ଓଭର ବ୍ରିଜ୍ ଉପରୁ ତଳକୁ ଖସିଲା କାର୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରସାମ୍ୟ ହରାଇ ଓଭର ବ୍ରିଜ୍ ଉପରୁ ତଳକୁ ଖସିପଡ଼ିଲା କାର୍‌। ରାଜଧାନୀ ଭୁବନେଶ୍ୱରର ପୁନାମାଗେଟ୍ ରେଳ ଓଭର ବ୍ରିଜ୍ ନିକଟରେ ଆଜି ଭୋରରେ ଘଟିଛି ଏହି ଦୁର୍ଘଟଣା। ଏହି ଦୁର୍ଘଟଣାରେ କାର ଚାଳକଙ୍କ ସହିତ ସେଥିରେ ବସିଥିବା ଆଉ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୪ଟା ସମୟରେ କାର୍‌ଟି ଦ୍ରୁତ ଗତିରେ ଆସି ପୁନାମାଗେଟ୍ ରେଳ ଓଭର […]

Accident

Tapaswini Nayak
  • Published: Saturday, 22 January 2022
  • , Updated: 22 January 2022, 04:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରସାମ୍ୟ ହରାଇ ଓଭର ବ୍ରିଜ୍ ଉପରୁ ତଳକୁ ଖସିପଡ଼ିଲା କାର୍‌। ରାଜଧାନୀ ଭୁବନେଶ୍ୱରର ପୁନାମାଗେଟ୍ ରେଳ ଓଭର ବ୍ରିଜ୍ ନିକଟରେ ଆଜି ଭୋରରେ ଘଟିଛି ଏହି ଦୁର୍ଘଟଣା।

ଏହି ଦୁର୍ଘଟଣାରେ କାର ଚାଳକଙ୍କ ସହିତ ସେଥିରେ ବସିଥିବା ଆଉ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୪ଟା ସମୟରେ କାର୍‌ଟି ଦ୍ରୁତ ଗତିରେ ଆସି ପୁନାମାଗେଟ୍ ରେଳ ଓଭର ବ୍ରିଜ୍‌ର ବାଡ଼ାରେ ପିଟି ହୋଇଥିଲେ ଓ ତଳକୁ ଖସି ପଡ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲା। ସେମାନଙ୍କ ପରିଚୟ ମିଳିନାହିଁ। ପୁଲିସ ଗାଡ଼ିଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Related story