ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଆରମ୍ଭ ହେଲା ରଥଟଣା

ପୁରୀ (ଓଡ଼ିଶା ରିପୋର୍ଟର): ଭକ୍ତଙ୍କ ସବୁ ଅପେକ୍ଷାର ଅନ୍ତ ଘଟିଲା। ପୁରୀରେ ରଥରେ ବସି ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କଲେ ଶ୍ରୀଜିଉ। ଏଠାରେ ରଥଟଣା ଆରମ୍ଭ ହୋଇଯାଇଛି। ଅପରାହ୍ଣ ୪ଟାରେ ରଥଟଣା ହେବା ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିବା ବେଳେ ଅପରାହ୍ଣ ୨ଟା ୧୫ରେ ରଥଟଣା ଆରମ୍ଭ ହୋଇଗଲା। ନୀତି ଅନୁଯାୟୀ ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ରଥଯାତ୍ରା ପାଇଁ ଆଜି ସମସ୍ତ ନୀତିକାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହେବା ପରେ ରଥ ଟଣା […]

chariot

chariot

Jitendra Garnayak
  • Published: Thursday, 04 July 2019
  • Updated: 04 July 2019, 02:44 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଭକ୍ତଙ୍କ ସବୁ ଅପେକ୍ଷାର ଅନ୍ତ ଘଟିଲା। ପୁରୀରେ ରଥରେ ବସି ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କଲେ ଶ୍ରୀଜିଉ। ଏଠାରେ ରଥଟଣା ଆରମ୍ଭ ହୋଇଯାଇଛି। ଅପରାହ୍ଣ ୪ଟାରେ ରଥଟଣା ହେବା ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିବା ବେଳେ ଅପରାହ୍ଣ ୨ଟା ୧୫ରେ ରଥଟଣା ଆରମ୍ଭ ହୋଇଗଲା। ନୀତି ଅନୁଯାୟୀ ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି।

ରଥଯାତ୍ରା ପାଇଁ ଆଜି ସମସ୍ତ ନୀତିକାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହେବା ପରେ ରଥ ଟଣା ଆରମ୍ଭ ହୋଇଥିଲା। ସକାଳେ ସମସ୍ତ ରୀତିନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ କରାଯାଇଥିଲା। ପହଣ୍ଡି ବି ଖୁବ୍ ଆଗୁଆ କରାଯାଇଥିଲା। ସକାଳ ସାଢ଼େ ୯ଟାରେ ପହଣ୍ଡି ହେବାକୁ ଥିବା ବେଳେ ଏହା ଯଥେଷ୍ଟ ପୂର୍ବରୁ ଆରମ୍ଭ ହୋଇଯାଇଥିଲା। ଚତୁର୍ଦ୍ଧା ମୂର୍ତ୍ତି ରଥାରୁଢ଼ ହେବା ପରେ ବାକି ନୀତିକାନ୍ତି ଶେଷ ହେବା ପରେ ପରମ୍ପରା ଅନୁଯାୟୀ ଆଦିଗୁରୁ ଶଙ୍କରାଚାର୍ଯ୍ୟ ବଡ଼ଦାଣ୍ଡରେ ପହଞ୍ଚିଥିଲେ। ସେ ରଥରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଏହା ପରେ ଗଜପତି ମହାରାଜ ଛେରା ପହଁରା କରିଥିଲେ। ଏହା ପରେ ରଥ ଟଣା ଆରମ୍ଭ ହୋଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos