୧୭ରେ ମା’ ବିରଜାଙ୍କ ରଥଯାତ୍ରା, ଜାରି ହେବ ୧୪୪ ଧାରା

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବ ରଥଯାତ୍ରା । ତେବେ ସାଧାରଣ ଲୋକଙ୍କ ଗହଳି ଏଡ଼ାଇବାକୁ ଜାରି ହେବ ୧୪୪ ଧାରା ।  ରଥଯାତ୍ରା ପୂର୍ବରୁ ବିରଜାଙ୍କ ସମସ୍ତ ସେବାୟତମାନଙ୍କର କୋଭିଡ଼ ଟେଷ୍ଟ କରାଯିବ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ଆୟୋଜନ ନେଇ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ […]

biraja

Niharika Rout
  • Published: Tuesday, 13 October 2020
  • , Updated: 13 October 2020, 10:45 AM IST

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବ ରଥଯାତ୍ରା । ତେବେ ସାଧାରଣ ଲୋକଙ୍କ ଗହଳି ଏଡ଼ାଇବାକୁ ଜାରି ହେବ ୧୪୪ ଧାରା ।

 ରଥଯାତ୍ରା ପୂର୍ବରୁ ବିରଜାଙ୍କ ସମସ୍ତ ସେବାୟତମାନଙ୍କର କୋଭିଡ଼ ଟେଷ୍ଟ କରାଯିବ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ରଥଯାତ୍ରା ଆୟୋଜନ ନେଇ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହାପରେ ଜିଲ୍ଲା ପ୍ରଶାସନ ରଥଯାତ୍ରା ନୀତିନିର୍ଘଣ୍ଟ କରିଛି । କୋଭିଡ୍ କଟକଣା ଯୋଗୁଁ ବିରଜାଙ୍କ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ସସ୍ପେନ୍ସ ଲାଗି ରହିଥିଲା।

Related story