ଓମିନିରେ ଲାଗିଲା ନିଆଁ,  ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା ଝରିଗାଁରେ ଚଳନ୍ତା ଓମିନି କାର୍‌ରେ ଲାଗିଲା ନିଆଁ। ଅଳ୍ପକେ ରକ୍ଷା ପାଇଗଲେ ଓମିନିରେ ଥିବା ଯାତ୍ରୀ। ଝରିଗାଁ ବ୍ଲକ ଡାଇନିଗୁଡା ଛକରେ ଘଟିଛି ଏଭଳି ଅଘଟଣ। ଝରିଗାଁରୁ ଏକ ଓମିନି ଭ୍ୟାନ୍ ନବରଙ୍ଗପୁର ଯାଉଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ଗାଡିରେ ନିଆଁ ଲାଗିବା ମାତ୍ର ସେଥିରେ ବସିଥିବା ସମସ୍ତ ଯାତ୍ରୀ ବାହାରକୁ ଚାଲିଆସିଥିଲେ। ଗାଡି ଡ୍ରାଇଭର ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଫୋନ୍ କରିଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଓମିନି ଗାଡିର ପେଟ୍ରୋଲ ପାଇପ୍ ଫାଟି ନିଆଁ ଲାଗିଥିବା ଅନୁମାନ କରାଯାଉଛି।