ନାଳରେ ପଡ଼ିଗଲା କାର୍‌

ବାଙ୍କୀ (ଓଡ଼ିଶା ରିପୋର୍ଟର): ନାଳରେ ପଡ଼ିଗଲା କାର୍‌। ନାଳରେ ବନ୍ୟା ପାଣି ଥିବା ଯୋଗୁ କାର୍‌ଟି ବୁଡ଼ି ଯାଇଥିଲା। ତେବେ ଏଥିରେ ଥିବା ଦୁଇ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଥିଲେ। ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ। ଆଜି ସକାଳେ ଦୁଇ ଜଣ ବ୍ୟକ୍ତି ଏକ କାର୍‌ ଯୋଗେ ବିଲିପଡ଼ାରୁ ଵାଙ୍କୀ ଟାଉନ୍ ଅଭିମୁଖେ ଆସୁଥିଲେ। ତେବେ କୟାଁନାଳ ଉପରେ ଥିବା ଛୋଟ୍ ବ୍ରିଜ୍ ଉପରେ କାର୍‌ଟି ଭାରସାମ୍ୟ ହରାଇଥିଲା […]

Accident

Accident

Jitendra Garnayak
  • Published: Sunday, 26 September 2021
  • Updated: 26 September 2021, 11:26 AM IST

Sports

Latest News

ବାଙ୍କୀ (ଓଡ଼ିଶା ରିପୋର୍ଟର): ନାଳରେ ପଡ଼ିଗଲା କାର୍‌। ନାଳରେ ବନ୍ୟା ପାଣି ଥିବା ଯୋଗୁ କାର୍‌ଟି ବୁଡ଼ି ଯାଇଥିଲା। ତେବେ ଏଥିରେ ଥିବା ଦୁଇ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଥିଲେ। ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ।

ଆଜି ସକାଳେ ଦୁଇ ଜଣ ବ୍ୟକ୍ତି ଏକ କାର୍‌ ଯୋଗେ ବିଲିପଡ଼ାରୁ ଵାଙ୍କୀ ଟାଉନ୍ ଅଭିମୁଖେ ଆସୁଥିଲେ। ତେବେ କୟାଁନାଳ ଉପରେ ଥିବା ଛୋଟ୍ ବ୍ରିଜ୍ ଉପରେ କାର୍‌ଟି ଭାରସାମ୍ୟ ହରାଇଥିଲା ଏବଂ ଏହା ନାଳରେ ପଡ଼ି ଯାଇଥିଲା।

କାର୍‌ଟି ନାଳରେ ପଡ଼ିଯିବା ଦେଖି ଗାଁ ଲୋକେ ସେଠାରେ ସଙ୍ଗେ ସଙ୍ଗେ ରୁଣ୍ଡ ହୋଇଯାଇଥିଲେ। ସେମାନେ ମିଶି ପ୍ରଥମେ କାର୍‌ରେ ବସିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ତା’ପରେ କାର୍‌ଟିକୁ ପାଣିରୁ ବାହାର କରିଥିଲେ। କାର୍‌ରେ ଥିବା ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତିଙ୍କର କିଛି ହୋଇନାହିଁ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଠିକ୍ ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos