ବିନା ଅନୁମତିରେ ଆମାଜନ ବିକୁଛି ନିର୍ମାଲ୍ୟ, ଥାନାରେ ଏତଲା

ପୁରୀ(ଓଡ଼ିଶା ରିପୋର୍ଟର): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ନିର୍ମାଲ୍ୟ ଅନ୍‌ଲାଇନ୍‌ ସାଇଟ୍‌ ଆମାଜନରେ ମିଳୁଥିବା ଅଭିଯୋଗକୁ ନେଇ ତେଜୁଛି ବିବାଦ। ଶ୍ରୀମନ୍ଦିର ସେବାୟତ ଶମ୍ବୁନାଥ ଖୁଣ୍ଟିଆ ଏହି ଘଟଣାକୁ ନେଇ ଆମାଜନ ଇଣ୍ତିଆ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି । ଅପରପକ୍ଷେ ଆମାଜନକୁ ଏପରି କୌଣସି ଅନୁମତି ଦିଆଯାଇ ନ ଥିବା  ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ତେବେ ଆମାଜନ କିପରି  ଓଡ଼ିଆଙ୍କ ଭାବନା ସହ ଖେଳ ଖେଳି ଏପରି […]

puri-nirmaly

Niharika Rout
  • Published: Monday, 30 November 2020
  • , Updated: 30 November 2020, 01:06 PM IST

ପୁରୀ(ଓଡ଼ିଶା ରିପୋର୍ଟର): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ନିର୍ମାଲ୍ୟ ଅନ୍‌ଲାଇନ୍‌ ସାଇଟ୍‌ ଆମାଜନରେ ମିଳୁଥିବା ଅଭିଯୋଗକୁ ନେଇ ତେଜୁଛି ବିବାଦ। ଶ୍ରୀମନ୍ଦିର ସେବାୟତ ଶମ୍ବୁନାଥ ଖୁଣ୍ଟିଆ ଏହି ଘଟଣାକୁ ନେଇ ଆମାଜନ ଇଣ୍ତିଆ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ।

ଅପରପକ୍ଷେ ଆମାଜନକୁ ଏପରି କୌଣସି ଅନୁମତି ଦିଆଯାଇ ନ ଥିବା  ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ତେବେ ଆମାଜନ କିପରି  ଓଡ଼ିଆଙ୍କ ଭାବନା ସହ ଖେଳ ଖେଳି ଏପରି ଭାବେ ନିର୍ମାଲ୍ୟ ବିକ୍ରି କରୁଛି ତାହାର ତଦନ୍ତ ନିମନ୍ତେ ଆଇନ୍‌ର ଆଶ୍ରୟ ନେବୁ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ।

ସୂଚନାଯୋଗ୍ୟ, ଦୀର୍ଘଦିନ ହେବ ଆମାଜନ ଇଣ୍ତିଆ ମହାପ୍ରଭୁଙ୍କ ନିର୍ମାଲ୍ୟକୁ ନିଜ ୱେବସାଇଟ ମାଧ୍ୟମରେ ବିକ୍ରି କରିଆସୁଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଶମ୍ବୁନାଥ ଖୁଣ୍ଟିଆ ନାମକ ସେବାୟତ ଅଭିଯୋଗ କରିଛନ୍ତି ।  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନଲାଇନ୍‌ରେ ଏଭଳି ବ୍ୟବସାୟ କରିବା ପାଇଁ କୌଣସି ସଂସ୍ଥାକୁ ଅନୁମତି ଦିଆଯାଇନଥିବା ବେଳେ ଆମାଜନ୍ କାହିଁକି ଏଥିରୁ ନିବୃତ୍ତ ରହୁନି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଭକ୍ତମାନେ ମଧ୍ୟ ନିର୍ମାଲ୍ୟର ଅନ୍‌ଲାଇନ୍‌ ବିକ୍ରିକୁ ନାପସନ୍ଦ କରିଛନ୍ତି ।

ଅପରପକ୍ଷେ, ନିର୍ମାଲ୍ୟର  ଅନଲାଇନ୍‌ ବିକ୍ରି ନିମନ୍ତେ ଆମାଜନକୁ କୌଣସି ଅନୁମତି ଦିଆଯାଇ ନ ଥିବା ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ଏହାର  ଆଇନଗତ ତର୍ଜମା କରୁଛୁ, କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ଦେଖିବୁ ବୋଲି ସେ କହିଛନ୍ତି ।

Related story