ମହିଳାଙ୍କୁ ପ୍ରଫୁଲ ମାଝିଙ୍କ ଦୁର୍ବ୍ୟବହାର ଅଭିଯୋଗ ଘଟଣା: ଥାନାରେ ଉଭୟ ପକ୍ଷଙ୍କ ମାମଲା ରୁଜୁ

ସୁନ୍ଦରଗଡ଼: ତଳସରା ବିଧାୟକ ପ୍ରଫୁଲ ମାଝିଙ୍କ ନାଁରେ ଏତଲା। ତାଙ୍କ ସହିତ ତାଙ୍କର ୫ ଜଣ ସହଯୋଗୀଙ୍କ ନାଁରେ ମଧ୍ୟ ସୁନ୍ଦରଗଡ଼ ସଦର ଥାନାରେ ମାମଲା ରୁଜୁ ହୋଇଛି। ସଦର ଥାନା କଟିଙ୍ଗୀଡିହିରେ ବିଧାୟକ ତାଙ୍କ ପତ୍ନୀଙ୍କ ନାଁରେ ଏକ ଜମି କିଣି ଫ୍ଲାଇ ଆସ ଇଟା କାରଖାନା ବସାଇ ଥିଲେ। ବିଧାୟକଙ୍କ ପତ୍ନୀଙ୍କ ଜମିକୁ ଲାଗି ଡାଳିମ୍ବ ନାଏକଙ୍କର ଏକ ଜମି ଥିଲା। ସେହି ଜମିରେ ଡାଳିମ୍ବଙ୍କ ଝିଅ କାମ କରିବା ବେଳେ ବିଧାୟକ ଓ […]

MLA

Rakesh Mallick
  • Published: Wednesday, 02 August 2017
  • , Updated: 02 August 2017, 09:42 AM IST

ସୁନ୍ଦରଗଡ଼: ତଳସରା ବିଧାୟକ ପ୍ରଫୁଲ ମାଝିଙ୍କ ନାଁରେ ଏତଲା। ତାଙ୍କ ସହିତ ତାଙ୍କର ୫ ଜଣ ସହଯୋଗୀଙ୍କ ନାଁରେ ମଧ୍ୟ ସୁନ୍ଦରଗଡ଼ ସଦର ଥାନାରେ ମାମଲା ରୁଜୁ ହୋଇଛି। ସଦର ଥାନା କଟିଙ୍ଗୀଡିହିରେ ବିଧାୟକ ତାଙ୍କ ପତ୍ନୀଙ୍କ ନାଁରେ ଏକ ଜମି କିଣି ଫ୍ଲାଇ ଆସ ଇଟା କାରଖାନା ବସାଇ ଥିଲେ। ବିଧାୟକଙ୍କ ପତ୍ନୀଙ୍କ ଜମିକୁ ଲାଗି ଡାଳିମ୍ବ ନାଏକଙ୍କର ଏକ ଜମି ଥିଲା। ସେହି ଜମିରେ ଡାଳିମ୍ବଙ୍କ ଝିଅ କାମ କରିବା ବେଳେ ବିଧାୟକ ଓ ତାଙ୍କର ୫ ଜଣ ସହଯୋଗୀ ପହଞ୍ଚି ଗାଳିଗୁଲଜ କରିବା ସହ ଶାଢ଼ୀ ଟାଣି ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଆଧାରରେ ବିଧାୟକ ପ୍ରଫୁଲ ମାଝୀ ଓ ତାଙ୍କ ୫ ସହଯୋଗୀଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି।

ଅନ୍ୟପକ୍ଷରେ ବିଧାୟକ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମଥ୍ୟା ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ତାଙ୍କୁ ସମ୍ପୃକ୍ତ ମହିଳା ଦୁର୍ବ୍ୟବହାର କରିଥିବା ନେଇ ବିଧାୟକ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ପୋଲିସ ଉଭୟ ପକ୍ଷର ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Related story