ବିରଜା ମନ୍ଦିର ରଥଯାତ୍ରାକୁ ନେଇ ହାଇକୋର୍ଟରେ ମାମଲା
ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ବିରଜା ମନ୍ଦିର ରଥଯାତ୍ରାକୁ ନେଇ ହାଇକୋର୍ଟରେ ମାମଲା ଦାୟର । ମା ବିରଜାଙ୍କ ବିଜୟ ରଥଯାତ୍ରା କରାଇବାକୁ ମାମଲାରେ ଆବେଦନ କରାଯାଇଛି । ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ ମାମଲା ଦାୟର କରାଯାଇଛି । ମନ୍ଦିରରେ ଦୁର୍ଗା ଉତ୍ସବ ଓ ବିଜୟ ରଥଯାତ୍ରା ପାଇଁ ଆବେଦନ କରାଯାଇଛି । ସତ୍ୟଯୁଗରୁ ଚଳି ଆସୁଥିବା ପରମ୍ପରା ରକ୍ଷା କରିବା ପାଇଁ ଆବେଦନରେ ଉଲ୍ଲେଖ ରହିଛି । କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ଅନୁମତି ଦେବାକୁ […]
ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ବିରଜା ମନ୍ଦିର ରଥଯାତ୍ରାକୁ ନେଇ ହାଇକୋର୍ଟରେ ମାମଲା ଦାୟର । ମା ବିରଜାଙ୍କ ବିଜୟ ରଥଯାତ୍ରା କରାଇବାକୁ ମାମଲାରେ ଆବେଦନ କରାଯାଇଛି । ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ ମାମଲା ଦାୟର କରାଯାଇଛି । ମନ୍ଦିରରେ ଦୁର୍ଗା ଉତ୍ସବ ଓ ବିଜୟ ରଥଯାତ୍ରା ପାଇଁ ଆବେଦନ କରାଯାଇଛି । ସତ୍ୟଯୁଗରୁ ଚଳି ଆସୁଥିବା ପରମ୍ପରା ରକ୍ଷା କରିବା ପାଇଁ ଆବେଦନରେ ଉଲ୍ଲେଖ ରହିଛି । କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ଅନୁମତି ଦେବାକୁ ଆବେଦନ କରାଯାଇଛି ।