ବିଶ୍ୱ ହୃତପିଣ୍ଡ ଦିବସ ଅବସରରେ କେୟାର ହସ୍ପିଟାଲ ପକ୍ଷରୁ ସାଇକ୍ଲୋଥନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ବିଶ୍ୱ ହୃତପିଣ୍ଡ ଦିବସ। ଲୋକଙ୍କୁ ହୃତପିଣ୍ଡ ଓ ହୃଦରୋଗ ବିଷୟରେ ସତର୍କ କରାଇବା ପାଇଁ ୨୦୦୦ ମସିହାଠାରୁ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହେଉଛି। ବିଶ୍ୱରେ ପ୍ରତିବର୍ଷ ହୃଦରୋଗଜନିତ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି। ଏହି ଅବସରରେ ସଚେତନାର ବାର୍ତ୍ତା ଦେଇଛି କେୟାର ହସ୍ପିଟାଲ। ଏଥିପାଇଁ କେୟାର ହସ୍ପିଟାଲ ପକ୍ଷରୁ ସାଇକ୍ଲୋଥନ୍ ଆୟୋଜନ କରାଯାଇଛି। ଓଟିଭି ନେଟୱାର୍କ ଏମଡି ଜଗି ମଙ୍ଗତ୍ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇ […]

bbsr

Tapaswini Nayak
  • Published: Wednesday, 29 September 2021
  • , Updated: 29 September 2021, 02:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ବିଶ୍ୱ ହୃତପିଣ୍ଡ ଦିବସ। ଲୋକଙ୍କୁ ହୃତପିଣ୍ଡ ଓ ହୃଦରୋଗ ବିଷୟରେ ସତର୍କ କରାଇବା ପାଇଁ ୨୦୦୦ ମସିହାଠାରୁ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହେଉଛି।

ବିଶ୍ୱରେ ପ୍ରତିବର୍ଷ ହୃଦରୋଗଜନିତ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି। ଏହି ଅବସରରେ ସଚେତନାର ବାର୍ତ୍ତା ଦେଇଛି କେୟାର ହସ୍ପିଟାଲ। ଏଥିପାଇଁ କେୟାର ହସ୍ପିଟାଲ ପକ୍ଷରୁ ସାଇକ୍ଲୋଥନ୍ ଆୟୋଜନ କରାଯାଇଛି। ଓଟିଭି ନେଟୱାର୍କ ଏମଡି ଜଗି ମଙ୍ଗତ୍ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସାଇକ୍ଲୋଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ସାଇକ୍ଲୋଥନ କେୟାର ହସ୍ପିଟାଲରୁ ବାହାରି ଚନ୍ଦ୍ରଶେଖରପୁର, ନାଲକୋ ଛକ, ଆଚାର୍ଯ୍ୟବିହାର, ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓ ଗଙ୍ଗନଗର ଅଞ୍ଚଳ ଅତିକ୍ରମ କରିଥିଲା। ବିଶ୍ୱ ହୃତପିଣ୍ଡ ଦିବସ ଅବସରରେ ସମସ୍ତେ କିଛି ନା କିଛି ବ୍ୟାୟାମ କରିବା ସହ ସୁସ୍ଥ ରହିବାକୁ ସାଇକ୍ଲୋଥନରେ ଉପସ୍ଥିତ ଥିବା ଡାକ୍ତର ଓ ଅତିଥିମାନେ ମତ ଦେଇଥିଲେ।

ରାଉରକେଲା କୋଏଲ ନଗରରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରିଟାୟାର୍ଡ କର୍ମଚାରୀ ସଂଘ ପକ୍ଷରୁ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହୋଇଛି।  ଏହି ଅବସରରେ କୋଏଲନଗର ଠାରୁ ଦୁଇ କିଲୋମିଟର ପର୍ଯ୍ୟନ୍ତ ୱାକାଥନ୍ ଆୟୋଜନ କରାଯାଇଥିଲା।

Related story