ବିଜେଡି ନେତାଙ୍କ ନାଁରେ ମାମଲା

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେଡି ନେତା ପ୍ରଣୟ ସାହୁଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା। ବରଗଡ଼ ଗାଇସିଲଟ ଥାନାରେ ଧମକାଇବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଗାଇସିଲଟ ଥାନା ASI ପ୍ରମୋଦ ପାତ୍ରଙ୍କ ଏତଲା ଭିତ୍ତିରେ ମାମଲା ରୁଜୁ ହୋଇଛି।  ମହିଳା ପୁଲିସ ସମେତ ASIଙ୍କୁ ଦୁର୍ବ୍ୟବହାର ପାଇଁ ମାମଲା ରୁଜୁ ହୋଇଛି। ସେମ୍ବେର ୧୬ ତାରିଖରେ ଥାନା ଭିତରେ ଧମକାଇବା ନେଇ ଅଭିଯୋଗ ହୋଇଛି। ପ୍ରଣୟ ସାହୁ ୨୦୧୯ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ […]

790

Tapas Behera
  • Published: Sunday, 19 September 2021
  • , Updated: 20 September 2021, 07:57 AM IST

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେଡି ନେତା ପ୍ରଣୟ ସାହୁଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା। ବରଗଡ଼ ଗାଇସିଲଟ ଥାନାରେ ଧମକାଇବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଗାଇସିଲଟ ଥାନା ASI ପ୍ରମୋଦ ପାତ୍ରଙ୍କ ଏତଲା ଭିତ୍ତିରେ ମାମଲା ରୁଜୁ ହୋଇଛି।  ମହିଳା ପୁଲିସ ସମେତ ASIଙ୍କୁ ଦୁର୍ବ୍ୟବହାର ପାଇଁ ମାମଲା ରୁଜୁ ହୋଇଛି।

ସେମ୍ବେର ୧୬ ତାରିଖରେ ଥାନା ଭିତରେ ଧମକାଇବା ନେଇ ଅଭିଯୋଗ ହୋଇଛି। ପ୍ରଣୟ ସାହୁ ୨୦୧୯ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ୨୦୧୮ରେ ଅନୁଷ୍ଠିତ ବିଜେପୁର ବିଧାନସଭା ଉପ-ନିର୍ବାଚନରେ ସେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିଲେ। ତେବେ ସେ ଏଥିରେ ତୃତୀୟ ସ୍ଥାନରେ ରହିଥିଲେ। ତାଙ୍କୁ ମାତ୍ର ୧୦,୨୭୪ ଖଣ୍ଡ ଭୋଟ୍ ମିଳିଥିଲା। ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟୀ ହୋଇଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧ ହଜାରରୁ ଅଧିକ ଭୋଟ୍‌ରେ ହରାଇଥିଲେ।

Related story