା ଯେ, କାରଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଦେବଗଡ କୁଶପଙ୍ଗା ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଗତକାଲି ରାଞ୍ଚି- ବିଜୟୱାଡ଼ା ରାଜପଥରେ କାରଟି ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ପୋଲରେ ପିଟି ହୋଇଥିଲା। ଫଳରେ କାରରେ ନିଆଁ ଲାଗି  […]

Car-catches-fire-after-cras

Car-catches-fire-after-cras

Madhupriya Mistry
  • Published: Sunday, 28 February 2021
  • Updated: 28 February 2021, 08:22 AM IST

Sports

Latest News

ଦେବଗଡ(ସିଦ୍ଧାର୍ଥ ଗୁରୁ): ପୋଲରେ ପିଟି ହେଲା କାର୍, ଚାହୁଁ ଚହୁଁ ଜଳିଗଲା। ନିଆଁ ଏତେ ଭୟଙ୍କର ଥିଲା ଯେ, କାରଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଦେବଗଡ କୁଶପଙ୍ଗା ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଗତକାଲି ରାଞ୍ଚି- ବିଜୟୱାଡ଼ା ରାଜପଥରେ କାରଟି ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ପୋଲରେ ପିଟି ହୋଇଥିଲା। ଫଳରେ କାରରେ ନିଆଁ ଲାଗି  ଯାଇଥିଲା। କାରରେ ଥିବା ଦୁଇ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପରେ ଉଭୟଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଗୁରୁତର ଦୁଇ ଜଣ ହେଲେ ଋଷଭ ନାୟକ ଓ ସୌମ୍ୟ ରଞ୍ଜନ ଦାସ। ଉଭୟ ଭୂଷଣ କାରଖାନାର କର୍ମଚାରୀ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos